ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେପଟିଆମ୍ବ ଘାଟିରେ ଅଟୋ ଓଲଟିବା ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି 

ଚେପଟିଆମ୍ବ ଘାଟିରେ ଅଟୋ ଓଲଟିବା ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି 

ଡାବୁଗାଁ, ୨/୫ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚେପଟିଆମ୍ବ ଘାଟି ଉପରେ ବୁଧବାର ସନ୍ଧ୍ୟାରେ ଅଟୋ ଓଲଟି ୯ ଜଣ ଆହତ ଓ ୫ ଜଣ ଗୁରୁତ୍ତର ହୋଇଥିଲେ | ସୂଚନାଯୋଗ୍ୟ:- ପାପଡାହାଣ୍ଡି ବ୍ଲକ ଅଧୀନ ଚାନ୍ଦିଲି ଗ୍ରାମର ୧୪ ରୁ ୧୫ ଜଣ ଲୋକେ ବୁଧବାର ପୂର୍ବାହ୍ନ ୧୧ ଘ. ସମୟରେ ଏକ ଅଟୋ ଯୋଗେ ଝରିଗାଁ ବ୍ଲକ ଅଧୀନ ମୁଣ୍ଡାପଦର ଗ୍ରାମକୁ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ | ସେଠାରେ ବିବାହ ଭୋଜି ଖାଇ ସାରି ସନ୍ଧ୍ୟା ରେ ଉକ୍ତ ଅଟୋ ଗାଡିରେ ନିଜ ଘର ଚାନ୍ଦିଲି ଗ୍ରାମକୁ ଫେରୁଥିବା ବେଳେ ଚେପଟିଆମ୍ବ ଘାଟି ଉପରେ ଅଟୋ ଗାଡି ଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା | ଫଳରେ ଗାଡିରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲ l ସମସ୍ତ ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା l ଏମାନଙ୍କ ମଧ୍ୟରୁ ତିନିଜଣ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଙ୍କୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଚିକିତ୍ସିତ ଅବସ୍ଥା ରେ ଚାନ୍ଦିଲି ଗ୍ରାମର ରାଇମତି ଜାନି (50)ଙ୍କର ଗୁରୁବାର ସକାଳ 10 ଘ ସମୟରେ ମୃତ୍ୟୁ ଘଟିଥିଲା l ଏନେଇ ମୃତକ ର ପୁତୁରା ରମେଶ ଜାନି ଡାବୁଗାଁ ଥାନାରେ ଏତଲା ଦେଇଥିଲେ l ଉକ୍ତ ଏତଲା ଙ୍କୁ ଭିତ୍ତି କରି ଥାନା ଏସ ଆଇ ଗୋପାଳ କୃଷ୍ଣ ହାଲୱା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେସ ନଂ 87/25 ରେ ଏକ ମାମଲା ରୁଜୁ କରାଯାଇଛି l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ଅମଲା କର୍ମଚାରୀଙ୍କ ଆନ୍ଦୋଳନ, ସମସ୍ତ କାର୍ଯ୍ୟ ଠପ, ଲୋକେ ହଇରାଣ 

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ବିକାଶର ଢୋଲ ବାଜୁଛି, ଗର୍ଭବତୀ ଆଜି ବି ଖଟିଆରେ !

Sunil Chandra Nayak

ହିର୍ମିମୁଣ୍ଡା ଗ୍ରାମର ତିନି ୱାର୍ଡ ର ହିତାଧିକାରୀ ଚାଉଳ ତିନି କିସ୍ତି ର ପାଇବାରୁ ବଞ୍ଚିତ

Sunil Chandra Nayak

Leave a Comment

error: Content is protected !!