ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେସିଡିକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ ସମନ୍ଵିତ ଯୁବ ବିକାଶ ପଂଜିକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ”

କେସିଡିକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ ସମନ୍ଵିତ ଯୁବ ବିକାଶ ପଂଜିକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ”

ମୟୂରଭଞ୍ଜ -୮/୧୨ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକ ଅଧିନସ୍ଥ କେସିଡିକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ କ୍ରୀଡା ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ କ୍ରୀଡା, ସଂସ୍କୃତି ଓ ସାମାଜିକ ସେଵା ଆଦି ପ୍ରତିଯୋଗିତା ପାଇଁ ଗତ ୬/୧୨/୨୩ ତାରିଖଠାରୁ ଛାତ୍ରଛାତ୍ରୀମାନଙ୍କର ନାମ ପଂଜୀକରଣ ପ୍ରକ୍ରିୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୫ ଟି ହଲ ନମ୍ବର ୫ ମ କୋଠରୀରେ ନୋଡାଲ ଅଫିସର ଇଂରାଜୀ ଅଧ୍ୟାପକ ପି ସି ବରାଳଙ୍କ ତତ୍ବାବଧାନରେ ଶୁଭାରମ୍ଭ ହୋଇସାରିଛି । ଆୟୋଜିତ ପ୍ରତିଯୋଗୀତା ଗୁଡ଼ିକ ମଧ୍ୟରେ କ୍ରୀଡା ପ୍ରତିଯୋଗିତା , ସାହିତ୍ୟ, ସଂସ୍କୃତି ପ୍ରତିଯୋଗୀତା ସହ ସାମାଜିକ ସେବାକାର୍ଯ୍ୟ ଅନୁଷ୍ଠିତ ହେବ ।ଏହି ପଂଜିକରଣ ପ୍ରକ୍ରିୟା ୧୨/୧୨/୨୩ ଠାରୁ ଆରମ୍ଭ ହୋଇ ୨୨/୧୨/୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଖେଳ ପ୍ରତିଯୋଗିତାରେ କ୍ରିକେଟ,ଭଲିବଲ,କେରମ,ଆଦି ଖେଳ ଅନୁଷ୍ଠିତ ହେବ । ସେହିପରି ସାହିତ୍ୟ ଓ ସଂସ୍କୃତି ପ୍ରତିଯୋଗୀତାରେ ଵକ୍ତୃତା,ତର୍କ,କୁଇଜ,, ନୃତ୍ୟ, ସଂଗୀତ,,ଏକକ ଅଭିନୟ ଅନୁଷ୍ଠିତ ହେବ । ସାମାଜିକ ସେବା କାର୍ଯ୍ୟରେ ସଫେଇ ଓ ଡାହାଣୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନୋଡାଲ ଅଫିସର ଅଧ୍ୟାପକ ବରାଳ ସାର୍ ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଅଧ୍ୟାପକ ଶ୍ରୀ କୃଷ୍ନସିଂ ମହାନ୍ତ ସାମାଜିକ ସେବା କାର୍ଯ୍ୟକ୍ରମ ପରିଚାଳନା କରିବାକୁ ଯାଉଥିବା ବେଳେ ସଂସ୍କୃତି ବିଭାଗର ଅଧ୍ୟାପକ ଶ୍ରୀ ନିରଞ୍ଜନ ନାୟକଙ୍କୁ ଅର୍ପଣ କରାଯାଇଛି ।ଏଥି ସହିତ କ୍ରୀଡା ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ଦାସ କ୍ରୀଡା ପରିଚାଳନା ଦାୟିତ୍ଵରେ ଅଛନ୍ତି ।ଏହି ପଂଞ୍ଜିକରଣ କାର୍ଯ୍ୟକ୍ରମରେ ଅଧ୍ଯାପିକା ରେଣୁବାଳା ମହାନ୍ତ,ରଶ୍ମିତା ଗିରି,ଲକ୍ଷ୍ମିମଣୀ ସାହୁ,ରଜତ ଗିରି, ସନ୍ତୋଷ ମହାନ୍ତ,,ଅଜୟ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଚାପେ ଚର୍ଚ୍ଚା ରେ ରାଜ୍ୟ ସଭାପତି ମନମୋହନ ସାମଲ 

masiha

ଓଡ଼ିଆ ଭାଷା ବିକାଶ ମଞ୍ଚ ର କାର୍ଲ ମାର୍କସ ଜୟନ୍ତୀ ପାଳନ ଓ ସ୍ବତନ୍ତ୍ର ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ଆୟୋଜିତ

ହିନ୍ଦୋଳ ଏନ୍ ଏ ସି ରେ ଭୋଟ ଗ୍ରହଣ ସରିଲା: ଆସନ୍ତା ଏପ୍ରିଲ ୫ରେ ଗଣତି 

Sunil Chandra Nayak

Leave a Comment

error: Content is protected !!