ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଓକିଲ ସଂଘ ତରଫରୁ ୧୭୭ ତମ ଆଇନଜୀବୀ ଦିବସ ପାଳିତ 

ରାଇରଙ୍ଗପୁର ଓକିଲ ସଂଘ ତରଫରୁ ୧୭୭ ତମ ଆଇନଜୀବୀ ଦିବସ ପାଳିତ 

 ମୟୂରଭଞ୍ଜ- ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ଅବସରରେ ଆଇନଜିଵୀ ଦିବସ ଭାବେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏବଂ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଓ ଦୌରାଅରଵିନ୍ଦ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ଅତିଥିଗଣ କଚେରୀ ସ୍ଥିତ ମଧୁବାବୁଙ୍କ ପ୍ରତିମୂ୍ତିରେ ମାଲ୍ୟାର୍ପଣ ଦେଇ ଶ୍ରଦ୍ଧା ସୁମନ ଜଣାଇଥିଲେ ।ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିବାବେଳେ ଅବସରପ୍ରାପ୍ତ କିରାଣୀ ତଥା ଅଧୁନା ଆଇନଜୀବୀ ଦୁଷ୍ମନ୍ତ ବସା ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ତଥା ଵର।ଷିୟାନ ଆଇନଜୀବୀ ରସାନନ୍ଦ ଲେଙ୍କା (୯୩) , ଗୋପୀନାଥ ମାରାଣ୍ଡି ମଧୁବାବୁଙ୍କ ଜୀଵନଚର୍ଯ୍ଯା ଉପରେ ଆଲୋକପାତ କରିଥିଲେ ।ଏହି ପବିତ୍ର ଦିବସ ଅବସରରେ ରାଇରଙ୍ଗପୁର ଓକିଲ ସଂଘର ପ୍ରତିଭାବାନ ଓକିଲ ରସାନନ୍ଦ ଲେଙ୍କା, ମନୋରଞ୍ଜନ ନାଥ, ରାମଚନ୍ଦ୍ର ସାହୁ,ପ୍ରଦୀପ ନନ୍ଦ,ଜହରଲାଲ ମଣ୍ଡଳ,ପଙ୍କଜ ଦାସ ,ସ୍ବରୂପ ଗିରି,ଅଶ୍ବିନୀ ପାଣିଗ୍ରାହୀ, ଜୟନ୍ତ ଗିରି, ବିଶ୍ଵନାଥ ପରିଡ଼ା ଅକ୍ଷୟ ମହାନ୍ତି,,ବରୁଣ ଦେବଙ୍କୁ ଅତିଥିଗଣ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଡଃ ଭି ସୁଜାତା, ସଵଜଜ୍ ଆଲୋକ ପଣ୍ଡା,ଏସଡିଜେମ୍, ମନୀନ୍ଦ୍ର ଭୂଷଣ ସାହୁ,ଓ ଜେଏମଏଫସି ଚେତନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂପାଦକ ମନୋଜ ଦାସ ସମସ୍ତ ଓକିଲ ବଂଧୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଚନ୍ଦ୍ରପୁରୁ ବ୍ଲକରେ ଭୁଷୁଡି ପଡିଛି ଶିକ୍ଷା ବ୍ୟବସ୍ଥା, ୯ଟି ଶ୍ରେଣୀର ୫୮ପିଲାଙ୍କୁ ୨ଟି କୋଠରୀରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ

Sunil Chandra Nayak

ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ 

masiha

ବଣାଇ ଉପଖଣ୍ଡ!  କୁଲୁକୁତା ଘାଟିରେ ଇଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ; ଡ଼୍ରାଇଭର ମୃତ , ୩ ଶ୍ରମିକ ଖଣ୍ଡିଆ ଖାବରା 

Sunil Chandra Nayak

Leave a Comment

error: Content is protected !!