ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ଓଏ ଏସ ସଙ୍ଘର ବୈଠକ , ନୂତନକର୍ମ କର୍ତା ମନୋନୀତ 

ଜିଲା ଓଏ ଏସ ସଙ୍ଘର ବୈଠକ , ନୂତନକର୍ମ କର୍ତା ମନୋନୀତ 

କୋରାପୁଟ -ଓଡିଶା ପ୍ରଶାସନିକ ସେବା କୋରାପୁଟ ଜିଲା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନ ପାଇଁ ନୂତନ କର୍ମ କର୍ତା ମନୋନୀତ ହୋ ଇଛନ୍ତି , ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଆୟୋଜିତ ବୈଠକ ରେ ଅତିରିକ୍ତ ଜିଲାପାଳ ଦେବୀପ୍ରସାଦ ମହାନ୍ତି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶା ପ୍ରଶାସନିକ ସେବା ବିଭାଗର ଯୁଗ୍ମ ଶଚିବ ଅନିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଘର ବିଭିର୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା , ଏହାସହ ସଂଘର ବିଭିର୍ନ ସାଙ୍ଗଠନିକ କାର୍ଯ୍ୟ ନେଇ ପ୍ରତି ଦୁଇମାସ ରେ ଥରେ ଲେଖାଏଁ ବୈଠକ କରାଯିବା , ପ୍ରତି ତିନିମାସ ରେ ଥରେ ଲେଖାଏଁ ସମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ଉପରେ ଉପରେ ଆଲୋଚନା କରାଯାଇଥିଲା , ଶେଷରେ ଜିଲା ଶାଖାର କର୍ମକର୍ତା ମନୋନୀତ କରାଯାଇଥିଲା , ଏଥିରେ ଅତିରିକ୍ତ ଜିଲାପାଳ ଶ୍ରୀ ମହାନ୍ତି ସଭାପତି , ଉପଜିଲାପାଳ ପ୍ରେମଲାଲ ହିଆଲ ସମ୍ପାଦକ , ଭାବେ ମନୋନୀତ ହୋଇଛନ୍ତି , ଅନ୍ୟମାନଙ୍କ ମାଧ୍ୟରେ ବିକ୍ରମ ଦେବ ମହାବିଦ୍ୟାଳୟ ର ରେଜିଷ୍ଟାର ମହେଶ୍ଵର ନାୟକ , ମୁଖ୍ୟ ଉର୍ନୟନ ଅଧିକାରୀ ତଥା ଜିଲାପରିଷଦ ନିର୍ବାହୀ ଅଧିକାରୀ ବେଣୁଧର ଶବର , ଜୟପୁର ଆଇଟି ଡ଼ିଏ ପ୍ରକଳ୍ପ ପ୍ରଶାସିକା ତୃପ୍ତି ବରାହ , ଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟି କଲେକ୍ଟର ଏବଂ ଜିଲାର ବିଭିର୍ନ ବ୍ଲକ ର ଗୋଷ୍ଟି ଉର୍ନୟନ ଅଧିକାରୀ , ତହସିଲ ଦାର ମାନେ ଉପସ୍ଥିତ ଥିଲେ , ଏହି ବୈଠକ କୁ ସମସ୍ତ ଗୋଷ୍ଟି ଉର୍ନୟନ ଅଧିକାରୀ ଓ ତହସିଲ ଦାର ମାନଙ୍କୁ ଡକାଯାଇଥିଲେ ବି ବୈଠକ ରେ ଯୋଗଦେଇ ନଥିବାରୁ ବୈଠକ ରେ ଅସନ୍ତୋଷ ଦେଖା ଥିଲା ,ହେଲେ ସାଙ୍ଗଠନିକ କ୍ଷେତ୍ରରେ କାହାର ତାଳ ମେଳ ରହୁନଥିବା ବେଳେ ସାଧାରଣ ଜନତାଙ୍କ ପାଇଁ କିପରି କାର୍ଯ୍ୟ କରିବେ ଏଥିନେଇ ସନ୍ଦେହ ସୃଷ୍ଟିହୋଇଛି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରଗି ଫୁଲ ହେଉଛି ଆଦିବାସୀ ଯୁବପିଢି ଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଉଜ୍ଜୀବିତ କରିବାର ଅନନ୍ୟ ପ୍ରୟାସ 

masiha

ଜୁନାପାଣିରେ ମାଣ୍ଡିଆ ମଣ୍ଡି ଉଦଘାଟିତ 

masiha

ଗୋଳାମୁଣ୍ଡା ଓ କେଗାଁରେ ଚାଲିଛି ଯାନବାହାନ ର କଡ଼ା କଡ଼ି ଚେକିଙ୍ଗ

Sunil Chandra Nayak

Leave a Comment

error: Content is protected !!