ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମ ପରାୟଣ ମହିଳାଙ୍କ ବିୟୋଗରେ ଶୋକର ଛାୟା:ଶବ ଦାହ,ଦଶାହ ଓ ଚତୁର୍ଦଶ ଦିବସ ଭୋଜିରେ ଲୋକାରଣ୍ୟ 

ଧର୍ମ ପରାୟଣ ମହିଳାଙ୍କ ବିୟୋଗରେ ଶୋକର ଛାୟା:ଶବ ଦାହ,ଦଶାହ ଓ ଚତୁର୍ଦଶ ଦିବସ ଭୋଜିରେ ଲୋକାରଣ୍ୟ 

ନବରଙ୍ଗପୁର:(୨୯|୪)(ରବିନାରାୟଣମହାନ୍ତି))ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ମେଦେନା ଗ୍ରାମ ପଞ୍ଚାୟତ ସଦରମହକୁମା ସୁରେଶ ଚନ୍ଦ୍ର ମିଶ୍ରଙ୍କ ସହଧର୍ମିଣୀ ସୁଵାସିନୀ ମିଶ୍ର ତା ୧୫|୪ ରେ ତାଙ୍କ ପରିବାରକୁ ଶୋକ ସାଗରରେ ପକାଇ ଇହଧାମ ପରିତ୍ୟାଗ କଲେ l ତାଙ୍କ ଦେହାନ୍ତ ଖବର ଶୁଣି ଡାବୁଗାଁ ବ୍ଳକ ସହ ସମସ୍ତ ପଞ୍ଚାୟତ ଅଧିବାସୀ ଶୋକ ପ୍ରକାଶ କରି ଶେଷ ଦର୍ଶନ କରିବାକୁ ବହୁ ସଂଖ୍ୟାରେ ତାଙ୍କ ଘରେ ରୁଣ୍ଡ ହୋଇ ଥିଲେ l ତାଙ୍କ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ବେଶ୍ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା lଶେଷ କୃତ୍ୟ ସମ୍ପନ୍ନ ବେଳେ ପରିବାର ର ବଡ ପୁଅ ଶିବ ପ୍ରସାଦ ମିଶ୍ର, ସାନ ପୁଅ ଅମର ପ୍ରସାଦ ମିଶ୍ର, ଝିଅ ବିଷ୍ନୁ ପ୍ରିୟା ଷଡଙ୍ଗୀ,ବୋହୂ, ନାତି ନାତୁଣୀ ଙ୍କ ସହ ଘରର ମୁରବୀ ସୁରେଶ ଚନ୍ଦ୍ର ମିଶ୍ର ଉପସ୍ଥିତ ରହିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ମାନଙ୍କରେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ତଥା ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ଡାବୁଗାଁ କଂଗ୍ରେସ ବିଧାୟକ ଭୂଜବଳ ମାଝୀ, ବିଜେପି ଜିଲ୍ଲା ସଭାପତି ତଥା ବିଜେପି ଟାଣୁଆ ନେତା କୁଞ୍ଜ ବିହାରୀ ଦାଶ ପ୍ରମୂଖ ବିଜେଡି, କଂଗ୍ରେସ,ବିଜେପି ଦଳର ବହୁ କର୍ମୀ ଯୋଗ ଦେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାର ପାଖରେ ଉପସ୍ଥିତ ରହି ସାହସ ସାନ୍ତ୍ଵନା ପ୍ରଦାନ କରିଥିଲେ l ଉକ୍ତ ମହିଳା ଜଣକ ଧର୍ମ ପରାୟଣ, ମିଷ୍ଟଭାଷୀ,ସର୍ବଜନ ପ୍ରଶଂସିତ ଭାବେ ଡାବୁଗାଁ ବ୍ଲକରେ ପରିଚୟ ସ୍ରୁଷ୍ଟି କରି ସଧବା ବେଶରେ ଶେଷ ନିଶ୍ଵାସ ତ୍ୟାଗ କରି ଚାଲିଗଲେ l ତାଙ୍କର ଅମର ଆତ୍ମାର ସଦାଗତୀ କାମନା ନିମନ୍ତେ ପ୍ରତ୍ୟେକ ଜନସାଧାରଣ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ଜଣାଇଛନ୍ତି l ତାଙ୍କର ଜନପ୍ରିୟତା ଯୋଗୁଁ ଚତୁର୍ଦଶ ଦିବସରେ ବେଶ ଜନଗହଳରେ ଉଛୁଳି ପଡିଥିଲା ମେଦେନା ଗ୍ରାମ l ଏଇତ ମାନବ ଜୀବନ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଉରକେଲା ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଉଦ୍ଘାଟିତ ରାଉରକେଲା ସହରର ନଜର ରଖିବ ୨୨୦ ପୋଲିସ୍ ସିସିଟିଭି କ୍ୟାମେରା

Sunil Chandra Nayak

ପତଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ

masiha

Adult literacy school opening at Kantajhar

Sunil Chandra Nayak

Leave a Comment

error: Content is protected !!