ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

177ତମ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ – ଆଇନଜୀବି ଦିବସ – 2025 ପାଳିତ 

177ତମ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ – ଆଇନଜୀବି ଦିବସ – 2025 ପାଳିତ

ମୟୁରଭଞ୍ଜ (ବାରିପଦା) – 28/04/2025ରିଖ ସୋମବାର ଦିନ ଜ଼ିଲ୍ଲା ଓକିଲ ସଙ୍ଘ, ବାରିପଦା, ମୟୁରଭଞ୍ଜ ଅନାକୁଲ୍ୟରେ ଓଡିଶାର ସର୍ବ ବୃହତ ଓ ଅଭିଭକ୍ତ ଜ଼ିଲ୍ଲା ମୟୁରଭଞ୍ଜର ସଦର ମହକୁମା ବାରିପଦା ସ୍ଥିତ “ସହିଦ ଶ୍ମୃତି ଭବନ” ଠାରେ “177ତମ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ – ଆଇନଜୀବି ଦିବସ – 2025” ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି l ଉକ୍ତ ଜୟନ୍ତୀ ସମାରୋହରେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି R. K. ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସ୍ଥଳେ ଜ଼ିଲ୍ଲାର ମୁଖ୍ୟ ବିଚାରପତି ଅରବିନ୍ଦ ପଟ୍ଟନାୟକ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଇନ ସମ୍ବନ୍ଧୀୟ ବ୍ୟକ୍ତବ୍ୟମାନ ରଖିଥିଲେ l ପ୍ରକାଶ ଥାଉ କି ଏହି ସମାରୋହରେ ସମ୍ପୃକ୍ତ ସମସ୍ତ ବିଚାର ବିଭାଗୀୟ judge ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ l ପୁନଶ୍ଚ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହା ଏକ ଆଇନଜୀବି ପରିବାର ସଦୃଶ ଯାହାଫଳରେ କି କୁନି କୁନି ପିଲା ମାନଙ୍କୁ ନେଇ ବିଭିନ୍ନ ପ୍ରକାରର ମନୋହରା, ମନଲୋଭା ଓ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଯାଇଥିବା ସ୍ଥଳେ ଉପସ୍ଥିତ ଥିବା ସମସ୍ତଙ୍କୁ ମୃଦୁ ପାନୀୟଜଳ ଓ ଚା ପ୍ରଭୃତି ଦେବା ସହିତ ସୁସ୍ୱାଦ ମଧ୍ୟାନ ଭୋଜନର ଆୟୋଜନ ସଂଘର ସଭାପତି, ଉପ-ସଭାପତି, ସାଧାରଣ ସମ୍ପାଦକ, ସହ ସମ୍ପାଦକ, କୋଷାଧକ୍ଷ ସମେତ ସମସ୍ତ ସଂଘର ସଦଶ୍ୟ ଓ ସଦଶ୍ୟା ମାନଙ୍କ ସହଯୋଗ କ୍ରମେ ବ୍ୟବସ୍ଥା ମଧ୍ୟ କରାଯାଇଥିଲା l ବାସ୍ତବରେ ଉକ୍ତ ସମାରୋହଟି ଅନେକ ଚିତ୍ତାକର୍ଷକ ହେବା ସଙ୍ଗେ ସଙ୍ଗେ ମନ ମୁଗ୍ଧକର ହୋଇଥିବାର ଲୋକ ମାନଙ୍କ ମଧ୍ୟରେ ପ୍ରକାଶ ହୋଇଥିବାର ସୂଚନା ମିଳେ l ବର୍ତ୍ତମାନ ଆସନ୍ତୁ ଦେଖିବା ଏହାର ଝଲକମାନ l

ବାରିପଦା ରୁ ନରେନ୍ଦ୍ର ନାଥ ବେହେରାଙ୍କ ରିପୋର୍ଟ 

 

Related posts

ବେହେରା ଠାରେ  ନବପଲ୍ଲବ ଶିରୋନାମା ରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

masiha

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ’ଓ’ କାର୍ଯ୍ୟକ୍ରମ ଉଦଯାପିତ

masiha

ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଉ ପାଦେ , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ଵାରା ମିଶନ ଶକ୍ତି ସ୍କୁଟର ରାଜ୍ୟ ସ୍ତରୀୟ ଯୋଜନାର ଶୁଭାରମ୍ଭ

masiha

Leave a Comment

error: Content is protected !!