ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଆମେ ଓଡିଆ”ର ଅକ୍ଷୟ ତୃତୀୟା ପାଳନ ଓ କାର୍ଯ୍ୟକାରୀ କମିଟି ବୈଠକ

“ଆମେ ଓଡିଆ”ର ଅକ୍ଷୟ ତୃତୀୟା ପାଳନ ଓ କାର୍ଯ୍ୟକାରୀ କମିଟି ବୈଠକ

ରାଉରକେଲା: ସେକ୍ଟର ୩ ଖଡ୍ଗ ମନ୍ଦିର ପରିସରରେ ଆମେ ଓଡିଆ ରାଉରକେଲା ଶାଖାର ପୂର୍ଣ୍ଣାଙ୍ଗ କମିଟି ବୈଠକ ଓ ଅକ୍ଷୟ ତୃତୀୟା ପାଳନ କରାଯାଇଛି। ଶମ୍ଭୁନାଥ ପରିଡ଼ାଙ୍କ ସଭାପତିତ୍ବ ଓ ଝିଲିମା ମହାନ୍ତିଙ୍କ ସଂଯୋଜନାରେ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ ସମର ମୁଦାଲି, ଉପଦେଷ୍ଟା ଡ଼ ସନାତନ ପ୍ରଧାନ, ଡାକ୍ତର ଉତ୍ତମ ଚରଣ ଜେନା ଓ ଶିଳ୍ପପତି ନିହାରିକା ବସ୍ତିଆ ସଂଗଠନର ଲକ୍ଷ୍ୟ, ଆଭିମୁଖ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ବକ୍ତବ୍ୟ ରଖିବା ସହିତ ଅକ୍ଷୟ ତୃତୀୟାର ବିଶେଷତ୍ଵ ଓ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ସାଧାରଣ ସମ୍ପାଦକ ଜଗନ୍ନାଥ ରାଉତ କାର୍ଯ୍ୟକ୍ରମର ବିବରଣୀ ରଖିଥିଲେ ଓ ସଂଗଠନ ସମ୍ପାଦକ ସୁବ୍ରତ ମଲ୍ଲିକ ବିଭିନ୍ନ ପ୍ରସ୍ତାବ ଉତ୍ଥାପନ କରିଥିଲେ। ସମସ୍ତ ବରେଣ୍ୟ ସଭ୍ୟମାନେ ସର୍ବଶ୍ରୀ ଶଶଧର ପାତ୍ର,ବିମଳ ବିଶି,ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଭୋଳେଶ୍ବର ବେହେରା, କୁଞ୍ଜବିହାରୀ ରାଉତ, ଚାନ୍ଦମଣୀ ବେହୁରା, ଅନିଲ କୁମାର ଦାଶ, ଗଙ୍ଗାଧର ପୁହାଣ, ପ୍ରଦୀପ ନାୟକ,ପଞ୍ଚାନନ ପାତ୍ର, ଗଙ୍ଗାଧର ନାୟକ, ମନୋରଞ୍ଜନ ଦାସ,ଡ ପ୍ରଶାନ୍ତ ବେହେରା, ନିରଞ୍ଜନ ଜେନା, ନଳିନୀକାନ୍ତ ଧର, ସରସ୍ଵତୀ ପରିଡ଼ା, ପ୍ରଦୀପ କୁମାର ନାୟକ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ବାଜି ରାଉତ ଶିକ୍ଷା ନିକେତନ, ମଧୁସୂଦନ ଶିକ୍ଷା ନିବାସର ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ରହି ନିଜର ମତ ରଖିଥିଲେ। ମ୍ୟୁନିସିପାଲ ମହାବିଦ୍ୟାଳୟର ଦୀପକ କୁମାର ସାହୁ, ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରସ୍ପିତା ପ୍ରିୟଦର୍ଶିନୀ ଓ ଇସ୍ପାତ ବିଦ୍ୟାମନ୍ଦିରର ଶୁଭସ୍ମିତା ସେନାପତି ଆମ ସଂସ୍କୃତି ଓ ପରମ୍ପରାରେ ଅକ୍ଷୟ ତୃତୀୟା ଶୀର୍ଷକ ଉପରେ ବକ୍ତୃତା ଉପସ୍ଥାପନା କରିଥିଲେ। ଶେଷରେ ସାଂସ୍କୃତିକ ସମ୍ପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ସଦସ୍ୟ ମାନଙ୍କୁ ଓଡ଼ିଆ ପାରମ୍ପାରିକ ଆରିସା, କାକରା ପିଠା ପରିବେଷଣ କରାଯାଇଥିଲା ଓ ରାତ୍ରି ଭୋଜନରେ ଆପ୍ୟାୟିତ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାମଦା:ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ସହ ଶିଶୁ ବାଟିକାର ଶୁଭାରମ୍ଭ

masiha

କଳାର ପୂଜାରୀ ବରିଷ୍ଠ ସାମ୍ବାଦିକ ସର୍ବେଶ୍ୱର ମିଶ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

Sunil Chandra Nayak

ସଂସ୍କୃତ ମହାବିଦ୍ୟାଳୟରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!