ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ  ରକ୍ତଦାନ ଭଳି ପୁଣ୍ୟ କାମରେ ସମସ୍ତେ ସହଯୋଗ କରନ୍ତୁ – ଜିଲ୍ଲାପାଳ 

ନୂଆପଡା ଜିଲ୍ଲାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ 

ରକ୍ତଦାନ ଭଳି ପୁଣ୍ୟ କାମରେ ସମସ୍ତେ ସହଯୋଗ କରନ୍ତୁ – ଜିଲ୍ଲାପାଳ 

ନୂଆପଡା, ନୂଆପଡା ଜିଲ୍ଲାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏକ ଜନ ସଚେତନତା ରାଲିକୁ ଜିଲ୍ଲାପାଳ ମଧୁସୂଦନ ଦାଶ ପତାକା ହଲାଇ ଶୁଭାରମ୍ଭ କରିବା ସହିତ ଏଥିରେ ନିଜେ ମଧ୍ଯ ଯୋଗ ଦେଇଥିଲେ। ଏହାପରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର, ଏବଂ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସି ଡି ଏମ୍ ଓ ଡଃ ଗୁରୁ ପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ରେଡକ୍ରସ ର ପ୍ରତିଷ୍ଠାତା ସାର୍ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଅତିଥିମାନେ ଦିବସର ମହତ୍ତ୍ଵ ସହିତ ସାର୍ ହେନେରୀଙ୍କ ମାନବ ସମାଜ ପ୍ରତି ବହୁମୂଲ୍ୟ ଅବଦାନ କୁ ସ୍ମରଣ କରିଥିଲେ । ସଭାକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେଯେ ହେନେରୀ ଡୁନାଣ୍ଟ ରେଡ୍ କ୍ରସ୍ ମାଧ୍ୟମରେ ସବୁଦିନ ପାଇଁ ଅମର ହୋଇ ଯାଇଛନ୍ତି। ଆମେ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦୁଃଖୀ ଦରିଦ୍ରଙ୍କ ସେବା କରିବା।ରେଡକ୍ରସକୁ ଅଧିକ କ୍ରିୟାଶୀଳ କରି ଜିଲ୍ଲାରେ ଅଧିକ ପାଣ୍ଠି ସଂଗ୍ରହ ଓ ସ୍ଵେଚ୍ଛାକୃତ ରକ୍ତଦାନ ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ ।ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ। ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯୋଗେଶ୍ଵର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ, କର୍ମଚାରୀ, ବିଭିନ୍ନ ସ୍କୁଲ୍ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ରକ୍ତଦାତା କିଶୋର ପରିଡ଼ା, ମନୋଜ ଡାଗା, କଦମ୍ ରୁ ଯାଜ୍ଞସେନି ମହାପାତ୍ର ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ରକ୍ତ ଦାନ ଶିବିର ଜିଲ୍ଲା ରେଡକ୍ରସ ଶାଖା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ଶିଶୁ ଦିବସ ପାଳନ 

masiha

ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦ ପକ୍ଷରୁ ବେହେରା ଗୁଡା ଗ୍ରାମରେ ସାଂଗଠନିକ ସଭା ଅନୁଷ୍ଠିତ

masiha

ରକ୍ତଦାନ କରିବା ଜୀବନ ବଞ୍ଚାଇବା

masiha

Leave a Comment

error: Content is protected !!