ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ମେଧାଅନ୍ବେଷଣର ଫଳାଫଳ, ପ୍ରଥମ ସ୍ଥାନରେ ୩ ଜଣ

ପ୍ରକାଶ ପାଇଲା ମେଧାଅନ୍ବେଷଣର ଫଳାଫଳ, ପ୍ରଥମ ସ୍ଥାନରେ ୩ ଜଣ

ଖଇରା,୦୭/୫/୨୫ – ଶିକ୍ଷାର ଅନ୍ତ ନାହିଁ । ଯିଏ ଯେତେ ଶିଖିଥିଲେ ମଧ୍ୟ ଆହୁରି ଅଧିକ କିଛି ଶିଖିବାର ଇଚ୍ଛା ଥାଏ ତା’ ମନରେ । ଏଥିପାଇଁ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ପ୍ରତ୍ୟେକ ରବିବାର କିଛି ନା କିଛି ଶିକ୍ଷଣୀୟ ବିଷୟବସ୍ତୁ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଏ । ଗଦ୍ୟ, ପଦ୍ଯ, ଜାଣିବା କଥା, ଜଣାଅଜଣା ଇତ୍ୟାଦିକୁ ନେଇ ପ୍ରତିଯୋଗିତା ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ଅନୁଷ୍ଠିତ କରିଥାଏ । ଅନୁଷ୍ଠାନର ଲକ୍ଷ୍ୟ ଲୋକାୟିତ ପ୍ରତିଭାକୁ ବିକଶିତ କରିବା ଏବଂ ଅନ୍ୟକୁ କିଛି ଶିକ୍ଷା ପ୍ରଦାନ କରିବା । ଏହି ପରିପ୍ରେକ୍ଷୀରେ ଗତ ତା ୦୪/୫/୨୦୨୫ ରିଖରେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ମେଧାଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଭିନ୍ନ ସ୍ଥାନରୁ ୨୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପ୍ରଶ୍ନକର୍ତ୍ତୀ ଅପରାଜିତା ରଥ, ଭଦ୍ରକଙ୍କ ପ୍ରଶ୍ନ ଥିଲା- ପୃଥିବୀର କେଉଁ ଉତ୍ପାଦନ ପାଇଁ କେଉଁ ଦେଶ ପ୍ରଥମ । ସମୀକ୍ଷା କ୍ଷେତ୍ରରେ ଶ୍ରୀମତୀ ରଥଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ ଝିଅ ସାଇ ସମୀକ୍ଷା ରଥ । (୧) ଅନିତା ପଣ୍ଡା, ବ୍ରହ୍ମପୁର, ଗଞ୍ଜାମ (୨) ଦୀପି ବାରିକ୍, ମୋହିନୀପାଳ, ଅନୁଗୋଳ (୩) ନିବେଦିତା ପଣ୍ଡା, ରାଉରକେଲା, ସୁନ୍ଦରଗଡ଼ (୪) ରଞ୍ଜୁଲତା ପଢୀ, ରାଉରକେଲା, ସୁନ୍ଦରଗଡ (୫) ଅନୁସୂୟା ଦେବତା, ବରଗଡ଼ (୬) ରିତୁପର୍ଣ୍ଣା ବେହେରା, ଭାଲିଆଡିହା, ମୟୂରଭଞ୍ଜ (୭) ନିବେଦିତା ପାଢୀ, ସୁବର୍ଣ୍ଣପୁର (୮) ସମୀକ୍ଷା ସମନ୍ବିତା ଶତପଥୀ, ପାଣିଛତ୍ର, ଖଇରା, ବାଲେଶ୍ବର (୯) ସୁଷମା ପ୍ରଧାନ, ତକବା, ସମ୍ବଲପୁର (୧୦) ଶେଖ୍ ମୁନତାଜ୍ ଖାତୁନ୍ ବରଗଡ଼ (୧୧) କମଳିନୀ ସେନାପତି, ଜଳେଶ୍ବର, ବାଲେଶ୍ବର (୧୨) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ (୧୩) ଶ୍ବେତା ରାଉତ, ଭୁବନେଶ୍ୱର, ଖୋର୍ଦ୍ଧା (୧୪) ସ୍ବାଗତିକା ସାହୁ, ଉମରକୋଟ, ନବରଙ୍ଗପୁର (୧୫) ଗିରିଧାରୀ ବେହେରା, ଆଳି, କେନ୍ଦ୍ରାପଡା (୧୬) ବଲୁଲ ବାଘ, ସୀଙ୍ଗାରିମୁଣ୍ଡା, ଅନୁଗୋଳ (୧୭) ନରେନ୍ଦ୍ର ବେହେରା, କମାରପାଳ, ଔପଦା, ବାଲେଶ୍ବର (୧୮) କମଳିନୀ ପାଣିଗ୍ରାହୀ, ପୁରୀ (୧୯) ରଞ୍ଜିତା ରାଉଳ, ଅନୁଗୋଳ (୨୦) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର ପ୍ରମୁଖ ଭାଗ ନେଇଥିଲେ । ଯାହାର ଫଳାଫଳ ପ୍ରକାଶ ହୋଇଛି । ମୋଟ ୧୦ ଗୋଟି ପ୍ରଶ୍ନକୁ ୧୦ ନମ୍ବର ଧାର୍ଯ୍ୟ ହୋଇଥିବା ବେଳେ ଅନିତା ପଣ୍ଡା, ଦୀପି ବାରିକ୍ ଓ ନିବେଦିତା ପଣ୍ଡା ମାତ୍ର ୪ ନମ୍ବର ଲେଖାଏଁ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ଯାହା ଶ୍ରୀମତୀ ରଥଙ୍କ ସମୀକ୍ଷାରୁ ଜଣାଯାଏ । ଘୋଷଣା ଅନୁଯାୟୀ ପ୍ରଥମ ସ୍ଥାନକୁ ପୁରସ୍କାର ସ୍ବରୂପ ପିତଳ ଧୂପଦାନୀ ପ୍ରଦାନ କରାଯିବ । ଫଳାଫଳରେ କେହି ମନସ୍ତାପ ନକରି କାର୍ଯ୍ୟକ୍ରମରେ ଭାଗନେଇ ଚାଲନ୍ତୁ ନିଶ୍ଚୟ ସଫଳ ହେବେ ବୋଲି ସମସ୍ତଙ୍କୁ ସୁପରାମର୍ଶ ଦେଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଏହିଭଳି ପ୍ରତ୍ୟେକ ରବିବାର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଜାରି ରହିବ ମଧ୍ୟ । ତେଣୁ ଇଚ୍ଛୁକ ବନ୍ଧୁ ମାନଙ୍କୁ ଅନୁରୋଧ ନିଶ୍ଚୟ ଏଥିରେ ଭାଗନେଇ କିଛି ଜାଣିବାର ଇଚ୍ଛାକୁ ପୂରଣ କରନ୍ତୁ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତୁରକେଲ ବ୍ରିଜ ନିର୍ମାଣ ଦାବିରେ ୧୦୦ ଦିନର ଧାରଣା, ୩୦ କିଲୋମିଟର ପଦଯାତ୍ରା କଲେ ସଦର ବିଧାୟକ

Sunil Chandra Nayak

ଥୁଆମୁଲ ରାମପୁର ଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ

masiha

ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନଏକଙ୍କ ମାତୃ ବିୟୋଗ

Sunil Chandra Nayak

Leave a Comment

error: Content is protected !!