ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଷ୍ଠା ତାଲିମ ପ୍ରଦାନ 

ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଷ୍ଠା ତାଲିମ ପ୍ରଦାନ 

 ମୁନିଗୁଡା,୨୮।୪ ଶିକ୍ଷାଦାନ ଓ ତାହାର ଫଳା ଫଳକୁ ସୁଦୃଢ କରିବା ତଥା ଭିନ୍ନକ୍ଷମ ଛାତ୍ର ଛାତ୍ରୀ କିପରି ସାଧାରଣ ଛାତ୍ର ଛାତ୍ରୀଙ୍କ ସହିତ ମିଶି ଶିକ୍ଷା ଗ୍ରହଣ କରିବା ଓ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ମାନଙ୍କୁ ନିଷ୍ଠା ବା ସମାନ ଓ ଅନ୍ତର୍ଭୁକ୍ତ ଶିକ୍ଷା ତାଲିମ ତାଲିମ ପ୍ରଦାନ କରାଯାଉଥିବା ବେଳେ ମୁନିଗୁଡା ବ୍ଲକର ସମସ୍ତ ବିଦ୍ୟାଳୟ ର ଜଣେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଷ୍ଠା ତାଲିମ ପ୍ରଦାନ କରାଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନିଗୁଡାଙ୍କ ତତ୍ଵାବଧାନରେ ଚାରି ଟି ପର୍ଯ୍ୟାୟରେ ଏହି ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି।ଭିନ୍ନକ୍ଷମ ଛାତ୍ର ଛାତ୍ରୀ କିପରି ସାଧାରଣ ଛାତ୍ର ଛାତ୍ରୀ ଙ୍କ ସହିତ ମିଶି ଶିକ୍ଷା ଗ୍ରହଣ କରିପାରିବେ ଓ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇପାରିବ ସେହି ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉତ୍ତମ ତାଲିମ ପ୍ରଦାନ କରାଯାଇଛି।ଏଥିରେ ସାଧାରଣ ଚଳଣି ଓ ସ୍ବାସ୍ଥ୍ୟ ଗଠନ ରହିଥିବା ଛାତ୍ରୀଛାତ୍ରଙ୍କ ଭଳି ସହ ସମାନ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରାଯିବା ଏବଂ ଦିବ୍ୟାଙ୍ଗଙ୍କୁ ସେହି ସମାନ ଯୋଗଶିକ୍ଷା, ଖେଳକୁଦ, ପାଠ୍ୟରେ ସାହିତ୍ୟ, ବିଜ୍ଞାନ, ପରିବେଶ ବିଜ୍ଞାନ, ଗଣିତ ଆଜି ବିଷୟରେ ସୁହାଇଲା ଭଳି ଶିକ୍ଷାଦାନ କରିବା ଓ ଏଥିରେ ସାଧାରଣ ଛାତ୍ରୀଛାତ୍ରଙ୍କ ଭଳି ଦିବ୍ୟାଙ୍ଗଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଇବା ନେଇ ଶିକ୍ଷୟିତ୍ରୀଶିକ୍ଷକ ମାନଙ୍କୁ ତାଲିମ ଦିଆଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଦୁଇଟି ପର୍ଯ୍ୟାୟ ଅମ୍ଵାଦଳା ସାମନ୍ତ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା ବେଳେ ଶେଷ ଦୁଇଟି ପର୍ଯ୍ୟାୟ ମୁନିଗୁଡା ଧୋବାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜନ କରାଯାଇଛି।ଏହା ନିଶ୍ଚିତ ଭାବେ ଭିନ୍ନକ୍ଷମ ପିଲା ଙ୍କ ପାଇଁ ଏକ ବରଦାନ ବୋଲି ବିବେଚନା କରାଯାଉଛି।ତାଲିମ ଦାତା ଭାବେ ଶିକ୍ଷକ ସୁବାସ ଖୁରା ,ବ୍ରଜବନ୍ଧୁ ହିଆଲ, ନୃସିଂହ ଚରଣ ମିଶ୍ର ,ସୁବ୍ରତ ପାଠୀ ,ଦାୟିତ୍ୱ ତୁଲାଉଥିବା ବେଳେ ବିଆରଟି ଅଭିମନ୍ୟୁ ପ୍ରଧାନ ଶିବିର ପରିଚାଳନା ଦାୟିତ୍ଵ ରେ ରହିଛନ୍ତି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କର୍ମକ୍ଷେତ୍ରରେ ମହିଳା ଯୌନ ଶୋଷଣ ନିଷେଧ,ନିବାରଣ ଓ ନିରାକରଣ ଆଇନ ୨୦୧୩ ସମ୍ବନ୍ଧୀୟ ତାଲିମ ଶିବିର

Sunil Chandra Nayak

ଜାନୁମଘୁଟୁ ରେ ୬୩ ତମ ତ୍ରିଦିବସୀୟ ଖାସଦେଶ ପିଢ ମହୋତ୍ସବ -୨୦୨୩ ଉଦଘାଟିତ

Sunil Chandra Nayak

ପୁରୀ-ରାଉରକେଲା ଦିନବେଳା ସ୍ବତନ୍ତ୍ରଟ୍ରେନ ସବୁଦିନିଆ ହେଉ

Sunil Chandra Nayak

Leave a Comment

error: Content is protected !!