ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ୧୭ତମ ବାର୍ଷିକ ଉତ୍ସବ 

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ୧୭ତମ ବାର୍ଷିକ ଉତ୍ସବ 

ରାଉରକେଲା: ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ରାଉରକେଲା ର ୧୭ ତମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ସାମୁଖ୍ୟ ର ସଭାପତି ଭୂପେନ ମହାପାତ୍ରଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦିକା ରଶ୍ମିବାଳା ରାଉତରାୟଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ଭାରତ ଭୂଷଣ ମହାନ୍ତି ମୁଖ୍ୟଅତିଥି, ପ୍ରାବନ୍ଧିକ ଗଗନ ବିହାରୀ ଧଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଅନ୍ଧବିଶ୍ୱାସ ଓ କୁସଂସ୍କାର ଘେରରେ ସମାଜ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଇଂ ମହାନ୍ତି ତାଙ୍କ ବକ୍ତବ୍ୟରେ ସାମୁଖ୍ୟ ର ସାହିତ୍ୟ ପ୍ରତି ପ୍ରତିବଦ୍ଧତା କୁ ପ୍ରଶଂସା କରିବା ସହ କହିଲେ ଯେ ଆଧ୍ୟାତ୍ମିକ ବି ସାହିତ୍ୟ। ସନାଧର୍ମରେ ଅନ୍ଧବିଶ୍ୱାସ ନଥିଲା। ମୁଖ୍ୟବକ୍ତା ଶ୍ରୀ ଧଳ ତାଙ୍କ ବକ୍ତବ୍ୟରେ କହିଲେ ଯେ ଓଡିଶାର ସମାଜ ଓ ସଭ୍ୟତା ଆରମ୍ଭରୁ ବହୁ ପରିବର୍ତ୍ତନ ହୋଇଛି। ସମାଜରେ ଶୋଷଣ ଆରମ୍ଭ ହେବାପରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଆରମ୍ଭ ହୋଇଛି। ଏହାସହ ବୈଜ୍ଞାନିକ ଚିନ୍ତାଧାରା, ବିବର୍ତ୍ତନ ମାଧ୍ୟମରେ ମଣିଷ ର ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ଅତିଥି ଙ୍କ ମଧ୍ୟରେ ଉପଦେଷ୍ଟା ଅଭୟ କୁମାର ଦାସ,ଆଶ୍ରୟ ପତ୍ରିକା ର ସମ୍ପାଦକ ଲୋକନାଥ ଦାଶ ପ୍ରମୁଖ ଅନୁଷ୍ଠାନର ଆଭିମୁଖ୍ୟ ଓ ଲକ୍ଷ୍ୟ କିପରି ସୁଦୂର ପ୍ରସାରୀ ହୋଇପାରିଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉର୍ବଶୀ ଦାଶ ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସର୍ବଶ୍ରୀ ମୀନକେତନ ପଶାୟତ, ଲୋକନାଥ ଦାଶ, ନିରୁପମା ପତି, ଶୁଭାଶିଷ ପାଢ଼ୀ, ମଞ୍ଜୁଳା ରଥ, କାଶୀନାଥ ନନ୍ଦୀ,ସନ୍ତୋଷିନୀ ଦାସଗିରି,ଗୀତାରାଣୀ ବେହେରା ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚିତ୍ତରଞ୍ଜନ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ଙ୍କ ସଭାପତିତ୍ବ କବୀ ଜ୍ୟୋସ୍ନା ନାଏକ ଓ ଉର୍ବଶୀ ଦାଶ ପତିଙ୍କ ସଂଯୋଜନାରେ ସହରର ବହୁ କବି କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ,କବି, ପ୍ରାବନ୍ଧିକ ଯୋଗଦେଇଥିଲେ। ଶେଷରେ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଗଷ୍ଟ କ୍ରାନ୍ତି ଦିବସରେ ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ର ଶୋଭାଯାତ୍ରା ଓ ବିକ୍ଷୋଭ 

masiha

ୟୁଏସ୍ଆଇ ସଂଗଠନ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା, ଦହି ସରବତ ପିଆଇ ଉଦ୍ଘାଟନ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡିଙ୍କ ଯୋଗଦାନ 

Leave a Comment

error: Content is protected !!