ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋଡ଼ଭଞ୍ଜା ବିଦେଶୀ ମଦ କୋଠି ରେ ଧର୍ମଗଡ ପୋଲିସ ର ଚଢ଼ାଓ, ଜଣେ କୋର୍ଟ ଚାଲାଣ

ଗୋଡ଼ଭଞ୍ଜା ବିଦେଶୀ ମଦ କୋଠି ରେ ଧର୍ମଗଡ ପୋଲିସ ର ଚଢ଼ାଓ, ଜଣେ କୋର୍ଟ ଚାଲାଣ

ନୂତନ ଭାବେ ଧର୍ମଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାହରସ ଯୋଗ ଦେବା ପରେ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେନିୟମ ଭାବେ ମଦ ମାଫିଆ ଓ ବେପାରୀ ଉପରେ ଚଢ଼ାଉ ଜାରି ରଖିଛନ୍ତି।ଗତ କିଛି ଦିନ ତଳେ ଚିଲିଚିଲା ସ୍ଥିତ ଏକ ଢ଼ାବା ରେ ଚଢ଼ାଉ କରିବା ସହ ମାଲିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଠିକ ତାର ୨ଦିନ ପରେ ତଥା ରବିବାର ରାତ୍ରିରେ ଧର୍ମଗଡ଼ ଥାନା ଅଧିନ ଗୋଡ଼ଭଞ୍ଜା ଗ୍ରାମ ରେ ଜଣେ ବେନିୟମ ଭାବେ ବିଦେଶୀ ମଦ କାରବାର କରୁଥିବା ମଦ କୋଠି ଉପରେ ଚଢ଼ାଉ କରି ଜଣ କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜନକ ହେଲେ ଗୋଡ଼ଭଞ୍ଜ। ଗ୍ରାମର ଗୋପାଳ ମେହେର । ଢ଼ାବା ରୁ ବିଭିନ୍ନ ବ୍ରାଣ୍ଡ ର ୨୦୧ଲିଟର ବିଦେଶୀ ମଦ ପୋଲିସ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଗିରଫ କରିଥିବା ସୂଚନା ମିଳିଛି।ଏନେଇ ଧର୍ମଗଡ ଥାନା ରେ କେଶ ନଂ ୧୨୪/୨୫ ଅବକାରୀ ଆଇନ ଅନୁଯାୟୀ ଗୋପାଳ ମେହେର ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।ତେବେ ଧର୍ମଗଡ଼ ଥାନା ରେ ଶ୍ରୀ କୋଲାହରସ ଯୋଗ ଦେବା ପରେ ବେନିୟମ ମଦ ବେପାରୀ ଙ୍କ ଭିତରେ ଛନକା ପସିଛି। ଧର୍ମଗଡ ଥାନା ଅଞ୍ଚଳ ରେ ପ୍ରଥମ ଥର ପାଇଁ ଏତେ ପରିମାଣ ର ମଦ ଜବତ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଞ୍ଚଳ ରେ ଦିନ କୁ ଦିନ ବେନିୟମ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଥାନା ଅଧିକାରୀ ଙ୍କ ଏଭଳି ପଦକ୍ଷେପ କୁ ବିଭିନ୍ନ ମହଲରେ ପ୍ରସଂସା କରାଯାଉଛି। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ତିରିଂ ତହସିଲ ! ରାମବେଡା ନଦୀଘାଟରୁ ପଡୋଶୀ ଝାଡଖଣ୍ଡକୁ ଦିନରାତି ବେଧଡକ ଚୋରା ବାଲି ଚାଲାଣ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

ତାଲା ଭାଙ୍ଗି ଘରେ ପଶି ଲୁଟ୍‌: ଟଙ୍କା ଓ ସୁନା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ । ୧୦ ତୋଳା ସୁନା ସହ ରୂପା ଅଳଙ୍କାର ଓ ୫୦ ହଜାର ନଗଦ ଲୁଟ୍‌ 

Sunil Chandra Nayak

ଦେଶୀ ମଦ ଜବତ, ଜଣେ ଗିରଫ 

masiha

Leave a Comment

error: Content is protected !!