ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ନୁଆଁ ପିଡିର , ନୁଆଁ ଯାତରା

ନୁଆଁ ପିଡିର , ନୁଆଁ ଯାତରା

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

ଗାଆଁ କ୍ଷେତରେ, ଗୋରୁ ଚରଇ 

ପଡିଆପଡେ କ୍ଷେତ , 

ଦାଦନ ଯାଇ, ମୁଲିଆ ହୋଇ 

ଖଟଣି ଦିବା ରାତ୍ର ll

ଗାଆଁରେ କଲେ, ଲାଜ ସରମ 

ମାନହାନିର କଥା, 

ଦୂର ସହରେ, ଯେ ଯାହା କରେ 

ନାହିଁ ସେଥକୁ ଚିନ୍ତା ll

ବେକାର ହୋଇ, ବୁଲନ୍ତି କେହି 

ଜୁଆ ଖେଳରେ ମlତି  

ଦାଣ୍ଡ ଅଳିଆ, ଘର ଗୋଳିଆ

ଫୁଲାଇ କିଏ ଛାତି ll

ନୁଆଁ ପିଡିର, ନୁଆଁ ଯାତରା 

ପଲ୍ଲୀ ପଙ୍କାଳେ ଦେଖ, 

ସହରୀ ଛାପ, ବଡ଼ ବହପ  

ବୁଢ଼ାବୁଢ଼ୀଏଁ ମୂକ ll

ଖୋଲା ମେଲାରେ, ଦିନ ରାତିରେ 

ମଦୁଆ ପିଏ ମଦ, 

ଭୟ ଭକତି, ମନରେ ଇତି 

ଲାଜ ସରମ ରଦ ll

ସବୁରି ହାତେ, ମୋବାଇଲ ରହି 

ନାହିଁ ନଥିବା ହାଟ, 

ପିଲାଙ୍କ କାଣ୍ଡ, ବଡ଼ ଉଦଣ୍ଡ

ଚୁଲିକୁ ଯାଏ ପାଠ ll

ପ୍ରଭାତ ଉଠା, ହୋଇଲା ଭଟା 

ସେଜ ଛାଡିବା କଷ୍ଟ, 

ବାଜିଲେ ଆଠ, ତେଜିକେ ମଠ 

ଛାଡଇ କେହି ଖଟ ll

ଦାଢ଼ିଆ ବାବୁ, ହୋଇବେ ସବୁ 

ମୁହଁରେ ବୋଳି କଳା, 

ପାନ ପୁଡିଆ, ପାଟିରେ ଠିଆ 

ନାଲିଆ ଆଖି ଡୋଳା ll

ମୁଣ୍ଡ ଓଡଣି, ବିଦାୟ ଘେନି 

ପୁରୁଣା କଥା ହେଲା, 

ହାତର ଶଙ୍ଖା, କମିଲା ସଂଖ୍ୟା 

କନିଆ, ବୋହୂ ଢିଲା ll

ଓଳିକି ହେବା, ସରମ ବାବା 

ନଇଁବ କିଏ ଅଣ୍ଟା ? 

ଖଣ୍ଡି ସଲାମ, ରଖେ ଧରମ 

ବଢ଼ାଇ ମାନ କଣ୍ଟା ll

ଶାଶୁ ମୁରୁଖ, ବୋହୂ ଚାଲାକ 

ବାପାଠୁ ବଳେ ପୁଅ  

ସବୁ କଥାରେ, ଇଚ୍ଛାଟି ପରେ 

ଘର ବେଭାର ସୁଅ ll

କ୍ଷୀର ନୀରର ,କମେ ଆଦର 

ସୁରା ଗରାଖ ବେଶି, 

କିଏ ଗାଧୋଏ , ଘରକୁ ଧୋଏ 

ଆଣେ ବିପଦ ଅସୀ ll

ମାଆ ଭାବଇ, ଝିଅଟି ତାର 

ଅଜଣା ବୋକୀଟିଏ, 

ଗାତୁଆ ମୂଷା, ବଡ଼ ସହସା 

ସବୁକୁ ସାରି ଦିଏ ll

ଘରେ ସେ ଥାଇ, କରଇ ହାଟ 

ଶୁଣିବା ଲୋକ କାଠ, 

ମଉନା ବତୀ, ହୋଇଛି ସତୀ 

ପଢ଼ି ମୋବାଇଲ ପାଠ ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ -ଗୋରିବନ୍ଧା, ମାଧ୍ଯମ-କାଶୀନଗର,

ଜିଲ୍ଲା -ଗଜପତି, ଓଡିଶା, 761296

Related posts

ମା ତାରିଣୀ କଂ ପବିତ୍ର ପିଠ ଘଟଗାଁ ଠାରେ ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ପାଳିତ

Sunil Chandra Nayak

କୁକୁଡ଼ା ଗାଲି ଚଢ଼ାଉ :ଏଗାର ଗିରଫ ,ଗୋଟିଏ କୁକୁଡ଼ା ଓ 6ଟି ଖୁୁଡୁଖୁଡ଼ି ପାଲି ଜବତ

Sunil Chandra Nayak

ଅବିନାଶ ମହାପାତ୍ର  ଙ୍କ କବିତା ରକ୍ଷା କର ଭଗବାନ

Leave a Comment

error: Content is protected !!