ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକବିଂଶତମ ରାଜ୍ଯସ୍ତରୀୟ ବାର୍ଷିକ ପ୍ରତିଭା ଅନ୍ଵେଷଣ ଉତ୍କର୍ଷ ଓ ପ୍ରାରବ୍ଧ ଉତ୍ସବ -୨୦୨୪/୨୫ ଅନୁଷ୍ଠିତ
ଢେଙ୍କାନାଳ( ମ ସୀ ହା )୧୩/୦୧_ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ ସଭାଗୃହରେ ଦିବା ୧୦ ଘଟିକା ସମୟରେ ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳର ଏକବିଂଶତମ ରାଜ୍ଯସ୍ତରୀୟ ବାର୍ଷିକ ପ୍ରତିଭା ଅନ୍ଵେଷଣ ଉତ୍କର୍ଷ ଓ ପ୍ରାରବ୍ଧ -୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟର ସହପ୍ରାଧ୍ୟାପକ ଉଦ୍ଭିଦ ଓ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗ ମୁଖ୍ୟ ଡଃ ଦେବରାଜ ପରିଡ଼ା ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ଵୀୟ ଅଭିଭାଷଣରେ ଜୈବ ପ୍ରଯୁକ୍ତି ବିଜ୍ଞାନର ଲକ୍ଷ୍ୟ,ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଉପଯୋଗିତା ହିଁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅନ୍ୟମାନଙ୍କୁ ସର୍ବଦା ସାହାଯ୍ଯ,ସହଯୋଗ କରିବାକୁ ସୁଯୋଗ ମିଳିଲେ ତାହାକୁ କେବେହେଲେ ହାତଛଡା ନ କରିବାକୁ ଅଧ୍ୟାପକ ପବିତ୍ର
ମୋହନ ମହାପାତ୍ର ସୁପରାମର୍ଶ ପ୍ରଦାନ କରିଥିଲେ ।ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରାକ୍ତନ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ସମ୍ବାଦଦାତା ଡା.ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ନିରୀକ୍ଷଣ ସହ ଅଧ୍ୟୟନ କଲେ ଅନେକ ଉଦ୍ଭାବନ ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଅନ୍ଧବିଶ୍ଵାସ, କୁସଂସ୍କାର ଦୂର କରି ବିଜ୍ଞାନକୁ ମାନବ କଲ୍ୟାଣରେ ଉପଯୋଗ କଲେ ଆମକୁ ତାହା ସଭ୍ୟତାର ଶୀର୍ଷରେ ଅଧିଷ୍ଠିତ କରିପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅଧ୍ୟାପକ ସୁଭାଷ ଚନ୍ଦ୍ର ମହାରଣା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ ହୋଇ କାର୍ଯ୍ୟସମ୍ପାଦନ କରି ଦେଶ ଗଠନରେ ବ୍ରତୀ ହେବାକୁ ସୁପରାମର୍ଶ ଦେଇଥିଲେ ।ନିର୍ଦ୍ଦେଶକ ପବିତ୍ର ମୋହନ ମହାପାତ୍ର ସ୍ଵୀୟ ଅଭିଭାଷଣରେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ଓ ଦୀର୍ଘଜୀବୀ କରିଛି । ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା,ଚିନ୍ତନ ଓ ମନ୍ଥନରୁ ସୃଜନଶୀଳତା,ନୂତନତ୍ୱ ସୃଷ୍ଟି ହୋଇଥାଏ । ବିଜ୍ଞାନର ସଦୁପଯୋଗ ସାମାଜିକ ପ୍ରଗତିର ବାର୍ତ୍ତାବହ ବୋଲି ସେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଶିକ୍ଷକ ଚନ୍ଦନ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଚେୟାରମ୍ୟାନ ଧବଳେଶ୍ଵର ପୃଷ୍ଟି ,ଅଧ୍ୟାପକ ଜୀବନ ରଞ୍ଜନ ମହାପାତ୍ର ପ୍ରମୁଖ ମଞ୍ଚରେ ଆସନ ଗ୍ରହଣ କରି ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ।ରସାୟନ ବିଜ୍ଞାନ ଅଧ୍ୟାପିକା ଅନ୍ୱେଷା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ଓ ଦର୍ଶକମଣ୍ଡଳୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରାୟ ୨୫୦ ଛାତ୍ରୀ,ଛାତ୍ର ଯୋଗ୍ୟ ବିବେଚିତ ହୋଇ ମୁଖ୍ୟଅତିଥି ଓ ମଞ୍ଚାସୀନ ଅନ୍ୟତମ ଅତିଥିମାନଙ୍କ ହସ୍ତରୁ ପର୍ଯ୍ୟାୟକ୍ରମେ ପ୍ରଶଂସାପତ୍ର ଓ ମେଡାଲ ପୁରସ୍କାର ସ୍ଵରୂପ ଗ୍ରହଣ କରିଥିଲେ । ପ୍ରଥମ ପୁରସ୍କାର ସ୍ଵରୂପ ୧୫୦୦ ଟଙ୍କା,ଦ୍ଵିତୀୟ ପୁରସ୍କାର ସ୍ଵରୂପ ୧୦୦୦ ଟଙ୍କା,ତୃତୀୟ ପୁରସ୍କାର ସ୍ଵରୂପ ୭୦୦ ଟଙ୍କାର ଅର୍ଥରାଶି ଓ ଗ୍ରୀଷ୍ମକାଳୀନ ଶିକ୍ଷା ବ୍ୟବସ୍ଥା ପାଇଁ ଦେୟ ମୁକ୍ତ ବୃତ୍ତି,ପ୍ରତ୍ୟେକ ଅଂଶଗ୍ରହଣକାରୀ ଛାତ୍ରୀ,ଛାତ୍ରମାନଙ୍କୁ ଗ୍ରୀଷ୍ମକାଳୀନ ଶିକ୍ଷା ବ୍ୟବସ୍ଥା ଦେୟମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା ଘୋଷଣା କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଓ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ଶିକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଛାତ୍ରୀ,ଛାତ୍ରମାନଙ୍କ ବିଦାୟକାଳୀନ ଉତ୍ସବରେ ମଞ୍ଚାସୀନ ସମ୍ମାନିତ ବରେଣ୍ୟ ଅତିଥି ଭାବରେ ବିଶିଷ୍ଟ ଅବସର ପ୍ରାପ୍ତ ଇଂରାଜୀ ଅଧ୍ୟାପକ ତଥା ସାହିତ୍ୟିକ ଡଃ ସୁଧାଂଶୁ ଦାଶ, ଅଧ୍ୟାପକ ଡ.ଅରୁଣୋଦୟ ସ୍ୱାଇଁ,ଅଧ୍ୟାପକ ବିନୋଦ ମହାନ୍ତି, ଡ଼ା.ଦେବୀ ପ୍ରସାଦ ମିଶ୍ର,ଇଂ ସୌମ୍ୟବ୍ରତ ସାହୁ,ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ମହାରଣା,ଅଧ୍ୟାପକ ପବିତ୍ର ମୋହନ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ।ଏହି ଅବସରରେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ତଥା ସୁ ସାହିତ୍ୟିକ ଡଃ ସୁଧାଂଶୁ ଦାଶଙ୍କ ଦ୍ଵାରା ଲିଖିତ ଓ ନିକଟରେ ପ୍ରକାଶିତ ଇଂରାଜୀ କବିତା ପୁସ୍ତକ “ମ୍ୟୁଜିକ ଅଫ୍ ଦ ଚାଓସ” ମଞ୍ଚାସୀନ ଅତିଥିବୃନ୍ଦଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା ।ଶିକ୍ଷକ ଚନ୍ଦନ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ରସାୟନ ବିଜ୍ଞାନ ଅଧ୍ୟାପିକା ଅନ୍ୱେଷା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l
ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

