ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ଆଇ ଟି ୟୁ ଓ ସି ସି ୟୁ ଏ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ  ଶ୍ରମ କୋର୍ଡ ବିରୁଦ୍ଧରେ ମେ ୨୦ ଦେଶବ୍ୟାପୀ ଧର୍ମଘଟ କୁ ସଫଳ ପାଇଁ ଶ୍ରମିକ ଶ୍ରେଣୀ କୁ ଆହ୍ୱାନ

ସି ଆଇ ଟି ୟୁ ଓ ସି ସି ୟୁ ଏ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ 

ଶ୍ରମ କୋର୍ଡ ବିରୁଦ୍ଧରେ ମେ ୨୦ ଦେଶବ୍ୟାପୀ ଧର୍ମଘଟ କୁ ସଫଳ ପାଇଁ ଶ୍ରମିକ ଶ୍ରେଣୀ କୁ ଆହ୍ୱାନ

ରାଉରକେଲା ତା ୦୧/୦୫/୨୦୨୫ // ସି ଆଇ ଟି ୟୁ ଓ ସି ସି ୟୁ ଏ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ମେ ପହିଲା ଆଜି ମହା ସମାରୋହରେ ପାଳନ ହୋଇଯାଇଛି।ସକାଳେ ଶ୍ରମିକ ଭବନ ସେକ୍ଟର ୧୬ ସି ଆଇ ଟି ୟୁ ଜିଲ୍ଲା କାର୍ଯ୍ୟାଳୟ ଓ ଶକ୍ତିନଗର ସି ପି ଆଇ ଏମ୍ ଜିଲ୍ଲା କାର୍ଯ୍ୟାଳୟ, ରାଉରକେଲା ନୂଆ ବସଷ୍ଟାଣ୍ଡ ଠାରେ ୟୁନିୟନ କାର୍ଯାଳୟ ,ଆଇ ଡି ଏଲ୍ ଓ ସାରନଗରୀ ଲାଲ୍ ଟାଙ୍କି ୟୁନିୟନର କାର୍ଯ୍ୟାଳୟ ରେ ଲାଲ୍ ପତାକା ଉତ୍ତୋଳନ କରିଥିଲେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି। କଲୁଙ୍ଗା, କୁଆଁରମୁଣ୍ଡା ଓ ବେଦବ୍ୟାସ ଠାରେ ଅନୁଷ୍ଠିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ପତାକା ଉତ୍ତୋଳନ କରିଥିଲେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ ଓ ରାଜ୍ୟ କମିଟି ସଦସ୍ୟା ତାଜମୁନ ନେହାର।

     ଅପରାହ୍ନ ରେ ୟୁନିୟନର ଶତାଧିକ ଇସ୍ପାତ,ଠିକା, ଶିଳ୍ପ ଶ୍ରମିକ, ପରିବହନ, ନିର୍ମାଣ, ଆଶା, ଅଙ୍ଗନବାଡ଼ି ଶ୍ରମିକ ସେକ୍ଟର ୪ ମଧୁବନ ଛକରୁ ଶୋଭାଯାତ୍ରା ରେ ଆସି ସେକ୍ଟର ୩ ଘରୋଇ ବସଷ୍ଟାଣ୍ଡ ଠାରେ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ବକ୍ତବ୍ୟ ରଖି ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ ବକ୍ତବ୍ୟ ରଖି କହିଥିଲେ ଯେ ଶ୍ରମିକ ଶ୍ରେଣୀ କୁ କ୍ରିତ୍ତଦାସ କରିଦେବା ପାଇଁ ମୋଦି ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି। ଦେଶର ରାଷ୍ଟ୍ରାୟତ ସଂପଦ ଗୁଡ଼ିକୁ କର୍ପୋରେଟ ପୁଞ୍ଜିପତି ମାନଙ୍କୁ ବିକ୍ରି କରୁଛନ୍ତି। ଦେଶରେ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ର ଦର ନିୟନ୍ତ୍ରଣ କରାଯାଉନାହିଁ। ସର୍ବନିମ୍ନ ଦରମା ଶ୍ରମିକ ର ବୃଦ୍ଧି ହେଉନାହିଁ। ଦେଶରେ କେବଳ ମୋଦୀ ସରକାର ଜନ ସାଧାରଣଙ୍କୁ ଧର୍ମ, ସଂପ୍ରଦାୟ,ଜାତି ନାମରେ ଧର୍ମୀୟ ଧୃବୀକରଣ କରି ଶାସନ କ୍ଷମତାରେ ରହିବାକୁ ଚାହୁଁଛନ୍ତି। କେନ୍ଦ୍ର ମୋଦୀ ସରକାର ଙ୍କ ଶ୍ରମିକ ବିରୋଧୀ,ଜନ ବିରୋଧୀ ନୀତି ବିରୋଧରେ ଆଗାମୀ ମେ ୨୦ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟ କୁ ସୁନ୍ଦରଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ। ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ର ଉପ ସଭାପତି ଶ୍ରୀମନ୍ତ ବେହେରା ଓ ସି ସି ୟୁ ଏ ଆବାହକ ଭାଗିରଥି ଟୁଡୁ ଙ୍କ ମିଳିତ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ବି ପି ମହାପାତ୍ର, ସୁରେନ୍ଦ୍ର ଦାଶ, ଯଯାତି କେଶରୀ ସାହୁ,ହୃଦୟାନନ୍ଦ ଯାଦବ,ରାଜ କିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ପ୍ରଦୀପ ସେଠୀ, ଯଜ୍ଞେଶ୍ଵର ସାହୁ, ଏନ୍ ଏନ୍ ପାଣିଗ୍ରାହୀ ,ଅରୁ ଦାସ୍, ବିନୟ ବେହୁରିଆ,ଅରୁଣ ମହାରଣା, ଜଗବନ୍ଧୁ ପଶାୟତ,ଦିବାକର ମହାରଣା,ବୁବୁନ ମାଇତି, ସୁରଜ୍ ଦାସ୍, ଅଜିତ ଏକ୍କା, ସମ୍ୱିତ ସ୍ବାଇଁ, କ୍ଷିରୋଦ ବେହେରା, ଦିବାକର ରାଓ, ସୁଧାଂଶୁ ଜେନା,ସି ଡ଼ି ଓ ମୁଣ୍ଡା, ଭବାନୀ ସାହୁ,ଜି କେ ନାୟକ, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ନେତୃତ୍ବ ନେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବଣକାଟି ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜାବ ଏଣ୍ଡ ସିନ୍ଦ୍ ବ୍ୟାଙ୍କ ଆଭାଷୀ ମାଧ୍ୟମରେ ଉଦଘାଟିତ

masiha

କାର୍ଯ୍ୟ‍ାଦେଶ ଯନ୍ତ୍ରୀଙ୍କ ନାଁରେ, ଯନ୍ତ୍ରୀ ଅନୁପସ୍ଥିତ ସରକାରୀ ନିୟମର ଖୋଲା ଉଲଂଘନ ଛୁଟିଦିନରେ ୨ଟି ସ୍ଥାନରେ ହେଲା ଢଳେଇ କାର୍ଯ୍ୟ

Sunil Chandra Nayak

ମହାଶିବରାତ୍ରୀରେ ପଣା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!