ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପହଲଗାମ ମୃତକଙ୍କ ପାଇଁ ନୀଳାଚଳ ପରିବାରର ଶ୍ରଦ୍ଧାଞ୍ଜଳି ସଭା

ପହଲଗାମ ମୃତକଙ୍କ ପାଇଁ ନୀଳାଚଳ ପରିବାରର ଶ୍ରଦ୍ଧାଞ୍ଜଳି ସଭା

ଖଇରା,୨୯/୪/୨୫- ଜମ୍ମୁ କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀଙ୍କ ଦ୍ଵାରା ୨୭ ପର୍ଯ୍ୟଟକ ମାନଙ୍କ ଉପରେ ହେଇଥିବା ଆକ୍ରମଣ ଓ ନୃଶଂସ ହତ୍ୟାକାଣ୍ଡର ପ୍ରତିବାଦରେ ଓଡ଼ିଆ ସାମାଜିକ ସଂଗଠନ ନୀଳାଚଳ ପରିବାର ଓ ଆୟୁଷ୍ମlନ୍ ଫାଉଣ୍ଡେସନ ଦ୍ୱାରା ଗୁରୁଗ୍ରାମ ସ୍ଥିତ କାଦିପୁର କମ୍ୟୁନିଟି ସେଣ୍ଟର ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅମର ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ସମୂହ ଦ୍ବୀପ ପ୍ରଜ୍ୱଳନ ସହ ଶତାଧିକ ସଦସ୍ୟ ଓ ବିଭିନ୍ନ ସାମାଜିକ ସଂଗଠନ ଭାରତ ମାତା କି ଜୟ ନାରା ସହ ଶହୀଦ ମାନଙ୍କ ନ୍ୟାୟ ପାଇଁ ମହମବତୀ ଶୋଭାଯାତ୍ରା କାଦିପୁର କମ୍ୟୁନିଟି ସେଣ୍ଟର ଠାରୁ ଆରମ୍ଭ ହୋଇ ସେକ୍ଟର ୧୦ ପରିକ୍ରମା କରିଥିଲା । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଗୁରୁଗ୍ରାମ ମ୍ୟୁନିସିପାଲଟି ୱାର୍ଡ ନମ୍ୱର ୯ ର ନିଗମ ପାର୍ଷଦ ଅବିନିଶ ରାଘବ, ସେକ୍ଟର ୧୦ ର ଥାନା ଅଧିକାରୀ ତଥା ନୀଳାଚଳ ପରିବାରର ସଭାପତି ବିପ୍ଳବ ପଣ୍ଡା, ବିଶ୍ୱ ରଞ୍ଜନ ସାହୁ, ଆୟୁଷ୍ମlନ୍ ଫାଉଣ୍ଡେସନର ସଂସ୍ଥାପକ ଶ୍ରୀମନ୍ତ ବିଶ୍ଵାଳ, ଜୟଦେବ ପତି, ବିଜୟ ରାଉତ, ପ୍ରଭାତ କୁମାର ସାହୁ, ନନ୍ଦ କିଶୋର, ତନ୍ମୟ ସାମଲ, ଗଗନ କୁମାର , ରବୀନ୍ଦ୍ର ସ୍ୱାଇଁ ,ବିକାଶ ସ୍ୱାଇଁ , ସତ୍ୟ ଶିବ ପାତ୍ର ସଦସ୍ୟ ପ୍ରମୂଖ ଯୋଗ ଦେଇ ଏଭଳି ବର୍ବୋରଚିତ ହତ୍ୟାର ଦୃଢ ନିନ୍ଦା ସହ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ର ମଅନୁଷ୍ଠିତ

masiha

ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏକ ଗୌରବ ଦିବସ – ବିଜେପି ଅନୁସୂିତ ଜନ ଜାତି ମୋର୍ଚ୍ଚା 

masiha

କାନଭାସ ଆୟୋଜିତ ୧୦ମ ରାଉରକେଲା ଦିବସ ଆସନ୍ତା ୧୧ ଓ ୧୨ରେ …..

Sunil Chandra Nayak

Leave a Comment

error: Content is protected !!