ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରମେଶ ଚନ୍ଦ୍ର ମାଝୀ ହେଲେ ରାଜ୍ୟ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ 

ରମେଶ ଚନ୍ଦ୍ର ମାଝୀ ହେଲେ ରାଜ୍ୟ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ 

ନବରଙ୍ଗପୁର:(୬|୫)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲାର ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ସୋମବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ଯ ବରିଷ୍ଠ ବିଜେଡି ର ସାଧାରଣ ସମ୍ପାଦକ ଭାବେ ମନୋନୀତ କରିଛନ୍ତି l ରମେଶ ଚନ୍ଦ୍ର ମାଝୀ ଜଣେ ସୁଦକ୍ଷ ସଂଗଠକ, ଶୃଙ୍ଖଳିତ ଟାଣୁଆ ନେତା ଭାବେ ସବୁରି ମହଲରେ ସୁପରିଚିତ l ଏଥିସହିତ ସମସ୍ତ କର୍ମୀ ମାନଙ୍କ ସହ ଉତ୍ତମ ସମ୍ପର୍କ ଥିବାରୁ ତାଙ୍କ ନେତୃତ୍ଵରେ ରାଜ୍ୟ ବିଜେଡି ଅଧିକ ମଜଭୂତ ହୋଇ ପାରିବ l ଏହା ମଧ୍ୟରେ ରମେଶ ଚନ୍ଦ୍ର ମାଝୀଙ୍କୁ ରାଜ୍ଯ ସାଧାରଣ ସମ୍ପାଦକ ଦାୟିତ୍ଵ ଦିଆ ଯାଇଥିବାରୁ ନବରଙ୍ଗପୁର ଜିଲ୍ଲା ବିଜୁ ଜନତାଦଳ ରେ ଆନନ୍ଦର ଲହରି ଖେଳି ଯାଇଛି l ଏଥିପାଇଁ ରମେଶ ଚନ୍ଦ୍ର ମାଝୀ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି l ଆଗାମୀ ଦିନରେ ଦଳକୁ ସଙ୍ଗଠିତ କରି ରାଜ୍ୟରେ କ୍ଷମତା କୁ ଆସିବାକୁ ଚେଷ୍ଟା କରାଯିବ ବୋଲି ରମେଶ ଚନ୍ଦ୍ର ମାଝୀ କହିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶ୍ରୀ କୁଞ୍ଜ ବିହାରୀ ଦାଶ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାରେ ଖୁସିର ଲହରୀ 

masiha

ତେଜିଲା ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ବିଦ୍ରୋହ, ମହିଳା କଂଗ୍ରେସ ନିଆଁ ଲଗେଇଲେ ଫୋଟୋ ଚିତ୍ରରେ 

Sunil Chandra Nayak

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ରାଜ୍ୟସାରା ଆନ୍ଦୋଳନ କରାଯିବ : କିଷାନ କଂଗ୍ରେସ ସଭାପତି ଅଭୟ ସାହୁ

Sunil Chandra Nayak

Leave a Comment

error: Content is protected !!