ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଉତ୍କଳ ଗୌରବ ମଧୁ ବାବୁ ଙ୍କୁ ସ୍ମରଣ କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ

   ଭବାନିପାଟଣା-:  ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ତୃତୀୟ ଦିନରେ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଯୁକ୍ତ ୨ ପରୀକ୍ଷାର୍ଥୀ ମାନଙ୍କୁ ଥଣ୍ଡା ପାନୀୟ ଜଳ ଓ କ୍ବାସ ପାଣି ବଣ୍ଟନ କରାଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ହୋଇଥିବା ଏହି ଜଳ ସେବା କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ରାଜ୍ୟ ଯୁବ ବିଜେଡି ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଶ୍ରୀ ଅଭିଷେକ ମହାପାତ୍ର , ଛାତ୍ର ନେତା ଲାଲବାହାଦୂର ନାଏକ, ଭୋଳାଶଙ୍କର ପାତ୍ର, ଯୋଗେଶ ରଣା, ମନୋରଞ୍ଜନ ମୁଣ୍ଡ ପ୍ରମୁଖ ଯୋଗଦେଇ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଶହଶହ ପରୀକ୍ଷାର୍ଥୀ ଏବଂ ବାଟୋଇ ମାନଙ୍କୁ ଥଣ୍ଡା ପାନୀୟ ଜଳ ଓ କ୍ବାସ ପାଣି ବଣ୍ଟନ କରିଥିଲେ । ମ ନି ସ

Related posts

ମନୋଜ ରଥ ରଚିତ  ” ଅବାଞ୍ଛିତ କୁରୁକ୍ଷେତ୍ର” ଏକାଡେମୀ ପୁସ୍ତକ ” ନାଟକ ସମଗ୍ର ” ରେ ସ୍ଥାନିତ l

Sunil Chandra Nayak

ମଥୁରା ଗୃହ କର୍ତ୍ତା ଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ ଅଭିଯୋଗ

Sunil Chandra Nayak

ଜଳସେଚନ ଦାବିରେ ଉଠା ଜଳସେଚନ ପ୍ରକଳ୍ପର ଦୁଇ ଅଧିକାରୀଙ୍କୁ ଅଟକ ରଖିଲେ ଖପ୍ରାମାଲ ଚାଷୀ, ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଛାଡିଲେ

Sunil Chandra Nayak

Leave a Comment

error: Content is protected !!