ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋବିନ୍ଦ ବନଛୋର ହେଲେ କଳାହାଣ୍ଡି ଲୋକସଭା ସାଂସଦଙ୍କ କେସିଙ୍ଗା ଏନଏସି ପ୍ରତିନିଧି

ଉତ୍କେଲା,୨୭/୦୪,( ମ ନି ସ) କେସିଙ୍ଗା ଏନଏସି ର ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେପିର ଯୁବ ନେତୃତ୍ବ ଗୋବିନ୍ଦ ବନଛୋରଙ୍କୁ ନୂତନ ଦାଇତ୍ୱ ମିଳିଛି ‌। କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଶ୍ରୀଯୁକ୍ତ ବନଛୋରଙ୍କୁ କେସିଙ୍ଗା ଏନଏସି ପାଇଁ ତାଙ୍କ ପ୍ରତିନିଧି ଘୋଷଣା କରିଛନ୍ତି । କେସିଙ୍ଗାରେ ବିଜେପିକୁ ତୃଣମୂଳ ସ୍ତରରେ ସଶକ୍ତ କରାଇବାରେ ଗୋବିନ୍ଦ ବନଛୋରଙ୍କ ଯଥେଷ୍ଟ ଭୂମିକା ରହିଛି । ଏହା ସହ ସେ ଜଣେ ଉତ୍ତମ ସଂଗଠକ ଭାବେ ସୁପରିଚିତ । ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ଗୋବିନ୍ଦ ବନଛୋର କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଥିବାରୁ ତାଙ୍କର ସମର୍ଥକ ଓ ଶୁଭେଚ୍ଛୁ ମହଲରେ ଖୁସିର ଲହରୀ ଖେଳିଯାଇଛି । ଶ୍ରୀଯୁକ୍ତ ବନଛୋର ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ନୂତନ ଦାଇତ୍ବକୁ ସୁଚାରୁରୂପେ ସମ୍ପାଦନ କରିବାକୁ ଚେଷ୍ଟା କରିବି’ । ଏଠାରେ ପ୍ରକାଶଯୋଗ୍ୟ ଯେ ଅପ୍ରେଲ ୨୬ରେ ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ, ଗୋଟିଏ ପୌର ପରିଷଦ ଓ ତିନୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିଜର ପ୍ରତିନିଧି ଘୋଷଣା କରିଛନ୍ତି । କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ ବରିଷ୍ଠ ବିଜେପି ନେତା ସୁଧୀର ପଟ୍ଟଯୋଶୀ ମନୋନୀତ ହୋଇଥିବାବେଳେ, ଧର୍ମଗଡ ବ୍ଲକ ପାଇଁ ହିମାଂଶୁ ଶେଖର ପଣ୍ଡା, କୋକସରା ବ୍ଲକ ପାଇଁ ସୁଧୀର ପାତ୍ର, କଲମପୁର ବ୍ଲକ ପାଇଁ ହୃଷିକେଶ ବେହେରା, ଜୟପାଟଣା ବ୍ଲକ ପାଇଁ ବିଜୟ ଦିଶାରୀ, ଗୋଲାମୁଣ୍ଡା ବ୍ଲକ ପାଇଁ ଭାଗ୍ୟବାନ ବାଗ, ଜୁନାଗଡ ବ୍ଲକ ପାଇଁ ଚନ୍ଦ୍ର ହାସ୍ୟ ବିଶ୍ବାଲ, ଭବାନୀପାଟଣା ବ୍ଲକ ପାଇଁ ଇନ୍ଦୁ ଭୂଷଣ ସାହୁ, ନର୍ଲା ବ୍ଲକ ପାଇଁ ପ୍ରଦୀପ କୁମାର ନାଏକ, କେସିଙ୍ଗା ବ୍ଲକ ପାଇଁ ଶଶାଙ୍କ ମହଲା, କର୍ଲାମୁଣ୍ଡା ବ୍ଲକ ପାଇଁ ରାଜେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼ ବ୍ଲକ ପାଇଁ ଲକ୍ଷ୍ମୀଧର ସନ୍ତୋଷରାୟ, ଥୁଆମୂଲ ରାମପୁର ବ୍ଲକ ପାଇଁ ବିଷ୍ଣୁ ନାଏକ, ଭବାନୀପାଟଣା ପୈ।ରପାଳିକା ପାଇଁ ଚିନ୍ମୟ ବେହେରା, କେସିଙ୍ଗା ଏନଏସି ପାଇଁ ଗୋବିନ୍ଦ ବନଛୋର । ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ରାଉରକେଲା ଆଇନ ମହାବିଦ୍ୟାଳୟ ଆନୁକୁଲ୍ୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଓ ଦଶମ ରେଜଲ୍ଟ : ଟର୍ମ-୨ ସହ ଫାଇନାଲ ପରୀକ୍ଷା ଫଳ ପ୍ରକାଶ

Sunil Chandra Nayak

ବାସନ୍ତୀ ଲତା ଜେନା ଙ୍କ ଗଳ୍ପ ପାଉଁଜି

Leave a Comment

error: Content is protected !!