ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳବୈଶାଖୀ ପ୍ରଭାବରେ ଭାଲୁଵସା ପଞ୍ଚାୟତର ନିୟୂତି ଗ୍ରାମର ୧୧ ଘର ଛପର ଉଠିଲା, ତହସିଲ ପ୍ରଶାସନ ତରଫରୁ ପୋଲିଥିନ ଓ ଶୁଖିଲା ଖାଦ୍ୟ ଵଣ୍ଟନ

କାଳବୈଶାଖୀ ପ୍ରଭାବରେ ଭାଲୁଵସା ପଞ୍ଚାୟତର ନିୟୂତି ଗ୍ରାମର ୧୧ ଘର ଛପର ଉଠିଲା, ତହସିଲ ପ୍ରଶାସନ ତରଫରୁ ପୋଲିଥିନ ଓ ଶୁଖିଲା ଖାଦ୍ୟ ଵଣ୍ଟନ

ମୟୂରଭଞ୍ଜ- ୨୧/୦୪ // ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ଭାଲୁଵସା ପଞ୍ଚାୟତର ନିୟୂତି ଗ୍ରାମରେ ଅଦିନିଆ କାଳବୈଶାଖୀରେ ରବିବାର ଅପରାହ୍ନରେ ୧୧ ଟି ଘରର ଚାଳ,ଖପର ଓ ଆଜବେଷ୍ଟସ ଛପର ପଡ଼ିଯାଇଛି ।ଘଟଣାକୁ ଦେଖି ଲୋକଙ୍କ ଅସହାୟତା ଦେଖି ରାଇରଙ୍ଗପୁର ଵିଧାୟକ ଜଲେନ ନାଏକ,ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ଜିଲ୍ଲା ବିଜେପି ସମ୍ପାଦକ ମନୋଜ ଦାସ, ରାଇରଙ୍ଗପୁର ବ୍ଳକ ଷ୍ଟାଫ୍ ଅନିଲ ମହାନ୍ତି, ରାଇରଙ୍ଗପୁର ତହସିଲ ପର୍ଯ୍ୟବେକ୍ଷକ ନିହାର କୁମାର ପାତ୍ର,ଆର ଆଇ ନମିତା ସେଠୀ,ଆର ଆଇ ସୁନାରାମ ମାଝୀ,ଆରଆଇ ରଞ୍ଜନ ମହାନ୍ତ ପ୍ରମୁଖ ପହଞ୍ଚି ଲୋକଙ୍କ ଦୁଃଖ ସୁଖ ବୁଝି ସେମାନଙ୍କୁ ତହସିଲ ପକ୍ଷରୁ ବିଧାୟକଙ୍କ ଦ୍ଵାରା ପୋଲିଥିନ ଏବଂ ରାଇରଙ୍ଗପୁର ବ୍ଳକ ତରଫରୁ ଶୁଖାଲା ଖାଦ୍ୟ ଚୂଡା ଓ ଗୁଡ ବଣ୍ଟନ କରାଯାଇଥିଲା । ତହସିଲଦାରଙ୍କ ତ୍ଵରିତ ସହାୟତା କାର୍ଯ୍ୟକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ପାଳିତ

masiha

ରାୟଗଡ଼ା ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ବିଶ୍ବ ଫଟୋଗ୍ରାଫି ଦିବସ

Sunil Chandra Nayak

Leave a Comment

error: Content is protected !!