ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇଡ୍ରା କ୍ରେନ ଦୁର୍ଘଟଣା ପାଲଟିରେ ଶ୍ରମିକ ମୃତ

ହାଇଡ୍ରା କ୍ରେନ ଦୁର୍ଘଟଣା ପାଲଟିରେ ଶ୍ରମିକ ମୃତ

 ମୟୂରଭଞ୍ଜ-୨୪/୪ //  ହାଇଡ୍ରା କ୍ରେନ୍ ଜଣେ କର୍ମଚାରୀଙ୍କ ଉପରେ ଓଲଟି ପଡିବାରୁ ମୃତ୍ୟୁ । ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ୨୨୦ ସଂଖ୍ୟା ଜାତୀୟ ରାଜପଥର ଗଢ ନିକଟସ୍ଥ ଷ୍ଟାଇଲୋ ମାର୍ବଲରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ରାଖାସାହି ଗ୍ରାମର ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ପୁଅ ରାହୁଲ ପରିଡା(୨୬) ରାଇରଙ୍ଗପୁରସ୍ଥ ୭ ନଂ ୱାର୍ଡ ଗଢଠାରେ ଥିବା ଷ୍ଟାଇଲୋ ମାର୍ବଲରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଷ୍ଟାଇଲୋ ମାର୍ବଲ ନିକଟରେ ଗୋଟିଏ ହାଇଡ୍ରା କ୍ରେନ୍ ହୋମ୍ ପାଇପ୍ ବିଛାଉ ଥିବା ସମୟରେ ସେ ପାଚେରୀ ଉପରେ ଉଠି ଦେଖୁଥିଲେ । ତେବେ ହଠାତ୍ ଭାରସାମ୍ୟ ହରାଇ ହାଇଡ୍ରା କ୍ରେନଟି ରାହୁଲ ଉପରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟରେ ଭର୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ତାଙ୍କ ମୃତ୍ଯୁରେ ତାଙ୍କ ସ୍ତ୍ରୀ,ଦୁଇ ବର୍ଷର କୁନି ଝିଅ, ବୃଦ୍ଧ ବାପା ମାଆ ଅସହାୟ ହୋଇ ଯାଇଛନ୍ତି । ମୟୂରଭଞ ଲୋକସଭା ସାଂସଦ ନବଚରଣ ମାଝୀ ହସ୍ପିଟାଲ ପହଂଚି ତାଙ୍କ ଶୋକ ସନ୍ତପ୍ପ ପରିବାରଙ୍କୁ ଆସ୍ବଶାନା ଦେଇଛନ୍ତି । ଦୂର୍ଘଟଣାଗ୍ରସ୍ତ ହାଇଡ୍ରା ନଂ ଓଆର୍-୧୪କେୟୁ-୬୦୯୭ । ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ତେବେ ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳୁଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

୪ର୍ଥ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୪ ଓ ୫ ରେ ……

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ 

masiha

୨୨ରୁ ଊର୍ଦ୍ଧ୍ବ ଚାକିରିଆ ରାସନ କାର୍ଡ ଫେରାଇଲେଣି :  ଶତାଧିକ ଚାକିରିଆ ଓ ଆୟକର ଦାତାଙ୍କ କାର୍ଡ ବାତିଲ

masiha

Leave a Comment

error: Content is protected !!