ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସନ୍ଥକବିଙ୍କ ଜୟନ୍ତୀ ପାଳନ

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସନ୍ଥକବିଙ୍କ ଜୟନ୍ତୀ ପାଳନ

ରାଉରକେଲା: ରାଉରକେଲାର ପୂରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସଂସଦର ସେକ୍ଟର-୭ ସ୍ଥିତ କାର୍ଯ୍ୟାଳୟଠାରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସଂସଦର କାର୍ଯ୍ୟକାରୀ ସଭାପତି ପ୍ରତାପ ପଣ୍ଡାଙ୍କ ପୌରୋହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରମିକ ନେତା ଓ ସମାଜସେବୀ ପ୍ରଶାନ୍ତ କୁମାର ବେହେରା ଏବଂ ପ୍ରାବନ୍ଧିିକ ଓ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏଥିରେ ଅତିଥି ଓ ବକ୍ତାମାନେ “ଓଡ଼ିଆ ସାହିତ୍ୟରେ ଭୀମ ଭୋଇଙ୍କ ଅବଦାନ” ଶୀର୍ଷକ ସମ୍ପର୍କରେ ଆଲୋଚନା କରିିଥିଲେ। ସଭା ଆରମ୍ଭରେ ନାଟ୍ୟକାର ଓ ଇସ୍ପାତ ସାହିତ୍ୟ ସଂସଦର ଆଜୀବନ ସଦସ୍ୟ ସର୍ଗତ ଅଶୋକ କୁମାର ବଳଙ୍କ ବିୟୋଗ ଏବଂ ନିକଟରେ ପେହେଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତ୍ୟୁ ହୋଇଥିବା ନିରୀହ ପର୍ଯ୍ୟଟକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ସନ୍ଥକବିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କବି ସୁଚିତ୍ରା ଲେଙ୍କା ପ୍ରରମ୍ଭିକ ସଂଗୀତ ଗାନ କରିଥିଲେ। ପୂର୍ବତନ ଜିଲ୍ଲା ଶିକ୍ଷାନିରିକ୍ଷିକା ମଞ୍ଜୁଳା କୁମାରୀ ରଥଙ୍କ ସଂଯୋଜନାରେ ଅନୁଷ୍ଠିିତ ଏହି ଉତ୍ସବରେ ଉପ-ସଭାପତି ରଶ୍ମିବାଳା ରାଉତରାୟ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ଦେଇଥିଲେ। ସଂସଦର ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦ ସଂସଦର ଆଭିିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହିତ ଓଡ଼ିଆ ସାହିତ୍ୟକୁ ଭୀମ ଭୋଇଙ୍କ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ପତି ସନ୍ଥକବି ଭୀମଭୋଇଙ୍କ ଲେଖା ଓ ଜୀବନୀ ସମ୍ପର୍କରେ ଆଲୋଚନା କରିଥଲେ । ଏକମାତ୍ର ଓଡିଆ ସାହିତ୍ୟିକଭାବେ ଭୀମ ଭୋଇଙ୍କ ରଚିତ ପଦାବଳି ମିଳିତ ଜାତିସଂଘରେ ସ୍ଥାନ ପାଇ ବିଶ୍ୱ ସାହିତ୍ୟରେ ଆଦୃତ ହୋଇଥିବା ସୂଚନା ଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ବେହେରା ଭୀମ ଭୋଇ ନିଜ ଜୀବନରେ ସମ୍ମୁଖିନ ହୋଇଥିବା କଷ୍ଟ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସଭାରେ ଅଧ୍ୟକ୍ଷତା କରୁଥିବା ଶ୍ରୀ ପଣ୍ଡା କାର୍ଯ୍ୟକ୍ରମ ଆୟୋଜନର ଆବଶ୍ୟକତା ଓ ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ତଥା ପଣ୍ଡିତ ହରିହର ବେହେରାଙ୍କ ଅଧ୍ୟକ୍ଷତାରେ କବି ସୁମିତ୍ରା ମିଶ୍ର ଓ ସୁଚିତ୍ରା ଲେଙ୍କା କବିତା ପାଠର ସଂଯୋଜନା କରିଥିଲେ। ଏଥିରେ ସହରର ବିଭିନ୍ନ ବର୍ଗର କବି ସର୍ବଶ୍ରୀ ସତ୍ୟବ୍ରତ ଦାସ, ଡଃ. କୃପାସିନ୍ଧୁ ନାୟକ, ଉପେନ୍ଦ୍ର କୁମାର ବସ୍ତିଆ, ସୁଶିଲ କୁମାର ଜେନା, ସୁମିତ୍ରା ମିଶ୍ର, ରଶ୍ମିବାଳା ରାଉତରାୟ, ବ୍ରଜେନ୍ଦ୍ର ଦାସ, ମଞ୍ଜୁଳାକୁମାରୀ ରଥ, ମୀନକେତନ ପଶାୟତ, ତାରିଣୀ ଚରଣ ସାହୁ, ଉର୍ବଶୀ ଦାଶ, ଅଭିରାମ ପ୍ରଧାନ, ବଳରାମ ଦାସ, ଅନନ୍ତ କିିଶୋର ଦାସ, ନିକୁଞ୍ଜ ବିହାରୀ ଦାଶ, ଗୌତମ ଦାସ, ଦିବାକର ଦାସ, ଜ୍ଞାନ ମିଶ୍ର, ରଙ୍କନିଧି ସେଠୀ, କାଶୀନାଥ ପାତ୍ର ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତାମାନ ପାଠ କରିଥିଲେ। ଶେଷରେ କବି ଉପେନ୍ଦ୍ର କୁମାର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

ବେଦବ୍ୟାସ ବିକାଶ ମଞ୍ଚର ନଦୀବନ୍ଧ ଓ ଜଳଭଣ୍ଡାର ଦାବି

Sunil Chandra Nayak

ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ  ସଂପନ୍ନ 

Sunil Chandra Nayak

Leave a Comment

error: Content is protected !!