ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଆଇନଜୀବି ଜଗନ୍ନାଥ ମୁଣ୍ଡ ଙ୍କ ପରଲୋକ ଧର୍ମଗଡ ଓକିଲ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ….

ବରିଷ୍ଠ ଆଇନଜୀବି ଜଗନ୍ନାଥ ମୁଣ୍ଡ ଙ୍କ ପରଲୋକ

ଧର୍ମଗଡ ଓକିଲ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ….

କଳାହାଣ୍ଡି ମାଟି ର ଜଣେ ସୁଯୋଗ୍ୟ ସନ୍ତାନ, ମା ମାଟି ର ଉନ୍ନତି ମାଇଁ ସଦା ସର୍ବଦା ଚେଷ୍ଟିତ ରହୁଥିବା ଜଣେ ସୁସଂଗଠକ, ସମାଜସେବୀ, ପୂର୍ବତନ ରାଜ୍ୟ ବାର କାଉନସିଲ ର ସଦସ୍ୟ, ସୁଅଭିନେତା ତଥା ବ୍ରାହ୍ମଣ ସମାଜ ର ସଂସ୍କାରବାଦୀ ଓ କଳାହାଣ୍ଡି ର ସୁପରିଚିତ ବ୍ୟକ୍ତିତ୍ୱର ଅଧିକାରୀ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ ଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି।

ଶିକ୍ଷା ବିକାଶ ପରିଷଦ, ବରିଷ୍ଠ ନାଗରିକ ସଂଘ,ମୁଣ୍ଡ ପରାଶର ପରିବାର ଉପଦେଷ୍ଟା ଭଳି ଅନେକ ସଂଗଠନ ସହିତ ସେ ଜଡିତ ଥିଲେ।ଏନେଇ ଧର୍ମଗଡ ଓକିଲ ସଙ୍ଘ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘର ସଭାପତି କୃପାସିନ୍ଧୁ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶୋକ ସଭା ରେ ସଂପାଦକ ବସନ୍ତ ଠାକୁର,ବରିଷ୍ଠ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷୀ, ସନ୍ତୋଷ କୁମାର ପାତ୍ର, ପ୍ରଦୀପ ଦାସ, ସନ୍ତୋଷ ମେହେର,ଥବିର ପ୍ରସାଦ ସାହୁ, ସୁବାସ ଚନ୍ଦ୍ର ପାଣିଗ୍ରାହି, ହରି ପ୍ରସାଦ ଭାରତୀ,ସୁମନ୍ତ କୁମାର ପଣ୍ଡା, ଲିଙ୍ଗରାଜ ବେହେରା, କମଳିନୀ ରଥ, ଧୀରେନ୍ଦ୍ର କୁମାର ପାତ୍ର, ପ୍ରସନ୍ନ ଅଗସ୍ତି, ଜୟଦ୍ରଥ ମହାନନ୍ଦ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁଣ୍ଡ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ତାଙ୍କର ବିୟୋଗରେ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜାତୀୟ ଦିବସ ପାଳନ କମିଟି (ଏନ୍ ଡି ସି ସି) ଜୟପାଟଣା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

masiha

କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ସମସ୍ୟା ଶୁଣିଲେ ରଘୁନାଥପାଲ୍ଲୀ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ

masiha

ରାଇରଙ୍ଗପୁର କଣ୍ଟାବଣି ଗ୍ରାମରେ ଆଇଆରଡିଏମଏସ ଆନୁକୁଲ୍ୟରେ ମାଣ୍ଡିଆ ମଣ୍ଡି ଶୁଭ ଉଦ୍ଘଘାଟିତ

masiha

Leave a Comment

error: Content is protected !!