ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରିଦିବସୀୟ ମାନସିକ ଅବସାଦ ସମ୍ପର୍କୀତ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ 

ତ୍ରିଦିବସୀୟ ମାନସିକ ଅବସାଦ ସମ୍ପର୍କୀତ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ 

ରାଉରକେଲା: ଶିବାନନ୍ଦ ନିଃଶୁଳ୍କ ଆକ୍ୟୁପ୍ରେସର ସେଣ୍ଟର୍ ରାଉରକେଲା ର ରଜତ ଜୟନ୍ତୀ ଉପଲକ୍ଷେ ମାନସିକ ଅବସାଦ ସମ୍ପର୍କୀତ ତ୍ରୀଦିବସୀୟ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ ହୋଇଯାଇଛି। ସେକ୍ଟର ୨ସ୍ଥିତ ଗାୟତ୍ରୀ ପୀଠ ଠାରେ ସ୍ବାମୀ ବ୍ରହ୍ମ ସାକ୍ଷାତକାରନନ୍ଦ ସରସ୍ଵତୀ ମହାରାଜ ଙ୍କ ସଭାପତିତ୍ବ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଶେଷ ଦିନର କାର୍ଯ୍ୟକ୍ରମରେ ଋଷିକେଶ ଆଶ୍ରମର ମୁଖ୍ୟ ସ୍ବାମୀ ଦେବଭକ୍ତାନନ୍ଦଜୀ ସରସ୍ଵତୀ ମହାରାଜ, ପ୍ରଣବ ଚୈତନ୍ୟ ଜୀ, ସ୍ବାମୀ ପ୍ରଣବାନନ୍ଦ ଜୀ, ଗୀତାଞ୍ଜଳି ଚୈତନ୍ୟ ପ୍ରମୁଖ ସ୍ବତନ୍ତ୍ର ଅତିଥି, ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ବେଶ ଉପାଦେୟ, ତଥା ନିଜ ଶରୀରକୁ ସୁସ୍ଥ ରଖିବା ନିଜ ନିଜର ଦାୟିତ୍ଵ ବୋଲି କହିଥିଲେ । ଏହି ଅବସରରେ ଅନୁଷ୍ଠାନର କିଛି କର୍ମକର୍ତ୍ତା ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ ।ସଭାପତିତ୍ବ ଅଭିଭାଷଣ ରେ ସ୍ବାମୀ ବ୍ରହ୍ମସାକ୍ଷାତକାର ନନ୍ଦଜୀ ତାଙ୍କ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସମାଜର ମଙ୍ଗଳ ପାଇଁ ତଥା ଅନୁଷ୍ଠାନର ଆଭିମୁଖ୍ୟ ସମସ୍ତଙ୍କ ପାଇଁ ସ୍ପଷ୍ଟ ବୋଲି ମତ ରଖିଥିଲେ। ଆକ୍ୟୁପ୍ରେସର ବା ମର୍ମ ଚିକିତ୍ସାକେନ୍ଦ୍ର ର ମୁଖ୍ୟ ସୁରେନ୍ଦ୍ର ନାଥ ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ପ୍ରତି ସହରରେ ୫ଟି ସ୍ଥାନରେ ଚାଲିଥିବା ବେଳେ ଦୀର୍ଘ ୨୫ ବର୍ଷ ଧରି ଏହା ନିଃଶୁଳ୍କ ସେବା ଯୋଗାଇ ଆସୁଛି। ଏହା ଭିତରେ ୪୫ଟି କାର୍ଯ୍ୟକ୍ରମ କରିସାରିଥିବା ବେଳେ ଅନଲାଇନ ମାଧ୍ୟମରେ ଦେଶ ବିଦେଶରୁ ମଧ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଉଥିବା ଓ ଏଥିରୁ ସୁଫଳ ପାଉଥିବା ପ୍ରକାଶ କରିଥିଲେ। ଏଥିପାଇଁ ଶ୍ରୀ ବେହେରା ଙ୍କୁ ଜୀବନ ବ୍ୟାପି ସେବା ଯୋଗାଇ ଥିବାରୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଟ୍ରେନିଂ ଦେଉଥିବା ଗୁରୁଙ୍କୁ ସମ୍ମାନିତ ତଥା ଟ୍ରେନିଂ ନେଇଥିବା ବ୍ୟକ୍ତି ବିଶେଷ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ବିଜୟାନନ୍ଦ ଅଗ୍ରୱାଲ, ଡିଏଲଏସ ସଭାପତି ରବିନ୍ଦ୍ର କୁମାର ପାଣ୍ଡବ ପ୍ରମୁଖ ବକ୍ତବ୍ୟ ଓରଖିଥିଲେ। ଦ୍ବିତୀୟ ଦିବସରେ ପ୍ରଫେସର କଲ୍ୟାଣୀ ମିଶ୍ର, ସ୍ବାମୀ ଅରୁପାନନ୍ଦ ସରସ୍ଵତୀ ମହାରାଜ,ଡା ପଙ୍କଜ ନନ୍ଦ,ଆର କେ ତ୍ରିପାଠୀ,ସୁପ୍ରଭା ନାୟକ, ଅଶ୍ବିନୀ ପତି, ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ପ୍ରମୁଖ ଯୋଗଦେଇ ମନ ସମ୍ପର୍କୀତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିର୍ମୟୀ ମହାନ୍ତି, କବିବର ସାହୁ,ଦିଗମ୍ବର ପାଢ଼ୀ, ଏଲିନା ଦାଶ, ସୁରେନ୍ଦ୍ର କୁମାର ବେହେରା,ତାପସ ରଞ୍ଜନ ବଳିଆର ସିଂହ, ମନୋରମା ରାଉତଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହରବାସୀ ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ର ବିଭିନ୍ନ ସ୍ଥାନରେ ବଡ଼ଦିନ ପାଳନ ସହ ଉତ୍ସବ ମୁଖର ପୁରପଲ୍ଲୀ 

Sunil Chandra Nayak

ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର 

Sunil Chandra Nayak

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ଦିବସ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!