ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସକୁ ଧକ୍ମା ମାରିଲା ବାଇକ ,ଜଣେ ମୃତ 

ବସକୁ ଧକ୍ମା ମାରିଲା ବାଇକ ,ଜଣେ ମୃତ 

ବନ୍ଧୁଗାଁ ତା, ୪/୫/୨୫,କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ନିଲାବାଡ଼ି ପଞ୍ଚାୟତ ର ଗାଦବାଲଶା ନିକଟରେ ବାଇକ ସହ ସାରଳା ବସର ଦୁର୍ଘଟଣା ହୋଇଛି । ଫଳରେ ବାଇକ ଚାଳକଙ୍କ ମୃତ ଘଟଛି । ସୂଚନା ଯେ ଆଜି ଦିନ ୧.୨୦ ସମୟରେ ରାୟଗଡ଼ା ଜିଲ୍ଲା ର ବିସିଙ୍ଗପୁର ରୁ ନାରାୟଣପାଟଣା ଅଭିମୁଖେ ଓଡି ୧୮ ଯେ ୮୬୪୯ ସାରଳା ବସ୍ ଆସୁଥିବା ବେଳେ କାଟ୍ରାଗାଡା ଗ୍ରାମରୁ ନିଜ ଶଶୁର ଘରକୁ ଜାଗୁଗୁଡା ପଞ୍ଚାୟତ ର ଅଣ୍ଟାମଡା ଗ୍ରାମକୁ ବାଇକ ଯୋଗେ ମାଣ୍ଡିଙ୍ଗ ଗୁରୁବା ୪୬ ନିଜ ବାଇକ ଓଡି ୧୮ଏଫ ୭୩୭୦ ଯାଉଥିବା ବେଳେ ଗାଦବାଲଶା ନିକଟରେ ଦୁଇ ଗାଡି ମଧ୍ଯରେ ଦୁର୍ଘଟଣା ହୋଇଛି। ଫଳରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ବନ୍ଧୁଗାଁ ସ୍ବାସ୍ଥ୍ଯ କେନ୍ଦ୍ରକୁ ଦୁର୍ଘଟଣା ହୋଇଥିବା ଗୁରୁବା ଙ୍କୁ ନେଇଥିଲେ । ସେଠାରେ ତାଙ୍କର ମୃତ ହୋଇଥିବା ଜାଣିବାକୁ ମିଳିଥିଲା I ଓ ପରେ ମୃତ ବ୍ୟକ୍ତିର ଛୋଟ ଭାଇ ରମେଶ ମାଣ୍ଡିଙ୍ଗ ଲିଖିତ ଭାବରେ ଥାନାରେ ଅଭିଯୋଗ ପରେ ବନ୍ଧୁଗାଁ ଥାନା ଷ୍ଟାଫ ଦୁର୍ଘଟଣା ସ୍ତଳକୁ ଯାଇ ବନ୍ଧୁଗାଁ ପୋଲିସ ଉକ୍ତ ବସ ଓ ବାଇକ କୁ ଯବତ କରିବା ସହ ମୃତ ବ୍ୟକ୍ତି ଙ୍କୁ ଆପମୃତ ମାମଲା ରୁଜୁ କରି ମଡ଼ ଶରୀରକୁ ବ୍ୟବଛେଦ କରେଇବା ପରେ ମୃତ ବ୍ୟକ୍ତିର ପରିବାର ଙ୍କୁ ହସ୍ଥାନ୍ତର କରାଗଲା I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବୃକ୍ଷରୋପଣ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କାମାକ୍ଷାନଗର ଉପଖଣ୍ଡରେ ଉତ୍କଳଦିବସ ମହାସମାରୋହରେ ପାଳିତ

Sunil Chandra Nayak

ସମନ୍ଵିତ ଶିଶୁ ବିକାଶ କେନ୍ଦ୍ରରେ ଟଙ୍କା ଆତ୍ମସାତ , ବାଟବଣା ହୋଇଛି ଗର୍ଭବତୀ ମହିଳାଙ୍କ ଟଙ୍କା ,ନିରପେକ୍ଷ ତଦନ୍ତ ଦାବି

Sunil Chandra Nayak

Leave a Comment

error: Content is protected !!