ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଶୋଇ ଥାନା! ଡାହାଣୀ ସନ୍ଦେହରେ ବଡମାଆକୁ ହତ୍ୟା କଲା ସମ୍ପର୍କୀୟ ପୁତୁରା

ବିଶୋଇ ଥାନା! ଡାହାଣୀ ସନ୍ଦେହରେ ବଡମାଆକୁ ହତ୍ୟା କଲା ସମ୍ପର୍କୀୟ ପୁତୁରା

ମୟୂରଭଞ୍ଜ – ୨୯/୦୪ // ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧ ବିଶ୍ବାସ ଓ କୁସଂସ୍କାର । ସରକାର ସମାଜରୁ ଅନ୍ଧ ବିଶ୍ବାସ ଓ କୁସଂସ୍କାର ରୁ ଦୂରେଇ ରହିବା ପାଇଁ ସଚେତନତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ତଦସହ ଆଇନ ମଧ୍ୟ ବହୁ କଠୋର ହୋଇଛି ।ହେଲେ ସମାଜରୁ ଏହା ଦୂରେଇ ଯାଉନାହିଁ ।ଵିଶେଷତଃ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଏବେ ବି ରହିଛି । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଯୁଡିଆ ପଞ୍ଚାୟତର ଯୁଡିଆ ଗ୍ରାମରେ ଅନ୍ଧ ବିଶ୍ବାସକୁ ପରିଣାମରେ ବଶବର୍ତ୍ତୀ ହୋଇ ଆଜି ମଙ୍ଗଳବାର ଦିନ ଦ୍ୱିପ୍ରହରରେ ପରିବାର ସମ୍ମୁଖରେ ବଡମାକୁ ଛୁରୀ ଓ ଧାରୁଆ ଅସ୍ତ୍ରରେ ହତ୍ୟା କଲା ସମ୍ପର୍କୀୟ ପୁତୁରା । ସୂଚନାଯୋଗ୍ୟ ମୁଣ୍ଡିଆ ଗ୍ରାମର ସ୍ବର୍ଗତ କନ୍ଦା ହେମ୍ବ୍ରମ ଙ୍କ ପତ୍ନୀ ସାକରା ହେମ୍ବ୍ରମ (୫୭) ଆଜି ଖରାବେଳେ ନିଜ ପରିବାରର ବୋହୂ ନାତି ନାତୁଣୀଙ୍କ ସହ ଖାଇ ଘର ବାହାରେ ବିଶ୍ରାମ ନେଉଥିଲେ । ହଠାତ୍ ଦୁର୍ଦାନ୍ତ ଯୁବକ ସମ୍ପର୍କରେ ପୁତୁରା ଜୁଲାଇ ହେମ୍ବ୍ରମ (୨୭)ଛୁରୀ ଓ ଧାରୁଆ ଅସ୍ତ୍ର ଧରି ଆସି ପହଞ୍ଚି ସାକରା ହେମ୍ବମଙ୍କୁ ଅତର୍କିତ ଆକ୍ରମଣ କରିଥିଲା ।ବେକ, ମୁଣ୍ଡ ଦେହ ହାତକୁ ହାଣି ଦେଇଥିଲା । ଘଟଣାସ୍ଥଳରେ ଦୁର୍ଦାନ୍ତ ଯୁବକର ଭୟଙ୍କର କାଣ୍ଡ କାରଖାନା ଦେଖି ଦୌଡ଼ି ପଳାଇ ନିଜ ଜୀବନ ରକ୍ଷା ପାଇଁ ଲୁଚି ଯାଇଥିଲେ ।ଏଣେ ଦୁଲା ହେମ୍ବ୍ରମ କାହାରିକୁ ଭୟ ନ କରି ସିଧା ବିଶୋଇ ଥାନାକୁ ଯାଇ ଆତ୍ମ ସମର୍ପଣ କରିବା ସହ ନିଜର‌ ଦୋଷ ସ୍ଵିକାର କରିଥିଲା । ହତ୍ୟାରେ ସଂପୃକ୍ତ ଯୁବକ ନିଜର‌ ଦୋଷ ସ୍ଵିକାର କରିବା ଅନୁଯାୟୀ ତା’ର ଏକମାତ୍ର ୫ ବର୍ଷର ପୁଅ ଏବଂ ତା’ର ର ବାପା ଗୁଣି ଗାରେଡ଼ି ଡାହାଣୀ ଜନିତ ସନ୍ଦେହରେ ମୃତ୍ୟୁର କାରଣ ଏହି ବିଧବା ମହିଳା ବୋଲି ତା’ର ର ମନରେ ସନ୍ଦେହ ଜାତ ହୋଇଥିଲା । ତେଣୁ ସେ ସବୁଦିନ ଏହି ମହିଳାଙ୍କ ଉପରେ ସନ୍ଦେହ କରି ତାର ଛୁଆ ଓ ବାପାର ମୃତ୍ୟୁ ହୋଇଛି ସନ୍ଦେହର ପ୍ରତିଶୋଧ ବହ୍ନି ଜଳି ଉଠୁଥିଲା ।ଆଜି ଘରେ ପୁରୁଷ ଲୋକ ନ ଥିବା ଦେଖି ସୁଯୋଗ ଉଣ୍ଡି ନିଜର କୋଧକୁ ସମ୍ଭାଳି ନ ପାରି ଏଭଳି ଜଘନ୍ୟ ଘଟଣା ଘଟାଇବା ପାଇଁ ବାଧ୍ୟ ହୋଇଥିଲା ।ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲା ।ଥାନାରେ ସାରା ପରିବାର ସାୟାକୁ ହତ୍ୟା କରା ଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ମୃତକକୁ ଉଦ୍ଧାର କରି ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ କୁ ପଠାଇଛି । ଗାଁ ଲୋକେ ଭୟଭୀତ ହୋଇ‌ ଯାଇଛନ୍ତି । ଚଳିତ ୨୦୨୫ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ଏହା ହେଉଛି ପ୍ରଥମଡାହାଣୀ ଜନିତ ହତ୍ୟାକାଣ୍ଡ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଚୋରି ମାମଲାରେ ଦୁଇ ଯୁବକ ଗିରିଫ 

masiha

ମହିଳା ଙ୍କ ବେକରୁ ସୁନା ର କାଶୁମାଳ ଝାମି ନେଲେ ଦୁର୍ବୁତ୍ତ 

masiha

ବିଟ୍ଟୁ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ଗିରଫ୍‌ କରି ସିନ୍‌ ରିକ୍ରିଏସନ୍‌ କଲା ବଲାଙ୍ଗିର ପୋଲିସ

Leave a Comment

error: Content is protected !!