ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁରେକେଲା ରେ ହିଟ୍ ଆଣ୍ଡ ରନ୍: ଅଜଣା ଗାଡ଼ି ଧକ୍କାରେ ଶିକ୍ଷକ ଗୁରୁତର 

ତୁରେକେଲା ରେ ହିଟ୍ ଆଣ୍ଡ ରନ୍: ଅଜଣା ଗାଡ଼ି ଧକ୍କାରେ ଶିକ୍ଷକ ଗୁରୁତର 

ତୁରେକେଲା : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକରେ ଏକ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛି। ବଡ଼ବାଙ୍କି ଓ ଚାରପାଣି ଗ୍ରାମ ମଧ୍ୟଭାଗରେ ଅଜଣା ଗୋଟିଏ ଗାଡ଼ି ବାଇକ୍‌କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଥିବା ଅଭିଯୋଗ ହେଉଛି।

ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଟଙ୍ଗାଧର ଛତ୍ରିଆ (୪୫) ଗୁରୁତର ଆହତ ହୋଇଛନ୍ତି। ସେ ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ଡୁମେରବାହାଲ ଗ୍ରାମର ବାସିନ୍ଦା ଓ ପେଶାରେ ଜଣେ ଶିକ୍ଷକ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଟଙ୍ଗାଧର ଛତ୍ରିଆ ନିଜ ଗାଁରୁ ତୁରେକେଲା ବ୍ଲକର ବର୍ଲା ଗ୍ରାମକୁ ସମ୍ପର୍କୀୟ ଘରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଧକ୍କା ଦେବା ପରେ ଗାଡ଼ି ତୁରନ୍ତ ସ୍ଥଳ ଛାଡ଼ି ପଳାଇଯାଇଥିଲା।

ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖରିଆର ମିଶନ ହସ୍ପିଟାଲକୁ ପଠାଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।i

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଇନ ସଚେତନତା କର୍ମଶାଳା 

Sunil Chandra Nayak

ପରିବହନ ବିଭାଗର ବରିଷ୍ଠ ମୋଟର ଯାନ ନିରୀକ୍ଷକ (ଏମ୍.ଭି.ଆଇ) ଇଂ. ରାଜ କୁମାର ବେହେରା ଅବସର ଗ୍ରହଣ ସମ୍ବର୍ଦ୍ଧନା 

ଡାଇରିଆ ଆତଙ୍କ, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ, ମେଡ଼ିକାଲ ଟିମର ଚିକିତ୍ସା ଜାରି

masiha

Leave a Comment

error: Content is protected !!