ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଓକିଲ ସଂଘ ପକ୍ଷରୁ ସ୍ବାଭିମାନ ଦିବସ ପାଳନ 

ନର୍ଲା ଓକିଲ ସଂଘ ପକ୍ଷରୁ ସ୍ବାଭିମାନ ଦିବସ ପାଳନ 

ନର୍ଲା,୨୮/୫   ନର୍ଲା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ମଧୁବାବୁ ଜୟନ୍ତୀ ଓ ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି। ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପ୍ରଦିପ ପ୍ରଜ୍ବଳନ କରାଯାଇ ସଭା ଆରମ୍ଭ ହୋଇଥଲା। ମଧୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଗଠନ ମୁଳକ କାମରେ ସହଯୋଗ କରିବାକୁ ସଭାପତି ଗୌର ହରିଜନ ସମସ୍ତ ସଭ୍ୟ ମାନଙ୍କୁ ଆହ୍ବାନ ଦେଇଥିଲେ। ସଭାରେ ସଂଘର ସଂପାଦକ ବିଶ୍ଵ ରଞ୍ଜନ ଭୋଇ, ଯୁଗ୍ମ ସଂପାଦକ ବିଭୂତି ଭୂଷଣ ବହିଦାର, କୋଷାଧ୍ୟକ୍ଷ ଡ. ସଞ୍ଜୟ ଧଙ୍ଗଡାମାଝୀଙ୍କ ସମେତ ସମସ୍ତ ଓକିଲ ଉପସ୍ଥିତ ରହିଥିଲେ। ଏହି ଅବସରରେ ନୀରିହ ଗରିବ ଲୋକମାନଙ୍କୁ ଆଇନ ସହାୟତା ଅତି କମ ମୂଲ୍ୟରେ ଯୋଗାଇ ଦେବା ପାଇଁ ମତ ପ୍ରକାଶ ପାଇଥିଲା। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଡେଙ୍ଗୁ ନିୟନ୍ତ୍ରଣ ଉପରେ ଟାସ୍କଫୋର୍ସ କର୍ମଶାଳା ବ୍ଲକ ସଭାଗୃହ ରେ ଅନୁଷ୍ଠିତ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

masiha

ଦୁଇ ଶହ ପାଞ୍ଚ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ,ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!