ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତରାପୁର ଠାରେ କୋଶଲା ମାଳୀ ସମାଜ ବାର୍ଷିକ ସାଧାରଣ ବୈଠକ 

ତରାପୁର ଠାରେ କୋଶଲା ମାଳୀ ସମାଜ ବାର୍ଷିକ ସାଧାରଣ ବୈଠକ 

କୋଶଲା ମାଳୀ (ପଟେଲ) ସମାଜ ର ଏକ ସାଧାରଣ ସଭା ତରାପୁର କୋଶଲା ମାଳୀ (ପଟେଲ) ସମାଜ ଭବନ ଠାରେ ସମାଜର ସଭାପତି ଶ୍ରୀଯୁକ୍ତ ସମ୍ପତି ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ଅନଷ୍ଠିତ ହୋଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର କଳାହାଣ୍ଡି ସାଂସଦ ମାଳବିକା ଦେବୀ ସମ୍ମାନୀତ ଅତିଥି ଭାବରେ ମାନ୍ୟବର ବିଧାୟକ ଧର୍ମଗଡ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଷି ମଞ୍ଚାସିନ ଅତିଥି ଭାବରେ କୋଶଲା ମାଳୀ (ପଟେଲ) ସମାଜ ର ସଭାପତି ଶ୍ରୀଯୁକ୍ତ ସମ୍ପତି ପୁଟେଲ, ଉପସଭାପତି ଧର୍ମୁ ପଟେଲ, ସମ୍ପାଦକ ପବିତ୍ର ପଟେଲ, ସହ ସମ୍ପାଦକ ଜୟହରି ପଟେଲ, କୋଷାଧ୍ୟକ୍ଷ ପ୍ରଦୀପ ପଟେଲ,ପୂର୍ବତନ ଜିଲ୍ଲା ସଭାପତି ଘନଶ୍ୟାମ ପଟେଲ, ପୂର୍ବତନ ଜିଲ୍ଲା ପରିଷଦ ରେଣୁକା ସାହୁ,ତରାପୁର ଗାଁ ଗୋନ୍ତିଆ ଶ୍ରୀଯୁକ୍ତ କୁମୁଦ ଚଲାନ,ଶ୍ରୀଯୁକ୍ତ ଟଙ୍କଧର ପଟେଲ, ଶ୍ରୀଯୁକ୍ତ ବିଶ୍ଵ ପଟେଲ ଶ୍ରୀମତୀ ଜେମା ପଟେଲ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ସମାଜରେ କୁସଂସ୍କାର, ଅନ୍ଧ ବିଶ୍ୱାସ, ସମାଜର ଶିକ୍ଷା ଓ ସ୍ଵାସ୍ଥ୍ୟ ଓ ସର୍ବାଙ୍ଗୀନ ବିକାଶ କ୍ଷେତ୍ର ରେ ବିଶଦ ଭାବରେ ଆଲୋଚନା ହେଇଥିଲା । ମାନ୍ୟବର କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ତାଙ୍କ ସଂସଦୀୟ ପାଣ୍ଠି ରୁ ଏବଂ ମାନ୍ୟବର ବିଧାୟକ ଧର୍ମଗଡ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଷି ବିଧାନସଭା ପାଣ୍ଠି ରୁ ମା କୋଶଲେଶ୍ୱରୀ ମନ୍ଦିର ଓ ସମାଜ ଭବନ ପାଇଁ ଯଥା ସମ୍ଭବ ଆର୍ଥିକ ସାହାଯ୍ୟ ଯୋଗାଇଦେବା ପାଇଁ ଘୋଷଣା କରିଥିଲେ । କାର୍ଯ୍ୟକ୍ରମ ରେ ମସ୍ତରାମ ପଟେଲ,ଜୟକର ପଟେଲ ,ଡିଙ୍ଗର ପଟେଲ, ଚିନ୍ତାମଣୀ ପଟେଲ ,ପର୍ଶୁରାମ ପଟେଲ , ଲକ୍ଷ୍ମୀକାନ୍ତ ନାଏକ,ବସନ୍ତ ନାଏକ,ରଘୁ ପଟେଲ ,କୁଳମଣୀ ପଟେଲ,ସୁଶିଲ ପଟେଲ,ନରେନ୍ଦ୍ର ପଟେଲ ଓ କଳାହାଣ୍ଡି କୋଶଲା ମାଳୀ (ପଟେଲ ) ସମାଜର ଆଞ୍ଚଳିକ କେନ୍ଦ୍ର ସଭାପତି ସମ୍ପାଦକ ଓ ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ । 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ ଗ୍ରାମ ସଂଯୋଗୀକରଣ ଆରମ୍ଭ

masiha

କୁମୁଦିନୀ ରାଉତଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ 

Sunil Chandra Nayak

ମୋଟରସାଇକେଲରୁ ପଡି ମହିଳା ମୃତ 

masiha

Leave a Comment

error: Content is protected !!