ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଆଇଟିୟୁସି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ଏଆଇଟିୟୁସି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ରାଉରକେଲା: ଅଖିଳ ଭାରତ ଟ୍ରେଡ ୟୁନିଅନ୍‌ କଂଗ୍ରେସ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ମହାନ ଆନ୍ତର୍ଜାତିକ ଶ୍ରମିକ ଦିବସ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ ହରିବନ୍ଧୁ ଭବନଠାରେ ଶ୍ରମିକ ଶ୍ରେଣୀର ଲାଲ ପତକାକୁ ଏଆଇଟିୟୁସିର ଜିଲ୍ଲା ସମ୍ପାଦକ ସଦାନନ୍ଦ ସାହୁ ଉତ୍ତୋଳନ କରିଥିଲେ। ରାଜ୍ୟ ଉପସଭାପତି ପ୍ରଦୋଷ କୁମାର ମହାନ୍ତି ଅତିଥି ଓ ସଦାନନ୍ଦ ସାହୁ ପ୍ରମୁଖ ବକ୍ତବ୍ୟ ଦେଇ ମହାନ ଆନ୍ତର୍ଜାତିକ ଶ୍ରମିକ ଦିବସର ଐତିହ୍ୟ ସମ୍ପର୍କରେ ବକ୍ତବ୍ୟ ଦେବା ସହ ସମାଜର ବିକାଶ ପାଇଁ ଶ୍ରମିକ ଶ୍ରେଣୀର ଅବଦାନ ଅତୁଳନୀୟ ଅବଦାନ ବୋଲି କହିଥିଲେ। ବ୍ରିଟିଶ ଶାସନ କାଳରୁ ଲଢ଼େଇ କରି ଶ୍ରମିକ ଶ୍ରେଣୀ ହାସଲ କରିଥିବା ୪୪ଟି ଆଇନ୍‌କୁ ବର୍ତ୍ତମାନର ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାର ୪ଟି କୋର୍ଡରେ ପରିବର୍ତ୍ତନ କରି ମାଲିକ ସପକ୍ଷ ବାଦୀ ଆଇନ୍‌ ଆଣିଛନ୍ତି। ଯଦି ଏହି ଆଇନ୍‌କୁ କାର୍ଯ୍ୟକାରୀ କରନ୍ତି ତେବେ ଶ୍ରମିକ ଶ୍ରେଣୀ ଶୋଷିତ ଓ ନିର୍ଜାତିତ ହେବେ ବୋଲି ବକ୍ତବ୍ୟ ଦେଇଥିଲେ। ଖଣି ଖାଦାନ କଳକାରଖାନା ଭରା ସୁନ୍ଦରଗଡ଼ ଜିଲ୍ଲାର ଶ୍ରମିକ ଶ୍ରେଣୀକୁ ଶେ‌ାଷଣ କରାଯାଉଛି। ଶ୍ରମ ଅଧିକାରୀମାନେ ଏ ଦିଗରେ ଧ୍ୟାନ ଦେବାକୁ ସେମାନେ ନିବେଦନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସୁବାଷ ପଟ୍ଟନାୟକ, ଦୁର୍ଗା ମଧବ ତନ୍ତୀ, ଶୁସାନ୍ତ ଲେଙ୍କା, ମହେଶ୍ବର ଦୀପ, ପଞ୍ଜାନନ ସୁନା, ଦଲବୀର ସିଂ ପ୍ରମୂଖ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାର ବଦଳିଲା ହେଲେ ସୁଧୁରୁ ନାହିଁ ରାସ୍ତା ଅବସ୍ଥା, ଦୃଷ୍ଟି ପଡିବ କି ବିଧାୟକ ? 

masiha

ଖବର ପ୍ରକାଶ ପରେ ଆକ୍ସନ ରେ ପଞ୍ଚାୟତ , ଭଦ୍ରାସାହି ରେ ପରିମଳ ସମସ୍ୟା ଉପରେ ବୈଠକ, ବଜାର କମିଟି ଗଠନ

Sunil Chandra Nayak

ବହୁ ବର୍ଷ ପରେ ଫେରି ପାଇଲେ ବାପାଙ୍କ ନାମର ଚାଉଳ କାର୍ଡ

Sunil Chandra Nayak

Leave a Comment

error: Content is protected !!