ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ କୋର୍ଟ ରେ ଆଇନଜୀବୀ ଦିବସ ପାଳିତ

ଜୁନାଗଡ଼ କୋର୍ଟ ରେ ଆଇନଜୀବୀ ଦିବସ ପାଳିତ

ଜୁନାଗଡ଼,୨୯/୪(ମନୀସ)ଜୁନାଗଡ଼ ଜେ ଏମଏଫ ସି କୋର୍ଟ ପରିସର ମଧ୍ୟରେ ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସଂଘର ସଭାପତି ବାଳକୃଷ୍ଣ ଆଚାରି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ଉପସଭାପତି ଦିଗାମ୍ବର ନାଏକ,ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ବୃନ୍ଦ ମଦନମୋହନ ସାହୁ,ସୁରେଶ ଚନ୍ଦ୍ର ପଣ୍ଡା, କୈଳାସ ଚୌଧୁରୀ,ଅଶୋକ କୁମାର ପାତ୍ର ,ବିଶ୍ୱନାଥ କର, ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।ସେହିପରି ଏହିସଭାରେ ଅନନ୍ତ ନାରାୟଣ ବେହେରା, ରମେଶ ଚନ୍ଦ୍ର ନାଏକ,ଧନେଶ୍ୱର ନାଏକ, ଶିଶିର ପଟ୍ଟନାୟକ,ଅଶୋକ ପଣ୍ଡା, ଜୟଦେବ ସୁନାନୀ,ମିଳାପ ଚାନ୍ଦଜୈନ,ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ମଧୁବାବୁଙ୍କ ଶୃତି ଚାରଣ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି:ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଭବାନୀପାଟଣା ସହର

masiha

ବିହାର ଦିବସ ପାଳିତ 

masiha

ପଣ୍ଡରା ମାଳି ସମାଜ ର ଜିଲ୍ଲାସ୍ତୀୟ ବୈଠକ

Sunil Chandra Nayak

Leave a Comment

error: Content is protected !!