ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଶତାୟୁ, ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଉଲ୍ଲେଖନୀୟ ସଫଳତା 

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଶତାୟୁ, ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଉଲ୍ଲେଖନୀୟ ସଫଳତା 

ଢେଙ୍କାନାଳ : ତା.୦୨.୦୫.୨୦୨୫ ରିଖ : ଚଳିତବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା- ୨୦୨୫ରେ ଶତାୟୁ, ପି.ଏମ୍.ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଓଡ଼ିଶା ରାଜ୍ୟର ପାସ୍ ହାର ଶତକଡ଼ା ୯୪.୯୩ ଓ ଢେଙ୍କାନାଳ ଜିଲ୍ଲାର ପାସ୍ ହାର ଶତକଡ଼ା ୯୩.୭୧ ହୋଇଥିବା ବେଳେ ଏହି ବିଦ୍ୟାଳୟର ପଞ୍ଜୀକରଣ କରି ପରୀକ୍ଷା ଦେଇଥିବା ମୋଟ ୧୯୧ ଜଣ ଛାତ୍ରୀ -ଛାତ୍ରଙ୍କ ମଧ୍ୟରୁ ମୋଟ ୧୭୯ ଜଣ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି ଓ ମୋଟ ପାସ୍ ହାର ଶତକଡ଼ା ୯୩.୭୧ ହୋଇପାରିଛି। ସେଥିମଧ୍ୟରୁ ଏ -ୱାନ୍ ଗ୍ରେଡ୍ ରେ ୦୨ ଜଣ,ଏ -ଟୁ ଗ୍ରେଡ୍ ରେ ୦୪ ଜଣ,ବି-ୱାନ୍ ଗ୍ରେଡ୍ ରେ ୧୩ ଜଣ,ବି -ଟୁ ଗ୍ରେଡ୍ ରେ ୩୬ ଜଣ,ସି -ଗ୍ରେଡ୍ ରେ ୫୧ ଜଣ, ଡି- ଗ୍ରେଡ୍ ରେ ୪୮ ଜଣ ଓ ଇ-ଗ୍ରେଡ୍ ରେ ୨୫ ଜଣ କୃତିତ୍ଵର ସହ ପାସ୍ କରିପାରିଛନ୍ତି। ସମସ୍ତ ଗ୍ରେଡ଼ଧାରୀ ଛାତ୍ରୀ -ଛାତ୍ରମାନେ ସମ୍ମିଳିତ ଭାବରେ ନିଜ ନିଜର ସଫଳତା ପାଇଁ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ଅତିରିକ୍ତ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ବ୍ରହ୍ମୋତ୍ରୀ ବିଶ୍ଵାଳ,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଶିକ୍ଷକ ତଥା ଭାରପ୍ରାପ୍ତ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଧ୍ୟାନଚାନ୍ଦ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମଚାରୀ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟିର ସଭ୍ଯ ସଭ୍ୟା ବୃନ୍ଦ ଓ ନିଜ ନିଜର ପିତା ମାତା,ବନ୍ଧୁ ପରିଜନ ତଥା ଶୁଭେଚ୍ଛୁମାନଙ୍କୁ ଶ୍ରେୟ ଦେଇ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ବିଦ୍ୟାଳୟର ଛାତ୍ରୀ ଚିନ୍ମୟୀ ବେହେରା ଉଲ୍ଲେଖନୀୟ ମୋଟ୍ ୫୬୦ ନମ୍ୱର୍ ଓ ୯୩.୩୩ ପ୍ରତିଶତ ନମ୍ବର ରଖି ଏ -ୱାନ ଗ୍ରେଡ୍ ପାଇବା ସହ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରିବା ସଙ୍ଗେ ସଙ୍ଗେ ସ୍ଵର୍ଗତ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର,ଛାତ୍ରୀ ସମ୍ମାନରେ ୫୦୦୦ ଟଙ୍କାର ଅର୍ଥରାଶି,ମେମେଣ୍ଟୋ,ମେଡାଲ,ପୁରସ୍କାର ଭାବରେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି। ସେ ଭବିଷ୍ୟତରେ ଡ଼ାକ୍ତର ହୋଇ ସମାଜ ସେବା କରିବାକୁ ଜୀବନରେ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି।ସେହିପରି ଛାତ୍ର ସୌମ୍ୟ ପ୍ରିୟଦର୍ଶନ ମୋଟ୍ ୫୪୫ ନମ୍ୱର୍ ଓ ଶତକଡ଼ା ୯୦.୮୩ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ସ୍ଥାନ ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି।ସେମାନେ ତାଙ୍କର ଏହି ସଫଳତା ପାଇଁ ବିଭୁକୃପା,ନିଜର କଠିନ ପରିଶ୍ରମ,ଦୃଢ଼ ଇଚ୍ଛାଶକ୍ତି,ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ,ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ନିଜର ମାତା,ପିତା ସମସ୍ତ ବନ୍ଧୁପରିଜନ ଓ ଶୁଭେଚ୍ଛୁମାନଙ୍କ ଉତ୍ସାହ ତଥା ପ୍ରେରଣା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଦୃଢ଼ ମତପ୍ରକାଶ କରିଛନ୍ତି। ସେମାନେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଅନେକ ପୁରସ୍କାର ଲାଭକରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି।ନିଜର ଉତ୍ସର୍ଗୀକୃତ ଜୀବନରେ ଡାକ୍ତର ତଥା କମ୍ପ୍ୟୁଟର ଇଞ୍ଜିନିୟର ହୋଇ ସାମାଜର ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ଆଶାପୋଷଣ କରିଛନ୍ତି । ଚିନ୍ମୟୀ ବେହେରା,ହେଉଛନ୍ତି ଆଠଗଡ଼,କଟକ ନିବାସୀ ପ୍ରତିମା ବେହେରା ଏବଂ ନାରାୟଣ ବେହେରାଙ୍କର ସଫଳ ସନ୍ତାନ । ସେହିପରି ଛାତ୍ର ସୌମ୍ୟ ପ୍ରିୟଦର୍ଶନ ହେଉଛନ୍ତି ଢେଙ୍କାନାଳ ବଉଳପୁର ଗ୍ରାମର ମାତା ବିଜୟରଶ୍ମି ଦାସ,ପିତା ନୀଳମାଧବ ଦାସଙ୍କ ସୁପୁତ୍ର । ସେ ଭବିଷ୍ୟତରେ କମ୍ପ୍ୟୁଟର ଇଞ୍ଜିନିୟର ହୋଇ ସମାଜର ସେବା କରିବାକୁ ଜୀବନରେ ଲକ୍ଷ୍ୟ ରଖିଛନ୍ତି।ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ଅତିରିକ୍ତ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ବ୍ରହ୍ମୋତ୍ରୀ ବିଶ୍ଵାଳ, ବରିଷ୍ଠ ଶିକ୍ଷକ ତଥା ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଧ୍ୟାନଚାନ୍ଦ ମିଶ୍ର,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମଚାରୀବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମାରାଣୀ ସାହୁ,ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ,ବିରଞ୍ଚି ନାଏକ,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର,ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଡ଼ଃ ଅନୁପମା ମିଶ୍ର,କିଶୋର ଚନ୍ଦ୍ର ସାମଲ, କିରଣମୟୀ ମାହାଳିକ,ଦିପ୍ତୀଶ କୁମାର ଶତପଥୀ,କଲ୍ୟାଣୀ ବଡ଼ଜେନା,ସ୍ମିତିସୁଧା ଜେନା,ସୁଚିତ୍ରା ସାହୁ,କିରଣ କଣ୍ଟା, ଭୂପେନ୍ଦ୍ର ସିଂ ମାଝୀ,ଅନୁପମା ପଣ୍ଡା,ସୁନିତା ନାଥ, କ୍ଷୀରାବଧିତନୟା ମହାପାତ୍ର,ସ୍ମିତା ପଟ୍ଟନାୟକ,ଅନିତା ସାହୁ, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ସୁଦର୍ଶନ ସାହୁ,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ବୃନ୍ଦଙ୍କ ସମେତ ସମସ୍ତ ଅଭିଭାଭିକା, ଅଭିଭାବକମାନେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଵା ସମସ୍ତ ଛାତ୍ରୀ,ଛାତ୍ରମାନଙ୍କୁ ଅନେକ ଅନେକ ଶୁଭ ଅଭିନନ୍ଦନ,ଢେର୍ ସାରା ଶୁଭେଚ୍ଛା ଓ ଅଜସ୍ର ଶୁଭକାମନା ତଥା ଶୁଭ ଆଶୀର୍ବାଦ ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।ସମସ୍ତେ ସ୍ଵୀୟ ବକ୍ତବ୍ୟରେ ଉପସ୍ଥାପନ କରିଛନ୍ତି ଯେ ଉତ୍ତୀର୍ଣ୍ଣ ଛାତ୍ରୀ,ଛାତ୍ରମାନେ ଜୀବନର ପ୍ରଥମ ପାହାଚକୁ ସଫଳତାର ସହ ଅତିକ୍ରମ କରିଛନ୍ତି ଏବଂ ସେମାନଙ୍କ ପାଖରେ ଅସୀମକୁ ଅତିକ୍ରମ କରିବାର ଶକ୍ତି ମଧ୍ଯ ରହିଛି।ସଠିକ ରାସ୍ତା ବାଛି ଏବଂ କଠିନ ପରିଶ୍ରମ ଦ୍ୱାରା ତୁମେମାନେ ଏହିପରି ନିଜର,ନିଜ ପିତା ମାତା ଓ ପରିବାର ତଥା ବିଦ୍ୟାଳୟର ନାମ ଉଚ୍ଚ ରଖିବା ପାଇଁ ଆମ୍ଭେମାନେ ଗଭୀର ଆଶାବାଦୀ ବୋଲି ଦୃଢ଼ ବକ୍ତବ୍ୟ ଉପସ୍ଥାପନ କରିଛନ୍ତି। ହୁଏତ କୌଣସି କ୍ଷେତ୍ରରେ କିଛି ପିଲା ଆଶାନୁରୂପ ସଫଳତା ପାଇ ପାରି ନାହାନ୍ତି,ତଥାପି କିଛି ବ୍ୟସ୍ତ ହେବାର ନାହିଁ ! ସେମାନେ ଅନଲାଇନ୍ ମାଧ୍ୟମରେ ବିଭିନ୍ନ ବିଷୟରେ ନିଜର ସଠିକ ମାର୍କ ରହିଛିକି ନାହିଁ ଆବେଦନ କରି ମଧ୍ୟ ସଫଳ ହୋଇ ପାରିବେ ମାଧ୍ୟମିକ ଶିକ୍ଷା ବୋର୍ଡ,ଓଡିଶା, କଟକ ସହିତ ଯୋଗାଯୋଗ କରି ପ୍ରତ୍ୟେକ ବିଷୟର କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନର ଓଏମ୍ଆର୍ ଫର୍ଦ୍ଦ (OMR sheet) ଓ ବିଷୟଗତ (Subjective) ବିଷୟ ସମ୍ପର୍କରେ ଉତ୍ତର ଖାତାର ଅବିକଳ ନକଲ ପାଇଁ ଆବେଦନ କରି ସେମାନେ ପ୍ରାପ୍ତ ହୋଇଥିବା ମାର୍କର ସଠିକତା ନିରୂପଣ କରି ସଠିକ୍ ମାର୍କ ପାଇବା ପାଇଁ ଆବେଦନ କରି ସଫଳ ହୋଇ ପାରିବେ। ଆଗକୁ ସମସ୍ତଙ୍କ ପାଇଁ ଲମ୍ବା ରାସ୍ତା ପଡିଛି । ଦିନେ ନା ଦିନେ ତୁମେମାନେ ମଧ୍ୟ ସଫଳତାର ଶୀର୍ଷରେ ଅଧିଷ୍ଠିତ ହେବ, ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ । ଅସଫଳତା ସଫଳତାର ଚାବିକାଠି। ଅବିରତ ଉଦ୍ୟମ ସମସ୍ତଙ୍କୁ ଦିନେ ନା ଦିନେ ସଫଳତାର ଶୀର୍ଷରେ ଅଧିଷ୍ଠିତ କରାଇ ପାରିବ ବୋଲି ସେମାନେ ସୁପରାମର୍ଶ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ବିଗତ ବର୍ଷ ଠାରୁ ପରୀକ୍ଷାର୍ଥୀମାନେ ନିଜ ନିଜର ବୋର୍ଡ଼ ସାର୍ଟିଫିକେଟ୍ ଓ ମାର୍କସିଟ୍ ଅନଲାଇନ୍ ମାଧ୍ୟମରେ ପାଇପାରୁ ଥିବାରୁ ସମସ୍ତେ ଏହି ଅଭିନବ ବ୍ୟବସ୍ଥାକୁ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ସ୍ଵୀୟ ଅଭିମତ ପ୍ରକାଶ କରିଛନ୍ତି।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର 

masiha

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

ଲାଞ୍ଜିଗଡ଼ ନୋଡ଼ାଲ ପ୍ରାଥମିକ ସ୍କୁଲରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!