ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳନ ସମାରୋହ

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳନ ସମାରୋହ

ସୁନ୍ଦରଗଡ଼, ୨୬/୦୪/୨୫: ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଜି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

 ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ଯୋଗ ଦେଇଥିଲେ। ବକ୍ତା ଭାବେ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସୁସ୍ମିତା ଭୋଇ, ସରକାରୀ ମହାବିଦ୍ୟାଳୟ ର ସହାୟକ ଅଧ୍ୟାପକ ଶ୍ରୀ ନୂତନ ଖମାରୀ ବକ୍ତା ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିମାନେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। 

  ଏହି ଅବସର ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ମହାନ୍ ଅବଦାନ ଉପରେ ଆଲୋକପାତ କରିଥିଲେ। ସେହିଭଳି ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ଶିକ୍ଷାର ଉନ୍ନତି କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ଶିକ୍ଷା କ୍ଷେତ୍ର ରେ ତାଙ୍କର ଅନନ୍ୟ ଅବଦାନ ରହିଛି। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସାହୁ କହିଥିଲେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଥିଲେ ନୂତନ ଓଡ଼ିଶା ନିର୍ମାଣର ବିନ୍ଧାଣୀ। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସେ ଅନେକ ସଂଘର୍ଷ କରିଥିଲେ। ଆହୁରି ମଧ୍ୟ କହିଥିଲେ ଯେ ଗୋଲ ଟେବୁଲ୍ ବୈଠକରେ ଯୋଗ ଦେଇ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦାବି ରଖିଥିଲେ। 

  ବକ୍ତା ଶ୍ରୀମତୀ ଭୋଇ ଏବଂ ଶ୍ରୀ ଖମାରୀ ମହାରାଜାଙ୍କର ସ୍ମୃତି ଚାରଣ କରିବା ସହିତ ତାଙ୍କର ଜୀବନ ଦର୍ଶନ ଏବଂ ଓଡ଼ିଶା ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ଏଭଳି ମହାନ୍ ବ୍ୟକ୍ତିତ୍ଵ ଚିର ନମସ୍ୟ ଏବଂ ତାଙ୍କର ଏହି ମହାନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବକ୍ତା ମାନେ ଆହ୍ଵାନ ଦେଇଥିଲେ। 

କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶ୍ରୀ ଶେଷଦେବ ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଡି ଆଇ ଓ, ଏନ୍ ଆଇ ସି, ଶ୍ରୀ କାନ୍ଦ୍ରା ହେମ୍ବ୍ରମ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତ ସ୍ବାଭିମାନ ନ୍ୟାସର ସ୍ଥାପନା ଦିବସ ପାଳିତ

masiha

ବିକାଶ ଭାରତ ସଂକଳ୍ପ ଯାତ୍ରା ଉଦଯାପିତ 

masiha

ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ରାକେଶ ଜେନା ପାଇଲେ ରକ୍ତ ମିତ୍ର ସମ୍ମାନ

Sunil Chandra Nayak

Leave a Comment

error: Content is protected !!