ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦର୍ଶ ଶିକ୍ଷକଙ୍କ ପରଲୋକ

ଜୁନାଗଡ଼,୨୭।୪/(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ନୀଳକଣ୍ଠ କର(୭୬)ଙ୍କ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ ,ସମାଜସେବୀ, ସମାଜ ସଂସ୍କାରକ,ପରିବେଶ ବିତ ଥିଲେ । ସମାଜରେ ଜଣେ ମିଷ୍ଟ ଭାଷୀ, ପରୋପକାରୀ, ସମବାୟ ପ୍ରେମୀ ମଣିଷ ଥିଲେ । ତାଙ୍କ ବିୟୋଗରେ ମନ୍ତ୍ରୀ ଦିବ୍ୟଶଙ୍କ ମିଶ୍ର, ସଂସଦ ବସନ୍ତ ପଣ୍ଡା, ସୁଜିତ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ,ସୁବାଷ ନାୟକ, କଳାହାଣ୍ଡି ସିଡୁଲ କାଷ୍ଟ ଫେଡରେଶନ ସଭାପତି ଧନଞ୍ଜୟ ଦୀପ,ଆଇନ ଜୀବୀ ଛବିଲାଲ ନିଆଲ, ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ବରୁଣ ସୁନା, ଦିଗାମ୍ବର ଦୁରିଆ,ବୈଦନାଥ ବେହେରା, ଦିଗାମ୍ବର ଲୁହା, ଜୁନାଗଡ଼ ଏନ୍ ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘରvସାଧାରଣ ସଂପାଦକ   ରଜନୀକାନ୍ତ ମିଶ୍ର ପ୍ରମୂଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅନ୍ତେଷ୍ଟି କ୍ରିୟାରେ ବଡ଼ପୁଅ ଜାତୀନ୍ଦ୍ର କର ମୁଖାଗ୍ନି ଦେଇଥିଲେ।ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ତ୍ରୟମାସିକ ସାହିତ୍ୟ ପତ୍ରିକା ରଶ୍ମିପ୍ରଭା ର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ

Sunil Chandra Nayak

ରାଧାକୁଞ୍ଜ ସାହି ରେ ରାସ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବେଣୁ ଧର ସୁତାର ଙ୍କ କବିତା ସ୍ମୃତି ର ସେ ରୂପା ଜହ୍ନ

Sunil Chandra Nayak

Leave a Comment

error: Content is protected !!