ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିରମିତ୍ରପୁର ବିଏସଏଲ ର ସ୍ଥିତି ସନ୍ଦିହାନ 

ବିରମିତ୍ରପୁର ବିଏସଏଲ ର ସ୍ଥିତି ସନ୍ଦିହାନ 

ରାଉରକେଲା: ବିରମିତ୍ରପୁର ସ୍ଥିତ ବିଶ୍ରା ଷ୍ଟୋନ ଓ ଲାଇମ କମ୍ପାନୀ ର ଲାଇମଷ୍ଟୋନ ଓ ଡେଲାମାଇଟ ଖଣି ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ବର୍ଷ ହେବ ଚାଲିଆସୁଛି। ୧୯୧୦ ମସିହାରୁ ଏହା ଆରମ୍ଭ କରାଯାଇଥିଲା। ସେତେବେଳେ ଏହା ବାର୍ଡ ଆଣ୍ଡ କେ ଲିମିଟେଡ ଅଧିନରେ ଥିଲା। କ୍ରମେ ଭାରତ ସରକାରଙ୍କର ଇସ୍ପାତ ମନ୍ତ୍ରଣାଳୟ ଅଧିନସ୍ଥ ସେଲ୍ ର ବିଭିନ୍ନ ଷ୍ଟିଲ ପ୍ଲାଣ୍ଟ ମାନଙ୍କ ରେ ଯଥା ଆରଏସପି,ଡିଏସପି,ବିଏସପି,ଟିସ୍କୋ ଇତ୍ୟାଦିରେ ଫେକ୍ସ ଷ୍ଟୋନର ଆବଶ୍ୟକତା କୁ ଦୃଷ୍ଟିରେ ରଖି ୧୯୮୦ ମସିହାରେ କେନ୍ଦ୍ର ସରକାର ଏହି କମ୍ପାନୀକୁ ନିଜ ଅଧୀନକୁ ନେଇଥିଲେ। ଫଳରେ ବିରମିତ୍ରପୁର ସହରର ଦୃତ ଗତିରେ ଉନ୍ନତି ହେଲା। ଫଳରେ ଏହି କମ୍ପାନୀ ବିରମିତ୍ରପୁର ପାଇଁ ଜୀବନ ରେଖା ପାଲଟିଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି କମ୍ପାନୀ ର ଆଖପାଖରେ ଥିବା ୨୦ କିମି ବ୍ୟାସାର୍ଦ୍ଧ ରେ ଥିବା ଅଞ୍ଚଳବାସୀ ଙ୍କ ଜୀବନ ଜୀବିକା ରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହେଲା। ଏହି ଖଣିରୁ ଉତ୍ପାଦିତ ଲାଇମଷ୍ଟୋନ ଓ ଡୋଲାମାଇଟ ବିଭିନ୍ନ ପ୍ଲାଣ୍ଟ କୁ ବିକ୍ରି କରି ସେଥିରୁ ଆସୁଥିବା ଅର୍ଥକୁ ଶ୍ରମିକ ଓ କର୍ମଚାରୀମାନଙ୍କ ଦରମା, ସ୍ଥାନୀୟ ଭେଣ୍ଡର,ସପ୍ଲାୟରଙ୍କୁ ଅର୍ଥ ଦିଆଯାଇଥାଏ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧୦ ହଜାର ବ୍ୟକ୍ତି ଏହି କମ୍ପାନୀ ଉପରେ ନିର୍ଭରଶୀଳ ଥିବା ବେଳେ ଏହାକୁ ବନ୍ଦ କରିଦେବା ପାଇଁ ଚାଲିଥିବା ଉଦ୍ୟମକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି। ପ୍ରାରମ୍ଭରେ ଏହି କମ୍ପାନୀରେ ପ୍ରାୟ ୧୮ହଜାର ଲୋକ କାମକରୁଥିବା ବେଳେ ସମ୍ପ୍ରତି ୩୩୧ ଜଣ ଶ୍ରମିକ,୧୧ଜଣ ଅଫିସର ଓ ୮ ଜଣ କଣ୍ଟ୍ରାକଚୁଆଲ ଅଫିସର କାମକରୁଛନ୍ତି। ବହୁ ଉତ୍ଥାନ ପତନ ମଧ୍ୟରେ ଥିବା ଏହି କମ୍ପାନୀ ସମ୍ପ୍ରତ୍ତି ୧୫ମାସର ଦରମା ପାଖାପାଖି ୧୩ କୋଟି,ଗ୍ରାଚ୍ୟୁଇଟି ୯ ରୁ ୧୦ କୋଟି, ସୋସାଇଟି ର ପ୍ରାୟ ୯୦ ଲକ୍ଷ ଏଲଆଇସି ରେ ପ୍ରାୟ ୩୦ ଲକ୍ଷ ଟଙ୍କା ବାକିରହିଛି। ତେବେ ଶେଷ ସୂଚନା ଅନୁଯାୟୀ ଗତ ୪ବର୍ଷ ହେବ ଅର୍ଥାତ୍ ୨୦୨୦ ମସିହା ଅଗଷ୍ଟ ମାସରୁ ସାମାନ୍ୟ ସୁଧାର ଆସି ପ୍ରତ୍ୟେକ ମାସରେ ଦରମା ମିଳିଯାଉଛି। ସେହିପରି ଗତ ଦୁଇମାସ ତଳେ ବ୍ୟବସାୟ ବୃଦ୍ଧି ପାଇଁ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଙ୍କୁ ଦେଖାକରିବାରୁ, ତାଙ୍କ ଉଦ୍ୟମରେ ରେଳ ବିଭାଗ ମାସକୁ ୧୫ ଟି କଞ୍ଚାମାଲ ବୋହୁଥିବା ରେଳଗାଡ଼ି କୁ ୨୦ ରୁ ୨୨ କଞ୍ଚାମାଲ ବୋହୁଥିବା ରେଳଗାଡ଼ି କୁ ବୃଦ୍ଧି କରିବ ବୋଲି ବଚନବଦ୍ଧ ହୋଇଥିଲା । ଏବେ ଏହାମଧ୍ୟ ସ୍ଥଗିତ ରହିଲା। ଏହି ଭଳି ସ୍ଥିତିରେ ଚଳିତ ମାସ ଗତ ୯ ତାରିଖରୁ ୱଜ ଡିଭିଜନ ଦାବି କରି ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରିଦେଇଛନ୍ତି। ଫଳରେ କଞ୍ଚାମାଲ ଯିବାଟା ବାଧାପ୍ରାପ୍ତ ହେବ। ଧାରଣା ଚାଲିବା ଫଳରେ ଦରମା ମିଳିବା ବାଧାପ୍ରାପ୍ତ ହୋଇପାରେ। ଅନ୍ୟପଟେ ବିଏସଏଲ କମ୍ପାନୀ ତରଫରୁ ବିଭିନ୍ନ କମ୍ପାନୀ ସେଲ୍,ଆରଆଇଏନଏଲ ସହ କରିଥିବା ଚୁକ୍ତି ହିସାବରେ କଞ୍ଚାମାଲ ନପାଇଲେ ସେମାନେ ଅନ୍ୟ ସ୍ଥାନରୁ କଞ୍ଚାମାଲ ନେବାକୁ ଚେଷ୍ଟା କରିପାରନ୍ତି। ଫଳରେ ପ୍ଲାଣ୍ଟ ପୁଣି ଦୂରାବସ୍ଥା କୁ ଚାଲି ଯାଇପାରେ। ଏବେ ଏଭଳି ଆଶଙ୍କା କରାଯାଉଛି ଯେ ଏଭଳି ସ୍ଥିତି ଜାରିରହିଲେ ହୁଏତ ଏହା ପୁରୁଣାପାଣି ସେଲ୍ ମାଇନ୍ସ ଭଳି ଅବସ୍ଥା ହେବ। ଯଦି ଏହି କମ୍ପାନୀ ବନ୍ଦ ହୋଇଯାଏ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ଚାଲିବାକୁ ଥିବା କ୍ଷମତା ଏହି ଖଣି ବନ୍ଦ ହେଲେ, ଏହାକୁ ବିଡ଼ମ୍ବନା ହିଁ କୁହାଯିବ। ତେଣୁ ଏହାକୁ ଚାଲୁ ରଖିବା ପାଇଁଁ ସମସ୍ତେ ମିଳିମିଶି ଉଦ୍ୟମ କରିବା ଦରକାର ବୋଲି ମତପ୍ରକାଶ ପାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବସ୍ତା ଅଞ୍ଚଳ ର ସମାଚାର

masiha

ଉତ୍କଳ ଗୌବର ମଧୁବାବୁଙ୍କ  ଜୟନ୍ତୀ ତଥା ଓକିଲ ଦିବସ ପାଳିତ

Sunil Chandra Nayak

କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର 

masiha

Leave a Comment

error: Content is protected !!