ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଂଚନ ବଜାରରେ ପାଣି ସମସ୍ୟାକୁ ନେଇ ମହିଳା ମାନେ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ

କାଂଚନ ବଜାରରେ ପାଣି ସମସ୍ୟାକୁ ନେଇ ମହିଳା ମାନେ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ

ଢେଙ୍କାନାଳ ପୌରାଂଚଳ ଅନ୍ତର୍ଗତ ୧୩ନଂ ୱାର୍ଡ କାଂଚନ ବଜାରରେ ପାଣି ସମସ୍ୟାକୁ ନେଇ ମହିଳାମାନେ ଜଳ ପରିମଳ ଓ ସ୍ବାସ୍ଥ୍ୟ ବିଭାଗକୁ ଘେରାଉ କରିଛନ୍ତି । ଏହି ବସ୍ତିରେ ପ୍ରାୟ ୨୦ ଘର ରୁ ଅଧିକ ଜନସାଧାରଣ ରହୁଛନ୍ତି । ଅଧା ଘର ପାଣି ପାଇଲେ ଅଧା ଘର ପାଣି ପାଉନାହାଁନ୍ତି । ରାତ୍ର ୧୨ ଟା ପର୍ଯ୍ୟନ୍ତ ଅପେକ୍ଷା କଲେ ମଧ୍ୟ ପାଣି ଆସୁନାହିଁ । ଆଖପାଖ ବଜାରକୁ ଠିକ୍ ସମୟରେ ପାଣି ଆସୁଥିଲେ ମଧ୍ୟ ଏହି ବସ୍ତି କୁ ପାଣି ଯାଉନାହିଁ । କାର୍ଯ୍ୟାଳୟ ତରଫରୁ କହିବା ଅନୁସାରେ ମିଟର ବସାଇଲେ ମଧ୍ୟ ପାଣି ଆସୁନଥିବାରୁ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉତର ରେ କନିଷ୍ଠ ଯନ୍ତ୍ରୀ ରାତ୍ର ୧୦ ଘଟିକା ଭିତରେ ପାଣି ଯୋଗାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ୩୪ ତମ ରଥଯାତ୍ରା କମିଟିର ଅଧ୍ୟକ୍ଷ ହେଲେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ 

masiha

କଳାକାର ସମାଜ ପ୍ରତି ସରକାରଙ୍କ ଶୁଭଦୃଷ୍ଟି ପଡ଼ୁ : ବ୍ଲକ କଳାକାର ସଂଘ 

Sunil Chandra Nayak

ଦୁଇ ରାଜ୍ଯ ମଧ୍ୟରେ ସମ୍ପର୍କ ର ସେତୁ 

masiha

Leave a Comment

error: Content is protected !!