ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମଧୁମିତା ମିଶ୍ର ଙ୍କ କବିତା ସନେଟ୍…ଆଇ ୱିଶ 

ସନେଟ୍…ଆଇ ୱିଶ 

କଜଳର ଗାର /ବଦଳରେ ଦବୁ /ବିଶ୍ଵାସର ଲେପ ଧାର 
ବିମ୍ବୋଷ୍ଠକୁ ରଙ୍ଗ/ ବଦଳରେ ଦବୁ /ଚେନାଏ ହସ ସମ୍ଭାର
କଙ୍କଣ ବଦଳେ/ ପିନ୍ଧାଇବୁ ହାତେ /ଆତ୍ମବିଶ୍ବାସର ଚୁଡ଼ି
ପାଉଁଜି ବଦଳେ/ ପାଦତଳେ ଦବୁ /ସ୍ବାଧୀନତାର ଲହଡ଼ି 
ବେକରେ ନଥାଉ /ଚନ୍ଦ୍ରହାର ପଛେ /ନିଃଶ୍ୱାସ ଚାଲୁ ଶାନ୍ତିରେ
କାନରେ ନଥାଉ /ହୀରକ କୁଣ୍ଡଳ/ ନ ବାଜୁ ନିନ୍ଦା ଶୃତିରେ 
ଫୁଲର ଗାଲିଚା /ନଥାଉ ପଛକେ /ରାସ୍ତା ତାର ରୋକିବୁନି 
ଶିକ୍ଷା ହେଉ ଅବା/ କର୍ମକ୍ଷେତ୍ର ତା’ର /ମାର୍ଗ ବନ୍ଦ କରିବୁନି
ଭ୍ୟାନିଟି ଭିତରେ/ ପ୍ରସାଧନ ଜାଗା /ନେଉ ପଛେ ଲଙ୍କାଗୁଣ୍ଡ
ଘଣ୍ଟା ଗତି ବଢ଼ି /ଗଲେ ନ ଖରାପ/ ହେଉ କାହା ମତି ମୁଣ୍ଡ
ମମତା ଭରା ତା/ ଆଞ୍ଚଳକୁ ଚିରି/ ଦିଅନା ମୃତ୍ୟୁର ଦଣ୍ଡ
ସିନ୍ଦୂର ପିନ୍ଧା ତା /ସୁନ୍ଥାରେ ଭରନା/ ପ୍ରତାରଣା କାଚଖଣ୍ଡ
ଦୋଳିରେ ବସେଇ/ ଝୁଲାନା ସମାଜ /ବଞ୍ଚିବାକୁ ଟିକେ ଦେ 
ସମ୍ମାନ ପ୍ରଶଂସା/ ବଦଳରେ ତାକୁ /ପ୍ରାଣଭିକ୍ଷା ଟିକେ ଦେ
©ମଧୁମିତା ମିଶ୍ର 
ଭୁବନେଶ୍ୱର
୯୪୩୮୪୭୦୮୦୭

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା // ମନେ ପଡେ ଦେଖି ବ୍ରାହ୍ମଣୀକୁ

Sunil Chandra Nayak

ଅପରାଜିତା ପରିଡ଼ା ଙ୍କ କବିତା // ସତ୍ୟ ଶିବ ସୁନ୍ଦର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // ମଳୟ

Sunil Chandra Nayak

Leave a Comment

error: Content is protected !!