ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତିଆଣ ଆକ୍ଷେପକୁ ନେଇ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ

ଜାତିଆଣ ଆକ୍ଷେପକୁ ନେଇ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ

କାଇମାଟି ଗ୍ରାମ ପଂଚାୟତର ମାନସ କୁମାର ବାରିକ ତାଙ୍କ ଜାତିକୁ ଆକ୍ଷେପ କରିଥିବା ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଜିଲ୍ଲାପାଳ ଓ ଏସ୍‌ପି ଙ୍କୁ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଯେ, ଗତ ୩ ତାରିଖ ୧୧ ଘଟିକା ସମୟରେ କାଇମାଟି ଉଚ୍ଚ ବିଦ୍ୟାଳୟ ପରିସରରେ ଜନଶୁଣାଣି କାର୍ଯ୍ୟକ୍ରମରେ କାଇମାଟି ପଂଚାୟତର ସରପଞ୍ଚ ଅମିତ୍ ଜ୍ୟୋତି ସାଇଁ, ଜଗବନ୍ଧୁ ଦେହୁରୀ ଓ ପାଂଚାଳୀ ସେଠୀ ପ୍ରମୁଖ ମିଡିଆ ଆଗରେ ତାଙ୍କ ନାମକୁ ମନୁ ଭଣ୍ଡାରୀ ବୋଲି କହିଛନ୍ତି । ସର୍ବ ସମ୍ମୁଖ ଓ ସର୍ବସାଧାରଣଙ୍କ ଉପସ୍ଥିତିରେ ଜାତିକୁ ଆକ୍ଷେପ କରି କହିବାରୁ ମାନସ ବହୁତ ଲର୍ଜିତ ବୋଲି କହିଛନ୍ତି । ମାନସ କୁମାର ବାରିକ ଗ୍ରାମର ସଭାପତି ଓ ହାଇସ୍କୁଲ୍ ପରିଚାଳନା କମିଟିର ଜଣେ ସଦସ୍ୟ ଅଟନ୍ତି । ଏହାଦ୍ୱାରା ତାଙ୍କର ସମ୍ମାନ ହାନି ହୋଇଛି ଓ ସେ ମାନସିକ ସ୍ତରରେ ଭାରସାମ୍ୟ ହରାଇଛନ୍ତି ବୋଲି କହିଛନ୍ତି । ଏହାର ବିଚାର କରି ଦୋଷୀକୁ ଦଣ୍ଡ ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଓ ଏସ୍‌ପି ଙ୍କୁ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ସୁଦର୍ଶନ ପୂଜାରୀଙ୍କ ପ୍ରଚେଷ୍ଟାରେ ନବୋଦୟ ଓ ଆଦର୍ଶ ପିଲାଙ୍କ ନିମନ୍ତେ ମାଗଣା କୋଚିଂ ବ୍ୟବସ୍ଥା 

masiha

ଲକ୍ଷ୍ମୀପୁର ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫାଇ 

masiha

ନୂତନ ପଞ୍ଚାୟତ ଗୃହ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!