ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା, ମାଁ ଦଣ୍ଡ କାଳୀ ଯୁବକ ସଂଘ ପକ୍ଷରୁ ନୀରବ ପ୍ରତିବାଦ ଓ ଶ୍ରଦ୍ଧାଞ୍ଜଳି

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା, ମାଁ ଦଣ୍ଡ କାଳୀ ଯୁବକ ସଂଘ ପକ୍ଷରୁ ନୀରବ ପ୍ରତିବାଦ ଓ ଶ୍ରଦ୍ଧାଞ୍ଜଳି

ବେଗୁନିଆପଡ଼ା:- ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ସବୁଠି ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ସ୍ଥିତ ଚିଙ୍ଗୁଡ଼ିଖୋଲ ଗ୍ରାମରେ ମାଁ ଦଣ୍ଡ କାଳୀ ଯୁବକ ସଂଘ ପକ୍ଷରୁ ଘଟଣାକୁ କଡା ନିନ୍ଦା କରାଯିବା ସହ ଦେଶରୁ ଆତଙ୍କବାଦ ନିପାତ କରିବାକୁ ଦାବି କରାଯାଇଥିଲା। ଏଥିସହ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯିବା ସହ ଶୋକସନ୍ତୋପ ପରିବାର ବର୍ଗଙ୍କୁ ସମବେଦନା ଜଣାଯାଇଥିଲା। ପରେସନ୍ଧ୍ୟାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଶାନ୍ତି ଓ ସଦ୍‌ଭାବନା ଓ ମୃତକଙ୍କ ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଟି ଗ୍ରାମ ର ମାଁ ଦଣ୍ଡ କାଳୀ ଙ୍କ ମନ୍ଦିର ପ୍ରାଙ୍ଗଣ ରୁ ବାହାରି ଗ୍ରାମ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ ଯୁବକ ମାନଙ୍କ ସହିତ ବୁଦ୍ଧିଜୀବୀ ପ୍ରମୁଖ ସାମିଲ ହୋଇଥିଲେ। 

ସତିଶ କୁମାର ଦାସ ଙ୍କ ରିପୋର୍ଟ୍ 

Related posts

ସି ଆଇ ଟି ୟୁ ନେତୃତ୍ୱରେ ପରିବହନ ଶ୍ରମିକଙ୍କ ରାଜ୍ୟବ୍ୟାପୀ ପ୍ରତିବାଦ ବିକ୍ଷୋଭ ଓ ଧାରଣା, ରାଉରକେଲା ପରିବହନ ଶ୍ରମିକ ସାମିଲ

Sunil Chandra Nayak

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ପୁଣି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ହାଇକୋର୍ଟ

masiha

କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ଝିଗିଡିରେ ପିକଅପ୍ ଓଲଟି ୧୮ ଗୁରୁତର ଘଟଣା

Sunil Chandra Nayak

Leave a Comment

error: Content is protected !!