ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷାରେ ସମାଜ ବିଜ୍ଞାନରେ ଅନ୍ୱେଷା ପଟନାୟକ ଟପର

ମୟୂରଭଞ୍ଜ -୨/୭ ( ମସିହା)ଶୁକ୍ରବାର ଦିନ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି ।ଏଥିରେ ସମାଜ ବିଜ୍ଞାନରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମର ସମାଜ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ସୌରଭ ପଟନାୟକଙ୍କ ଏକମାତ୍ର କନ୍ୟା ଶୁଶ୍ରୀ ଅନ୍ୱେଷା ପଟନାୟକ ସମାଜ ବିଜ୍ଞାନରେ ଟପ୍ପର ହୋଇ ଗୌରବ ଆଣିଛନ୍ତି । ପିଲାଟିଦିନରୁ ସେ ଅତ୍ୟନ୍ତ ମେଧାବିନୀ ଛାତ୍ରୀ ଥିଲେ ‌ସେ ସିଜିପିଏଟ୍ ରେ ୯.୧୮ ପ୍ରତିଶତ ତଥା ମୋଟ ୨୨୦୯ ନମ୍ବର ରଖି କୃତିତ୍ୱ ଲାଭ କରିଛନ୍ତି ।ସେ ରାଇରଙ୍ଗପୁର କେରଳ ପବ୍ଲିକ ସ୍କୁଲ,ଭୂବନେଶ୍ବର ପୋଖରୀପୁଟ ର ଡିଏଭି ପବ୍ଲିକ ସ୍କୁଲ, ଏବଂ ପରେ ରମାଦେବୀରେ ଶିକ୍ଷା ଅର୍ଜନ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ନିଜ ବିଶ୍ବବିଦ୍ୟାଳୟର ପ୍ରଫେସର,ଅଧ୍ୟାପକ,ପିତା,ମାତା,,ପରିବାର ବର୍ଗଙ୍କ ଆଶୀର୍ବାଦ,ନିଜର କଠିନ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି ।ଆଗାମୀ ଦିନରେ ସେ ବାଙ୍ଗାଲୋରର ଖ୍ରୀଷ୍ଟ ବିଶ୍ବ ବିଦ୍ୟାଳୟରେ ସମାଜସେବା ଓ ମାନବ ସମ୍ବଳ ବିକାଶ ବିଭାଗରରେ ସ୍ନାତ୍ତକୋତ୍ତର ଶ୍ରେଣୀରେ ଅଧ୍ଯୟନ କରିବେ ବୋଲି ସୂଚନା ଦେଇଛନ୍ତି ।ତାଙ୍କ ସଫଳତା ଶୁଣି ତାଙ୍କର ଶୁଭେଛୁ, ସାଙ୍ଗସାଥୀ ଶୁଭେଛା ଜଣେଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ

masiha

ଜେକେ ପୁର ସ୍ଥିତ ଜେକେ କାଗଜ କଳ ର  ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କର ୯୧ତମ ଜନ୍ମ ବାର୍ଷିକୀ

masiha

ଦୋଳ ବିମାନରେ ଦୋଳ ଗୋବିନ୍ଦ

masiha

Leave a Comment

error: Content is protected !!