ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ 

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ 

ରାଉରକେଲା: ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ରାଉରକେଲା ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟଶାଳା ଗତ ୧୮ ତାରିଖ ରୁ ଆରମ୍ଭ ହୋଇ ଆଜି ସମାରୋପ ହୋଇଥିଲା। ରାଉରକେଲା ସଂକୁଳ ଅଧିନସ୍ଥ ୭ଟି ବିଦ୍ୟାମନ୍ଦିରର ଆଚାର୍ଯ୍ୟ ଓ ଗୁରୁମା ଏହି କାର୍ଯ୍ୟଶାଳାରେ ଯୋଗଦେଇଥିଲେ। ସେକ୍ଟର ୬, ଜଗଦା, ପାନପୋଷ, ରାଉରକେଲା ଟାଉନ, ଚିକିଟିଆ, ବନ୍ଧମୁଣ୍ଡା ଓ ଧରମଡିହି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୧୧୧ଜଣ ଆଚାର୍ଯ୍ୟ ଓ ଗରୁମା ଏଥିରେ ଯୋଗଦେଇ ଭାବ ବିନିମୟ ସହ କାର୍ଯ୍ୟଶାଳାର ବିଭିନ୍ନ ଆଲୋଚନାଚକ୍ର ରେ ଅଂଶଗ୍ରହଣ କରିଥିଲେ। ସମାରୋପ ଉତ୍ସବରେ ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ବ, ସେକ୍ଟର ୬ ସ୍ଥିତ ବିଦ୍ୟାମନ୍ଦିରର ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡିଶା ସଂଘ ଚାଳକ ତଥା ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସନାତନ ପ୍ରଧାନ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ଓ ଲୋକନାଥ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ପ୍ରଥମ ପର୍ଯ୍ୟାୟରେ ସମ୍ପାଦକ କରୁଣାକର ପାଟ୍ଟଶାଣୀ ସଂକୁଳର କାର୍ଯ୍ୟଧାରା ଓ ଏହି କାର୍ଯ୍ୟଶାଳାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଯୋଗଦେଇଥିବା ସମସ୍ତ ଆଚାର୍ଯ୍ୟ ଓ ଗୁରୁମା ଙ୍କୁ ସାଧୁବାଦ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଡ଼ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ପ୍ରଥମେ ସମସ୍ତେ ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ସହ ଚରିତ୍ର ଗଠନ, ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ମାତୃଭାଷାକୁ ସମ୍ମାନ ସହ ଯୋଗ ଓ ପ୍ରାଣାୟାମକୁ ମଧ୍ୟ ଗରୁତ୍ବ ଦେବାପାଇଁ ଆହ୍ୱାନ ଦେଇଥିଲେ। ଏହାସହ ପ୍ରବନ୍ଧ ସମିତି,ଯୁବାନୁକୁଳ ପ୍ରବନ୍ଧନ ପ୍ରକ୍ରିୟା ର ଦାୟିତ୍ୱବୋଧ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଅନ୍ୟ ଅତିଥି ମାନେ ବିଦ୍ୟାଭାରତୀ ର ଲକ୍ଷ୍ୟ, ଆଚାର୍ଯ୍ୟ ମାନଙ୍କ ମାଧ୍ୟମରେ ଛାତ୍ର ନିର୍ମାଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ସଭାପତି ଶ୍ରୀ ପଣ୍ଡା ଆମ ସମସ୍ତଙ୍କ ପାଖରେ ଥିବା ରାଷ୍ଟ୍ରଗଠନର ଆହ୍ବାନ ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ସେଠୀ ସ୍ବାଗତ ସଂଗୀତ ଓ ସନ୍ଧ୍ୟାରାଣୀ ସାମନ୍ତ ମଞ୍ଚ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଉପେନ୍ଦ୍ର ନାଥ ଦାସ, ଦୀନବନ୍ଧୁ ରଥ, ଦିଲେଶ୍ବରୀ ମହନ୍ତ, ସହ ପ୍ରଧାନଚାର୍ଯ୍ୟ ଜନ୍ମଞ୍ଜୟ ସୁଆର ଓ ଅନ୍ୟ ଆଚାର୍ଯ୍ୟ ଗୁରୁମା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୃତକଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର ଚେକ୍

Sunil Chandra Nayak

ଧାନ ଫସଲ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ 

Sunil Chandra Nayak

5T ସଚିବଙ୍କ ଜଟାଵାଲ ବିଦ୍ୟାଳୟକୁ ଗସ୍ତ

Sunil Chandra Nayak

Leave a Comment

error: Content is protected !!