ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଶୁ ସୁରକ୍ଷା ଓ ବାଲ୍ଯ ବିବାହ ନିରୋଧ ସମ୍ବନ୍ଧରେ ପଞ୍ଚାୟତ ପ୍ରତିନିଧିଙ୍କ ତାଲିମ

ଥୁଆମୂଳ ରାମପୁର:୨୭/୪- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ସମ୍ମିଳନୀ କକ୍ଷରେ ଆଜି ବ୍ଳକର ପ୍ରତ୍ୟେକ ଗ୍ରାମପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଏବଂ ପଞ୍ଚାୟତରେ କାର୍ଯ୍ଯରତ କାର୍ଯ୍ଯନିର୍ବାହୀ ଅଧିକାରୀ ମାନଙ୍କର ଦିନିକିଆ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଶୁ ସୁରକ୍ଷା, ଶିଶୁ ଅଧିକାର ଏବଂ ବାଲ୍ଯବିବାହ ନିରୋଧ ଆଇନ ସମ୍ବନ୍ଧରେ ଏହି ତାଲିମ ଶିବିରକୁ ୟୁନିସେଫ୍ ସହାୟତାରେ ଅନ୍ତୋଦୟ ଅନୁଷ୍ଠାନ ର ସମ୍ପୂର୍ଣ୍ଣ ବାର୍ତ୍ତା ପ୍ରକଳ୍ପ ପକ୍ଷରୁ ଆୟୋଜନ କରାଯାଇଥିଲା। ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭ କାନ୍ତ ନାୟକ ଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉକ୍ତ ତାଲିମ ଶିବିରରେ ମୂଖ୍ୟ ଅତିଥି ଭାବରେ ବ୍ଳକ୍ ଅଧ୍ଯକ୍ଷ ଶ୍ରୀ ଦୟନୀୟ ମାଝୀ ଓ ସମ୍ମାନିତ ଅତିଥି ଭାବେ ବ୍ଳକ୍ ଉପାଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ ଯୋଗଦେଇ ଥିବାବେଳେ ଅନ୍ତୋଦୟର ଅଧ୍ଯକ୍ଷ ଶ୍ରୀ ଦିଲ୍ଲୀପ କୁମାର ଦାସ,କର୍ତ୍ତବ୍ୟର ମୂଖ୍ୟ ଶ୍ରୀ ଅଶୋକ ପଟ୍ଟନାୟକ ଏବଂ ଶିଶୁ ସୁରକ୍ଷା ୟୁନିଟ ର ପରାମର୍ଶ ଦାତା ଅଂଶୁମାନ ବାବୁ, ଏବଂ ମହମ୍ମଦ ଅମିର ତାଲିମ ଦାତା ଭାବରେ ଅଂଶଗ୍ରହଣ କରି ଶିଶୁ ଅଧିକାର ସୁରକ୍ଷା ଉପରେ ତାଲିମ ପ୍ରଦାନ କରିବା ସହିତ ବିପଦରେ ଥିବା ଶିଶୁମାନଙ୍କ ପାଇଁ କେଉଁ କେଉଁ ଯୋଜନା ରହିଛି ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହା ସହିତ ବାଲ୍ଯ ବିବାହ ନିରୋଧ ଆଇନ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିବା ବେଳେ ବାଲ୍ଯବିବାହ ରୋକିବା ଦିଗରେ ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକା ଉପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନାୟକ ଗୁରୁତ୍ୱ ଆରୋପ କରିଥିଲେ। ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ପୁନଃଗଠନ ଉପରେ ମଧ୍ୟ ଆଲୋଚନା କରିବା ସହିତ ଏହା ଆସନ୍ତା ମାସ ୭ ତାରିଖ ମଧ୍ୟରେ ପୁନଃଗଠନ କରିବା ଦିଗରେ ପଦକ୍ଷେପ ନେବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରୁତ୍ୱ ଦେଇଥିଲେ। ଅନ୍ତୋଦୟ ପକ୍ଷରୁ ସଞ୍ଜୀବ ଶତପଥୀ, ରବିନାରାୟଣ ସିଂହ,ଯୋଗେଶ୍ବର ମାଝୀ, ଓ ହୃଷିକେଶ ପାତ୍ର ପ୍ରମୁଖ ତାଲିମ ଶିବିରର କୁ ପରିଚାଳନା କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ବସଷ୍ଟାଣ୍ଡରେ ଖବର ବିତରକଙ୍କ ବ୍ୟାଗ ସହ ଦସ୍ତାବିଜ୍ ଲୁଟ୍

Sunil Chandra Nayak

ନୂଆପଡା ଜିଲ୍ଲା ର ପାଞ୍ଚ ଗୋଟି ପଂଚାୟତ ସମିତି ନିର୍ବାଚନ ଅନୁଷ୍ଠିତ, ଦୁଇ ଗୋଟି ବ୍ଲକରେ ବିଜେଡି ସମର୍ଥିତ, ୩ ଗୋଟି ବ୍ଲକ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀ

Sunil Chandra Nayak

ସାହିତ୍ୟ ଜୀବନ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!