ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ସଂଗଠନ ଜୁନାଗଡର ଦ୍ବିତୀୟ ସାଧାରଣ ବୈଠକ

ଜୁନାଗଡ଼,୨/୭(ମ ନି ସ) ସ୍ଥାନୀୟ ସହିଦ ରେଣ୍ଡୋ ମାଝୀ ସଂସ୍କୃତି ଭବନ ଠାରେ ବରିଷ୍ଠ ନାଗରିକ ସଂଗଠନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଭାରେ ସଂଗଠନର ସଭାପତି ଶ୍ରୀ ଈଶ୍ବର ପୁଝାରୀସଭାପତିତ୍ବ କରିଥିଲେ ।ମୂଖ୍ଯ ଅତିଥି ଶ୍ରୀ ଭାରତ ଚଲାନ, ସାଧାରଣ ସମ୍ପାଦକ ବରିଷ୍ଠ ନାଗରିକ ସଂଗଠନ କଳାହାଣ୍ଡି ,ଭବାନିପାଟଣା ଏବଂ ମୂଖ୍ଯ ବକ୍ତା ଶ୍ରୀ ଗୁଣନିଧି ମାଝୀ ପୂର୍ବତନ ସଭାପତି ଏବଂ ବର୍ତ୍ତମାନର ଉପଦେଷ୍ଟା, ବରିଷ୍ଠ ନାଗରିକ ସଂଗଠନ ଧର୍ମଗଡ ଉକ୍ତ ସଭାରେ ଯୋଗଦାନ କରିଥିଲେ। ସଂପାଦକ ଭୁବନେଶ୍ବର ସାହୁ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ।ସମ୍ମାନୀତ ଅତିଥି ସର୍ବ ଅଶୋକ କୁମାର ପାତ୍ର ,ସଭାପତି ଓକିଲ ସଂଘ,ଜୁନାଗଡ,ରାଧେଶ୍ୟାମ ପଣ୍ଡା,ବିଜୟକୁମାର ବେହେରା, ଶ୍ରୀବତ୍ସ ମେହେର, ଏବଂ ଅଭିମନ୍ୟୁ ପଣ୍ଡା ସମସ୍ତ ଉପଦେଷ୍ଟା ନିଜ ନିଜ ବକ୍ତବ୍ଯ ପ୍ରଦାନ କରିଥିଲେ। ।ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ କର୍ଲାକୋଟ ନିବାସୀ ଗୋପିନାଥ ଶବର ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।ଉକ୍ତ ସାଧାରଣ ସଭାରେ ନୂତନ କାର୍ଯ୍ୟକାରୀ କମିଟି ନିର୍ବାଚନ କରାଯାଇଥିଲା।ଏହି ନିର୍ବାଚନ କାର୍ଯ୍ୟକ୍ରମକୁ ଗୁଣନିଧି ମାଝୀ ପରିଚାଳନା କରିଥିଲେ ।ଏଥିରେ ସର୍ବସମ୍ମତି କ୍ରମେ ଈଶ୍ବର ପୁଝାରୀ,ସଭାପତି ଅଭିମନ୍ୟୁ ପଣ୍ଡା,ଉପ ସଭାପତି ଭୁବନେଶ୍ବର ସାହୁ, ସଂପାଦକ ବିମ୍ବାଧର ପ୍ରଧାନୀ,ଯୁଗ୍ମ ସମ୍ପାଦକ ଦିଲ୍ଲୀପ କୁମାର ମେହେର,କୋଷାଧ୍ୟକ୍ଷ . ଜୁଗଲ କିଶୋର ନାୟକ ,ଗଣମାଧ୍ୟମ ସଂଯୋଗକ ଭାବେ ନିର୍ବାଚିତ କରାଯାଇଥିଲା। ସେହିପରି କାର୍ଯ୍ୟକାରୀ ସଭ୍ୟ ଦିଲ୍ଲୀପ କୁମାର ମୁଣ୍ଡ, ଗଙ୍ଗାଧର ମେହେର, ବୃନ୍ଦାବନ ପଣ୍ଡା ଜନ୍ମେଜୟ କୁମାର, ଘାସିରାମ ମେହେର, ପ୍ରମୁଖ ରହିଛନ୍ତି।ଜୁଗଲ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଭବାନୀପାଟଣାରେ ସହିଦ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତି ପାଇଁ ଦାବୀ

masiha

ଶୁଭଦ୍ରା ଯୋଜନାରେ ମିଛ ମଧ୍ୟସ୍ଥି କୁ ମିଳିବ ଦଣ୍ଡ 

masiha

ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ୯୨ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!