ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଙ୍କ ଦିନିକିଆ ଗସ୍ତ 

ନବରଙ୍ଗପୁର ଜିଲ୍ଲାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଙ୍କ ଦିନିକିଆ ଗସ୍ତ 

ନବରଙ୍ଗପୁର :(ତା ୬.୫.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ ଗସ୍ତ ରେ ଆସି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକାରୀ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ମୂଖ୍ୟ ଶାସନ ସଚିବ ଙ୍କ ସହ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର,ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ସକାଳ ୯.୦୦ ଘ ସମୟରେ ନବରଙ୍ଗପୁର ଜିଲ୍ଲାର ଡ଼ାଇଭଟା ଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ ସହ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅନ୍ତର୍ଗତ ରବି ଋତୁ ରେ ମକା,ବୁଟ ଓ ସୂର୍ଯ୍ୟମୁଖୀ ଚାଷ କରିଥିବା ହିତାଧିକାରୀଙ୍କୁ ଭେଟି ଉତ୍ପାଦନ,ବଜାର ବ୍ୟବସ୍ଥା ଉପରେ ବାର୍ତ୍ତାଳାପ କରିଥିଲେ ।ସେଭଳି ଗ୍ୟାରେଜ , ଟିଫିନ୍ ଷ୍ଟଲ୍, ପାୱାର ଟିଲର କରିଥିବା ଆଦିବାସୀ ମାଇକ୍ରୋ ଉଦ୍ୟୋଗୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ଚାଷୀମାନେ ମୁଖ୍ୟ ଶାସନ ସଚିବଙ୍କୁ ନିଜର ଉତ୍ପାଦ ବିକ୍ରୟ ପାଇଁ ଏକ ହାଟ ପିଣ୍ଡି ଆବଶ୍ୟକ ଉପରେ କହିଥିଲେ। ଏହାପରେ ତାରାଗାଁ ସ୍ଥିତ ପ୍ରାୟ ୫୦ ଲକ୍ଷ ମାଛ ଜାଆଁଳା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଥିବା ହିତାଧିକାରୀ ଇମରାନ ଖାଁ ଏବଂ ୭୫ ଟି ଗାଈ ମହିଂଶୀ ଫାର୍ମ ସହିତ ଦିନକୁ ୬୦୦ ଲିଟର ଦୁଗ୍ଧ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର କରିଥିବା ଚାଷୀ ଇର୍ଫାନ ଖାଁ ଙ୍କ କେନ୍ଦ୍ର ପରିଦର୍ଶନ କରିଥିଲେ। ହିତାଧିକାରୀ ଙ୍କୁ ଏଭଳି ୟୁନିଟ ଅନ୍ୟମାନେ ଯେଭଳି ସ୍ଥାପନ କରିବାକୁ ଆଗ୍ରହ ଦେଖାଇବେ ଓ ପଶୁ ପାଳନ ଉପରେ ତାଲିମ ପ୍ରଶିକ୍ଷାର୍ଥିଙ୍କୁ ନିଜ ର କେନ୍ଦ୍ର ପରିଦର୍ଶନର ସୁଯୋଗ ଦିଅନ୍ତୁ ବୋଲି କହିଥିଲେ।ଏହାପରେ ସେମଲା ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପରିଦର୍ଶନ ସହ ମାତୃଶକ୍ତି ପ୍ରୋଡୁସର ଏଣ୍ଟରପ୍ରାଇଜେସ ର ମା ମାନଙ୍କ ସହ ଖଲି ଉତ୍ପାଦନ, ବିକ୍ରୟ, ବଜାର ବ୍ୟବସ୍ଥା ଉପରେ ଏବଂ ମକାଚାଷୀ ମାନଙ୍କ ସହ ତାଙ୍କର ସୁବିଧା ଅସୁବିଧା ଉପରେ ବାର୍ତ୍ତାଳାପ କରିଥିଲେ। ବକ୍ସାଗୁଡ଼ା ରେ ମନରେଗା ଯୋଜନାରେ କାଜୁଗଛ ରୋପଣ କ୍ଷେତ୍ର ପରିଦର୍ଶନ ପୂର୍ବକ ଫର୍ଷାଗୁଡ଼ା ଠାରେ ବନ ବିଭାଗ ଦ୍ଵାରା ବର୍ଣମାଳା ଉଦ୍ୟାନ, କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଉକିଆପାଲି ଜଳ ବିଶୋଧନ କେନ୍ଦ୍ର, ମିଶନ ଶକ୍ତି କ୍ୟାଫେ ପରିଦର୍ଶନ କରିଥିଲେ ଏବଂ ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନ ମସିଗାଁ ଠାରେ ହସ୍ତତନ୍ତ୍ର କ୍ଲଷ୍ଟର ପରିଦର୍ଶନ ସହ ଆର୍ ଏମ ସି କ୍ୟାମ୍ପସ ପରିସରରେ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସଂପୃକ୍ତ ବିଭାଗୀୟ ଅଧିକାରୀ ପି ଏ, ଆଇ ଟି ଡି ଏ,ସି ଡି ଭି ଓ, ଡି ଡ଼ବ୍ଲୁ ଓ, ଡି ଏଫ୍ ଓ,ସହକାରୀ ସି ଇ ଓ, ଓରମାସ ,ନିର୍ବାହୀ ଯନ୍ତ୍ରୀ, ମେଗା ଲିଫ୍ଟ,ନିର୍ବାହୀ ଯନ୍ତ୍ରୀ ଆର୍ ଡବ୍ଳୁ ଏସ୍ ଏସ,ବି ଡି ଓ କୋଷାଗୁମୁଡ଼ା/ ପାପଡ଼ାହାଣ୍ଡି,ଡି ପି ସି, ମିଶନ ଶକ୍ତି, ଡି ଡି ଟେକ୍ସଟଟାଇଲ ,ପି ଡି , ୱାଟରସେଡ୍ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ 

masiha

ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ପାଳିତ

Sunil Chandra Nayak

ଚତୁର୍ଥ ସ୍ତମ୍ଭର ମହାପ୍ରଭାବ : ଖବର ବାଜିଲା ପରେ ପହଁଚିଲା ଭରଷା ପରିବାର 

Leave a Comment

error: Content is protected !!