ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ରେ ଲୟର୍ସ ଡେ ପାଳିତ

ଜୁନାଗଡ଼,୨୮/୪(ମ ନି ସ) ଜୁନାଗଡ଼ କୋର୍ଟ ପରିସର ମଧ୍ୟରେ ଜୁନାଗଡ଼ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମ ଜୟନ୍ତୀ ଓ ଲୟର୍ସ ଡେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବିଡ଼ିଓ ତୁଲାରାମ ମାରାଣ୍ଡି ମୁଖ୍ୟ ଅତିଥି  ରୂପେ ଯୋଗଦେଇ ସମସ୍ତ ଉପସ୍ଥିତ ଅତିଥି ସହ,ଆଇନଜୀବୀ, ସମାଜ ସ°ସ୍କାରକ, ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଫୋଟୋ ଚିତ୍ରରେ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଅଶୋକ ପାତ୍ର,ମଦନ ସାହୁ ,ଶିଶିର ପଟ୍ଟନାୟକ, ଅଶୋକ ପଣ୍ଡା ପ୍ରମୁଖ ମଞ୍ଚ।ସିନ ରହିଥିଲେ ।ମଧୁବାବୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରି ଦଳିତ, ନିଷ୍ପେସିତ ମାନଙ୍କୁ ଆଇନ ସହାୟତା ପ୍ରଦାନ କରି ସମସ୍ତ ଆଇନଜୀବୀଙ୍କୁ ପ୍ରେରଣା ଦେଇଛନ୍ତି।ଏଥିନେଇ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।ବରିଷ୍ଠ ଆଇନଜୀବୀ ବିଶ୍ୱନାଥ କର, ନବକିଶୋର ବେହେରା, ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।ସଂଘର ସମ୍ପାଦକ ହିମାଂଶୁ ବରାଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପସଭାପତି ଅଶୋକ ପଣ୍ଡା ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନେକ ଆଇନଜୀବୀ, ସାମ୍ବାଦିକ ଓ ସହରବାସୀ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଡାବୁଗାଁ ବଜାର ଉପରେ ଥିବା ରେଡି ବ୍ରଦର୍ସ ମୁଢି ଫ୍ୟାକ୍ଟ୍ରି କୁ ବଜାର ବାହାରକୁ ସ୍ଥାନାନ୍ତର ହେବାକୁ ଦାବୀ

Sunil Chandra Nayak

ବିଜେପି କାର୍ଯ୍ୟାଳୟ – ଖୁସିରେ ଝୁମିଲେ , ମିଠା ବାଣ୍ଟିଲେ

Sunil Chandra Nayak

ଚିଚିଆ ଗ୍ରାମ ପଞ୍ଚାୟତରେ ଜଳଛତ୍ରର ଅଭାବ

Sunil Chandra Nayak

Leave a Comment

error: Content is protected !!