ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀରେ ସହରର ବିଭିନ୍ନ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି

ରାଉରକେଲା/ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ଅବସରରେ ଇସ୍ପାତ ନଗରୀର ବିଭିନ୍ନ ସାହିତ୍ୟାନୁଷ୍ଠାନ, ସାମାଜିକ, ସାଂସ୍କୃତିକ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ରାଉରକେଲା ମଧୁସୂଦନ ମାର୍ଗରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ପ୍ରଗତି ଉତ୍କଳ ସଂଘ, ସମ୍ବାଦ ସାହିତ୍ୟ ଘର ରାଉରକେଲା, ଉତ୍କଳ ସମ୍ମିଳନୀ, ଓଡିଆ ଭାଷା ବିକାଶ ମଞ୍ଚ,ଅଗ୍ରଗାମିନୀ, ହମିରପୁର ଉନ୍ନୟନ ପରିଷଦ, ରାଉରକେଲା ବିକାଶ ମଂଚ, ରାଉରକେଲା ବାର ଆସୋସିଏସନ,ରାଉରକେଲା ବ୍ରାହ୍ମଣ ମହାସଭା, ଆଦର୍ଶ ପାଠାଗାର, ଗୋପବନ୍ଧୁ ପାଠାଗାର,ବାସୁଦେବପୁର ଜନକଲ୍ୟାଣ ପରିଷଦ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍, ମୀନାକ୍ଷୀ ସ୍ମୃତି ଫାଉଣ୍ଡେସନ, ଆମ୍ ଆଦମୀ ପାର୍ଟି, କଂଗ୍ରେସ ସମେତ ବହୁ ରାଜନୈତିକ ଦଳର ସଦସ୍ୟମାନେ ପୁଷ୍ପମାଲ୍ଯ ଅର୍ପଣ ସହ ଉତ୍କଳ ଗୌରବଙ୍କ ସ୍ମୃତି ଚାରଣ କରିଥିଲେ। ପ୍ରଗତି ଉତ୍କଳ ସଂଘର ସଭାପତି ତଥା ରାଉରକେଲା ଇସ୍ପାତ କାରଖାନା ସହରସେବା ବିଭାଗର ମୁଖ୍ୟ ଇଂ.ଅଜୟ କୁମାର ନାୟକଙ୍କ ସମେତ ରଶ୍ମିରଞ୍ଜନ ବୋଇତାଇ, ଅଶୋକ କୁମାର ପଟ୍ଟନାୟକ, ଲକ୍ଷ୍ମଣ ନାଥ ଦାସ, ମିହିର ରାୟ, ଅର୍ଜୁନ ଭୂୟାଁ, ଅରବିନ୍ଦ ପାତ୍ର, କୁଞ୍ଜବିହାରୀ ରାଉତ, କିଶୋରୀ ମୋହନ କର, ପ୍ରଦୀପ କୁମାର ପଟ୍ଟନାୟକ, ଇନ୍ଦ୍ରମଣି ମହାପାତ୍ର, ନଳିନୀ କାନ୍ତ ଧର, ବିଭୁତି ଭୁଷଣ ଦାସ, ଆର୍ତ୍ତତ୍ରାଣ ମହାପାତ୍ର, ପରୀକ୍ଷିତ ଗୁରୁ, ସୁଦାମ ଦାସ, ଅକ୍ଷୟ ଦାସ, ରମେଶ ବଳ,ସୁରେଶ ମାଝୀ, ଡଃ ସୁମନ ଦତ୍ତ,ତପସ୍ବିନୀ ବହିଦାର, ବିନୟ ତିଓ୍ବାରୀ, ସୁଦାମ ଦାଶ,ଅକ୍ଷୟ ଦାସ, ସଦାନନ୍ଦ ସାହୁ, ଅକ୍ଷୟ ସାହୁ, ଶ୍ରଦ୍ଧା ଷଡଙ୍ଗୀ, ସୁଶାନ୍ତ ନାୟକ, ପ୍ରଶାନ୍ତ ଦାସ,ଅଶୋକ ରାଉତ, ବିରେନ ଟୁଡୁ, କୁମୁଦ ଚନ୍ଦ୍ର ପଟ୍ଟନାୟକ, ଆଶିଷ ଗଡନାୟକ,ମଳୟ ସାହୁ, ଅଶୋକ ପାତ୍ର,ବିରେନ ସେନାପତି, ପ୍ରଶାନ୍ତ ସେଠୀ ପ୍ରମୁଖ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ ସମାପନ : କିସ୍କିନ୍ଧ୍ୟା, ସୁନ୍ଦର ଓ ଲଙ୍କା କାଣ୍ଡ ମଂଚସ୍ଥ

Sunil Chandra Nayak

ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ବିଭିନ୍ନ ସମସ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ବିଶ୍ୱଜିତ୍ ନାୟକ  ଙ୍କ ଗଳ୍ପ ନିଧି ମାଷ୍ଟ୍ରେ

Leave a Comment

error: Content is protected !!