ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର 

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର 

ଡାବୁଗାଁ, ୧୧/୫ (ମ. ନି. ସ.)- ରବିବାର ମଧ୍ୟାନ୍ନରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମାନିଗାଁ ଗ୍ରାମ ଛକ ରେ ଡାବୁଗାଁ – ମଇଦଲପୁର ରାସ୍ତା ରେ ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହୋଇ ଜଣେ ମୃତ:ଜଣେ ଗୁରୁତର ହୋଇଥିବା ଦେଖାଦେଇଛି l ସୂଚନାଯୋଗ୍ୟ :- ଡାବୁଗାଁ ଦେଶୀ ମଦ ଭାଟି ର କର୍ମଚାରୀ ସମ୍ଭୁ ରାୟ (୫୫) ଡାବୁଗାଁ – ମଇଦଲପୁର ମୁଖ୍ୟ ରାସ୍ତା ରେ ମୋଟରସାଇକେଲ ନଂ ଓଡି ୨୪ – ୯୫୨୯ ଯୋଗେ ଦେଶୀ ମଦ ନେଇ ମାନିଗାଁ ଗ୍ରାମ ମଧ୍ୟ କୁ ଯାଉଥିବା ବେଳେ ବିପରୀତ ଦିଗରୁ ତେନ୍ତୁଳୀଖୁଣ୍ଟି ବ୍ଳକ ବନ୍ଧଗୁଡ଼ା- ମେରୀଗୁଡ଼ା ଗ୍ରାମର ଦେବେନ୍ଦ୍ର ଭତ୍ରl (୨୮)ତାଙ୍କ ଗ୍ରାମରୁ ଡାବୁଗାଁ ବ୍ଳକ ପାଖରେ ଥିବା ଖୁଟୁବାଇ ତାଙ୍କ ଶ୍ଵଶୁର ଘର ଙ୍କୁ ନିଜ ମୋଟରସାଇକେଲ ନଂ ଓ ଡି ୨୪ ଏମ ୩୫୩୯ ଯୋଗେ ଦ୍ରୁତ ଗତିରେ ଆସୁଥିବାରୁ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଭାଟି କର୍ମଚାରୀ ଜଣ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା l ଦେବେନ୍ଦ୍ର ଗୁରୁତର ହୋଇ ଥିଲା l ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବେନ୍ଦ୍ର କୁ ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ l ସେଠାରେ ବାମ ଗୋଡ ଓ ବାମ ହାତ ଭାଙ୍ଗି ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଙ୍କୁ ସ୍ଥାନାନ୍ତରିତ କରାଯାଇଛି l ଘଟଣା ସ୍ଥଳରେ ଡାବୁଗାଁ ଥାନା ଏସ୍ ଆଇ ଚନ୍ଦନ ସାହୁ ଓ ଭାଟି କର୍ମଚାରୀ ପହଂଚି ଶବ ଡାବୁଗାଁ କୁ ବ୍ୟବଚ୍ଛେଦ ନିମନ୍ତେ ଅଣା ଯାଇଥିଲା l ଏ ନେଇ ଭାଟି ମ୍ୟାନେଜର ଅମିତ ଭଗତ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ l ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବନିସ୍ପେକ୍ଟର ବିକ୍ରମ କିଶୋର ସାହୁ ଡାକ୍ତରଖାନା ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଚ୍ଛେଦ ପରେ ମଦ ଭାଟି କର୍ମଚାରୀ ମାନଙ୍କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେସ ନଂ 95/25 ରେ ଏକ ମାମଲା ରୁଜୁ କରାଯାଇଛି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବିଭିନ୍ନ ଦାବି ନେଇ ଜୁଏଲ ଙ୍କୁ ଭେଟିଲା ସଚେତନ ନାଗରିକ ମଞ୍ଚ 

masiha

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ରୁ ୧୫….. ସମ୍ମାନିତ ହେବେ ଚିନ୍ମୟୀ ଷଡ଼ଙ୍ଗୀ, ଡ଼ଃ ସମର ମୁଦାଲି,ଦ୍ବୀପନ୍ବିତ ଦାଶ ମହାପାତ୍ର ଓ ପ୍ରଶାନ୍ତ ସେଠୀ

masiha

ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାଇ ସତସଙ୍ଗ ଓ 1805 ରୁ 1887 ରଥଯାତ୍ରା ଉତ୍ସବ ର ଏଆଇ ଭିଡ଼ିଓ ଫିଲ୍ମ ଲୋକାର୍ପିତ 

Leave a Comment

error: Content is protected !!