ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ଶ୍ରୀ ମା ତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୮ ରୁ ୧୦….

ଶ୍ରୀ ଶ୍ରୀ ମା ତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୮ ରୁ ୧୦….

ରାଉରକେଲା: ପାନପୋଷ ରୋଡ଼ ସ୍ଥିତ ଶ୍ରୀ ଶ୍ରୀ ମା ତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୮ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ ବୋଲି ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏନେଇ ମା ତାରିଣୀ ମନ୍ଦିର ସମିତିର ସଭାପତି ନିର୍ମଳଚନ୍ଦ୍ର ରାଉତରାୟ, ଉପସଭାପତି ଦେବବ୍ରତ ବିହାରୀ, କାଶୀନାଥ ସାହୁ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ୮ ତାରିଖ ଦିନ କଳସ ଯାତ୍ରା,ଜଳାଧିବାସ, କୁଣ୍ଡ ମଣ୍ଡଳୀ ପ୍ରସ୍ତୁତି,ଯଜ୍ଞାଧିବାସ, ସନ୍ଧ୍ୟା ୭ ଘଟିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନେମାଳ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଗାଦି ର ପ୍ରବଚକ ସୁକାନ୍ତ ଦାସ ମହାରାଜ ଙ୍କ ପ୍ରବଚନ , ପ୍ରସାଦ ସେବନ,୯ ତାରିଖ ଦିନ ସଂକଳ୍ପ,ଘଟ ମଣ୍ଡଳ ପୂଜା, ମନ୍ଦିର ପ୍ରତିଷ୍ଠା, ପାର୍ଶ୍ଵଦେବତା ନ୍ୟାସ, ଅଗ୍ନି ସ୍ଥାପନ, ବାସ୍ତୁ ହୋମ, ମନ୍ଦିର ରେ ତ୍ରିଶୂଳ ଓ ଧ୍ବଜାରୋପଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭୁବନେଶ୍ୱର ର ରବିନ୍ଦ୍ର ମହାପାତ୍ର ଙ୍କ ଦ୍ୱାରା ମଦନମୋହନ ଭଜନ ସନ୍ଧ୍ୟା , ପ୍ରସାଦ ସେବନ,୧୦ ତାରିଖ ଦିନ ସୂର୍ଯ୍ୟ ମଣ୍ଡଳ ପୂଜା, ମଣ୍ଡଳାଦି ପୂଜା,ଚଣ୍ଡି ଯଜ୍ଞ, ପୂର୍ଣ୍ଣାହୁତି, ସନ୍ଧ୍ୟା ରେ ଟାଟା ଓ ବମ୍ବେ ରୁ ଆସିଥିବା କଳାକାର ମାନଙ୍କ ଦ୍ବାରା ହିନ୍ଦୀ ଭଜନ ସନ୍ଧ୍ୟା ଓ ପ୍ରସାଦ ସେବନ ର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମରେ ଯାଜପୁର ଓ ବାଲେଶ୍ଵର ରୁ ୧୧ ଜଣ ବ୍ରାହ୍ମଣ ପୂଜାର୍ଚ୍ଚନା ରେ ଯୋଗଦେବାକୁ ଥିବା ବେଳେ କର୍ତ୍ତା ଭାବେ ନିର୍ମଳ ଚନ୍ଦ୍ର ରାଉତରାୟ ଓ ରଶ୍ମିତା ରାଉତରାୟ ଦାୟିତ୍ଵ ନିର୍ବାହ କରିବେ। ଏଣୁ କମିଟି ତରଫରୁ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଯୋଗଦେଇ ମା’ଙ୍କ କୃପା ଲାଭ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କୀର୍ତ୍ତନ ସାମଲ, ପ୍ରଭାତ ମିଶ୍ର,ଋଶିନାଥ ବିଶ୍ବାଳ, ଅଖିଳ ଦାସ, ଲକ୍ଷ୍ମଣ ପରିଡ଼ା,ଦୁର୍ଗାଚରଣ ମହାପାତ୍ର, ବୁଦ୍ଧିରାମ ମହାନ୍ତି, ଦେବରାଜ ପାଢ଼ୀ , ଦିବ୍ୟସିଂହ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବଳରାମ ଜୀଉଙ୍କ ମନ୍ଦିର ରେ ମାଘ ମାସ ର ଷଟ୍ ତିଳା ଏକାଦଶୀ ନୀତି ପାଳିତ

masiha

ସ୍ବଧର୍ମ ଚେତନା ପରିବାର… ଅନନ୍ତ ଚରଣ ମହାରାଜ ଙ୍କ ଆଧ୍ୟାତ୍ମିକ ପ୍ରବଚନ ଶ୍ରୀ ହରିକଥା

Sunil Chandra Nayak

ମା ହିଙ୍ଗୁଳା ଦେବୀଙ୍କ ଖନ୍ଦା ଚଲା ଯାତ୍ରା, ଜ୍ୱଳନ୍ତ ଅଙ୍ଗାରରେ ଚାଲିଲେ ଦେବାଦେବୀ ଓ କାଲିସି

Sunil Chandra Nayak

Leave a Comment

error: Content is protected !!