ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଷିଡାରେ ସମ୍ବାଦ-ଆମଓଡିଶା ପକ୍ଷରୁ ସ୍ୱାଭିମାନ ଦିବସ ପାଳନ

କର୍ଲାମୁଣ୍ଡା: ଉତ୍କଳଗୌରବ ମଧୁବାବୁ ଥିଲେ ଓଡିଶା ଓ ଓଡିଆଙ୍କ ଅସ୍ମିତା, ସ୍ୱାଭିମାନ । ତାଙ୍କ ଜାତୀୟତାବୋଧ, ମାତୃ ଓ ଭାଷାପ୍ରୀତି ଥିଲା ଅଦ୍ୱିତୀୟ । ତାଙ୍କ ସଂଗ୍ରାମବଳରେ ହିଁ ଆମେ ଓଡିଆ ଏକତ୍ରୀତ ହୋଇପାରୁଛୁ ଓ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ପାଇପାରିଛୁ ବୋଲି କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ଅନୁଷ୍ଠିତ ସ୍ୱାଭିମାନ ଦିବସରେ ଅତିଥି ମାନେ ମତବ୍ୟକ୍ତ କରିତିଲେ । ସମ୍ବାଦ ଆମଓଡିଶା ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସମ୍ବାଦ ପ୍ରତିନିଧି ଭଜଶ୍ୟାମ ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମ୍ବାଦ ସାହିତ୍ୟଘର ସଭାପତି ତଥା ଜଗନ୍ନାଥ ଡିଗ୍ରୀ କଲେଜ ରିଷିଡାର ଅଧ୍ୟକ୍ଷ ଗଦାଧର ପଧାନ ମୁଖ୍ୟଅତିଥି, କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଠା ଅଶୋକ କୁମାର ତ୍ରିପାଠୀ, ରିଷିଡା ଗ୍ରାମପଞ୍ଚାୟତର ନାଏବସରପଞ୍ଚ ନରେଶ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ଯୁଗାଳ୍ପିକ ତଥା ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା ସଭା ସଂଯୋଜନା କରିଥିବା ବେଳେ ରିଷିଡା ପ୍ରେସକ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଚିନ୍ମୟ ସାହୁ ମଧୁବାବୁ ଙ୍କ ରଚିତ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ତଥା କବିୟତ୍ରୀ ଜୟନ୍ତୀ ପଣ୍ଡା (ରଥ) ମଧୁବାବୁଙ୍କ ଜୀବନାଦର୍ଶ ଓ ସାହିତ୍ୟକୃତି ଉପରେ ଆଲୋକପାତ କରିଥିଲେ । ଏଥିରେ ସାମ୍ବାଦିକ ସତ୍ୟନାରାୟଣ କୁମାର, ସୁଶାନ୍ତ ରଣା, ରାଧାକାନ୍ତ ସେଠ, ପ୍ରସାନ୍ତ ଜୈନ, ତ୍ରିଶଙ୍କ ରଣା (ସୋନୁ), କୁମାର ତରୁଣ ଗହୀର, କ୍ଷିରସିନ୍ଧୁ ନାଏକ, ଅହଲ୍ୟା ରଣା, ମମତା ରଣା, ମମତାମୟୀ ମହାପାତ୍ର, ଦିପ୍ତୀମୟୀ ଦୋରା, ବିଦୁଲତା ସୁନା, ଶର୍ମିଷ୍ଠା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ରଜକିଶୋର ସାହୁ (ବବଲୁ), ଦେବାଶୁଂ ପାତ୍ର (ଚିଙ୍କୁ), ଖୁସିରାମ ଭୋଇ ସହଯୋଗ କରିଥିଲେ । କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କଙ୍କାଳୁ ଗ୍ରାମରେ ଗ୍ରହରାଜ ଶ୍ରୀ ଶନିଦେବ ଙ୍କ ମନ୍ଦିର ରେ ଶନିଦେବ ଙ୍କ ବାହନ ପ୍ରତିଷ୍ଠା ଉତ୍ସବ

ବୋଲେରୋ ବାଇକ ମୁହାଁ ମୁହିଁ ଧକ୍କା ବାଇକ ଆରୋହୀ ଗୁରୁତର

Sunil Chandra Nayak

ରାଉରକେଲା ମହାନଗର ପକ୍ଷରୁ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!