ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତଦାନ ଶିିବିର ଅନୁଷ୍ଠିତ

ରକ୍ତଦାନ ଶିିବିର ଅନୁଷ୍ଠିତ

ରାଉରକେଲା ୨୯/୪/୨୫: ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଅବସରରେ ଆଜି ରାଉରକେଲା ସରକାରୀ ହସ୍ପିଟାଲ ସ୍ଥିତ ରକ୍ତ ଭଣ୍ଡାର କେନ୍ଦ୍ରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି | ସମବାୟର ମୂଲ୍ୟବୋଧକୁ ପ୍ରତ୍ୟେକ ସ୍ତରରେ ଆଦୃତ କରି ବୈଷମ୍ୟବିହୀନ ଓ ଶ୍ରେଣୀହୀନ ସମାଜ ଗଠନ ତଥା ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଅଗ୍ରଗତି କରିବା ଏହାର ମୌଳିକ ଲକ୍ଷ୍ୟ |ଏହି ପରିପ୍ରେକ୍ଷୀରେ ଜ଼ିଲ୍ଲା ସମବାୟ ଅଧିକାରୀ ଉମାଶଙ୍କର ଦାସ, ସହ ନିବନ୍ଧକ ବିକାଶ ସାମଦ, ଅତିରିକ୍ତ ଜ଼ିଲ୍ଲା ପଶୁଚିକିତ୍ସକ ଡା. ଲକ୍ଷ୍ମୀନାରାୟଣ ମହାନ୍ତି, ଅନ୍ୟ ସମବାୟ କର୍ମଚାରୀମାନଙ୍କ ମଧ୍ୟରେ ପିଟର ବେକ, ଲକ୍ଷ୍ମୀଧର ମୁଣ୍ଡା, କବିତା ଜେନା , ପ୍ରମୋଦିନୀ ଏକ୍କା ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ପ୍ରତ୍ୟେକ ବିନ୍ଦୁ ମୂଲ୍ୟବାନ ଏହି ଆଧାରରେ ଆମ ଓଡିଶା ରକ୍ତଦାନ ଅଭିଯାନ ସହାୟତା ଓ ପାନପୋଷ ସମବାୟ ୟୁନିଟ ସମସ୍ତଙ୍କ ସହଯୋଗରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଗ୍ନାନ ସ୍କୁଲରେ ବିଜ୍ଞାନ ମେଳା ଚିତ୍ରାଙ୍କନ ଓ ଗଣିତ ପ୍ରତିଯୋଗିତା ଅନୁଷ୍ଠିତ

masiha

ଚାରିମାସ ବୃଦ୍ଧା ଭତ୍ତା ନ ପାଇବାର ଖବର ପାଇ ବିଡିଓ  ପଠାଇଲେ ଏକ ହଜାର ଟଙ୍କା

Sunil Chandra Nayak

ମସିହା ପ୍ରଭାବ –  ସାପୁଆ କୁ ମିଳିଲା ସରକାର ଙ୍କ ୫୦ଲକ୍ଷ ଟଙ୍କାର ଅର୍ଥ ଅନୁଦାନ

Sunil Chandra Nayak

Leave a Comment

error: Content is protected !!